ଅପରାଧ

ପ୍ଲଟ୍ କରେଇ ଦେବା ନାଁରେ ୫ ଲକ୍ଷ ଠକେଇ, ୧ ଗିରଫ – Ibnodisha

[ad_1]

ଭୁବନେଶ୍ୱର: ପ୍ଲଟ୍ କିଣେଇ ଦେବା କହି ୫ ଲକ୍ଷ ଟଙ୍କା ଠକି ନେବା ଅଭିଯୋଗରେ ବ୍ରୋକରକୁ ଗିରଫ କରିଛି ଭରତପୁର ଥାନା ପୁଲିସ । ଗିରଫ ଜଣଙ୍କ ହେଲେ ବାଲେଶ୍ୱର ଜିଲ୍ଲା ରଞ୍ଜନ ଜେନା(୩୮) । ସୂଚନାଯୋଗ୍ୟ ଯେ, ଗତ ବର୍ଷ ଅଗଷ୍ଟ ୨୫ ତାରିଖ ଦିନ ଅଭିଯୋଗକାରିଣୀଙ୍କର ରଞ୍ଜନଙ୍କ ସହିତ ସାକ୍ଷାତ ହୋଇଥିବା ବେଳେ, ଅଭିଯୁକ୍ତ ଜଣକ ତାଙ୍କୁ ଭରତପୁର ଥାନା ଅନ୍ତର୍ଗତ ଘାଟିକିଆ ଅଞ୍ଚଳରେ ଥିବା ଏକ ପ୍ଲଟ କିଣିବା ଲାଗି ପ୍ରସ୍ତାବ ଦେଇଥିଲେ । ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ଅଭିଯୋଗକାରିଣୀ ନିଜ କମ୍ପାନୀ ନାମରେ ଥିବା ଆକାଉଣ୍ଟରୁ ତାଙ୍କ ଅକାଉଣ୍ଟକୁ ମୋଟ ୫ ଲକ୍ଷ ଟଙ୍କା ଟ୍ରାନ୍ସଫର କରିଥିଲେ । ଟଙ୍କା ପାଇବା ପରେ ଅଭିଯୁକ୍ତ ଜଣକ ସ୍ଥାନୀୟ ଅଞ୍ଚଳ ଛାଡି ଫେରାର ହୋଇଯାଇଥିଲେ । ପରେ ସେ ଗତ ବର୍ଷ ଅକ୍ଟୋବର ୫ ତାରିଖ ଦିନ ଅଭିଯୋଗକାରିଣୀଙ୍କୁ ସାକ୍ଷାତ କରି ଏକ ଚୁକ୍ତି ପ୍ରସ୍ତୁତ କରିବା ସହିତ ଉକ୍ତ ପ୍ଳଟକୁ ତାଙ୍କ ନାମରେ ରେଜିଷ୍ଟ୍ରେଶନ କରିପାରିବେନି ବୋଲି ଅକ୍ଷମତା ପ୍ରକାଶ କରିଥିବା ବେଳେ ନେଇଥିବା ଟଙ୍କା ଫେରାଇବା ଲାଗି ଏକ ଚେକ ମଧ୍ୟ ତାଙ୍କୁ ଦେଇଥିଲେ ଏବଂ ପରେ ସେ ପୁନର୍ବାର ସ୍ଥାନୀୟ ଅଞ୍ଚଳରୁ ଫେରାର ହୋଇଯାଇଥିଲେ । ଆକାଉଣ୍ଟରେ ଟଙ୍କା ନଥିବା କାରଣରୁ ଅଭିଯୁକ୍ତ ଜଣକ ଦେଇଥିବା ଚେକଟି ବାଉନ୍ସ ହୋଇଯାଇଥିଲା । ଫଳରେ ଅଭିଯୋଗକାରିଣୀ ଅନ୍ୟ କିଛି ଉପାୟ ନପାଇ ଶେଷରେ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଘଟଣାର ଅଭିଯୋଗ ପରେ ପୁଲିସ ମାମଲାର ତଦନ୍ତ କରିବା ସହିତ ଆଜି ରଞ୍ଜନଙ୍କୁ ଗିରଫ କରିଥିଲେ । ପଚରାଉଚରା ବେଳେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ୱୀକାର କରିବା ପରେ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button