ଅପରାଧ

ପଥରରେ ଛେଚି ଶିକ୍ଷୟିତ୍ରୀଙ୍କୁ ହତ୍ୟା – Ibnodisha

[ad_1]

murder_plan

ନୂଆଦିଲ୍ଲୀ : ମାଟିତଳୁ ଶିକ୍ଷୟିତ୍ରୀଙ୍କ ମୃତଦେହ ଉଦ୍ଧାର । ଏଭଳି ଅଭାବନୀୟ ଘଟଣା କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରେ ଦେଖିବାକୁ ମିଳିଛି । ଅନେକ ଦିନ ହେବ ନିଖୋଜ ଥିବା ଜଣେ ଶିକ୍ଷୟିତ୍ରୀଙ୍କ ମୃତଦେହ ମିଳିଛି। ପୁଲିସ ଶିକ୍ଷୟିତ୍ରୀଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିଚୟ ମାଣିକ୍ୟହଲ୍ଲି ଗ୍ରାମରେ ରହୁଥିବା ଦୀପିକା ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଜାନୁଆରି ୨୦ ତାରିଖରେ ଶିକ୍ଷୟିତ୍ରୀ ଦୀପିକା ସକାଳ ୯ଟା ସମୟରେ ସ୍କୁଟି ଧରି ସ୍କୁଲ ବାହାରି ଯାଇଥିଲେ। ସ୍କୁଲଛୁଟି ସମୟ ପାର ହୋଇଯାଇଥିଲେ ସୁଦ୍ଧା ସେ ଘରକୁ ଫେରି ନଥିଲେ। ଏହାପରେ ତାଙ୍କ ସ୍ବାମୀ ଭେଙ୍କଟେସ ଫୋନ ଯୋଗେ ଦୀପିକାଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ କୌଣସି ପ୍ରକାର ଯୋଗାଯୋଗ ହୋଇପାରି ନଥିଲା। ଏହପରେ ସ୍ବାମୀ ଦୀପିକା ନିଖୋଜ ଥିବାର ମାମଲା ଥାନାରେ ରୁଜୁ କରିଥିଲେ। ଏହାପ‌ରେ ପୁଲିସ ତଦନ୍ତ ଆରମ୍ଭ କରି ଦୀପିକାଙ୍କ ସ୍କୁଟକୁ ସେଲୁକୋଟେ ନିକଟରେ ପଡ଼ିଥିବା ଦେଖିବାକୁ ପାଇଥିଲା। ପୁଲିସ ଆଖିପାଖ ସମସ୍ତ ସ୍ଥାନ ଯାଞ୍ଚ କରିବାରୁ ଏକ ସ୍ଥାନରୁ ଦୁର୍ଗନ୍ଧ ଆସୁଥିଲା। ପୁଲିସ ଉକ୍ତ ଦୁର୍ଗନ୍ଧ ଆସୁଥିବା ସ୍ଥାନର ମାଟି ତାଡ଼ି ଦେଖିଲା ବେଳକୁ ମାଟିତଳେ ଦୀପିକାଙ୍କ ମୃତଦେହ ରହିଥିଲା। ଯାହାକୁ ପୁଲିସ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଯାଇ ଶିକ୍ଷୟିତ୍ରୀଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ଭାବେ ଜଣାପଡ଼ିବ। ତେବେ ମୃତଦେହ ଉଦ୍ଧାର ସମୟରେ ଦୀପିକାଙ୍କ ଚେହେରାକୁ ଯେମିତି କିଏ ପଥରରେ ଛେଚି ପକାଇଛି ସେମିତି ଅନୁମାନ ହୋଇଥିଲା। ପାରିପାର୍ଶ୍ବିକ ପରିସ୍ଥିତିକୁ ଦେଖି ଦୀପିକାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପରିବାର ଲୋକ ନିତିନ ଗୌଡ଼ା ଝିଅ ଦୀପିକାଙ୍କୁ ହତ୍ୟା କରିଥିବା ଅଭିଯୋଗ କରିଛନ୍ତି। କାରଣ ‌‌ଶେଷଥର ଦୀପିକାଙ୍କୁ ନିତିନ ହିଁ ଫୋନ କରିଥିଲେ। ପରିବାରଲୋକଙ୍କ ଏହି ଅଭିଯୋଗ ଆହୁରି ଦୃଢ଼ ‌ହୋଇଛି କାରଣ ଦୀପିକା ନିଖୋଜ ହେବାଦିନରୁ ନିତିନ ଫେରାର ରହିଛି। ପୁଲିସ ଫେରାର ନିତିନଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।

The post ପଥରରେ ଛେଚି ଶିକ୍ଷୟିତ୍ରୀଙ୍କୁ ହତ୍ୟା appeared first on ONA KHABAR.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button