ଅପରାଧ
ମୋବାଇଲ ଦୋକାନରୁ ଚୋରି ଘଟଣା: ଦୁଇ ନାବାଳକଙ୍କ ସମେତ ଛଅ ଜଣ ଗିରଫ ।

IBN ଓଡିଶା:ରାୟଗଡା,ମୁନିଗୁଡା:(Report by pintu sahu):
ରାୟଗଡା ଜିଲ୍ଲା ମୁନିଗୁଡା ଠାରେ ବୁଧବାର ରାତିରେ ଷ୍ଟେସନ ରୋଡ଼ ସ୍ଥିତ ମୋବାଇଲ ଦୋକାନ ଉପର ଟିଣ କାଢ଼ି ପାଞ୍ଚ ଲକ୍ଷ୍ୟ ଟଙ୍କାର ମୋବାଇଲ ଚୋରି ଘଟଣାରେ ମୁନିଗୁଡା ପୋଲିସ ଦୁଇ ଜଣ ନାବାଳକଙ୍କ ସମେତ ଛଅ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଉକ୍ତ ଛଅ ଜଣ ହେଲେ ମୁନିଗୁଡା ଅଞ୍ଚଳର ପିଙ୍କୁ ପଣ୍ଡା, ସରୋଜ ପଟେଲ, ପୀତବାସ ରଣା, ଜଗନ୍ନାଥ ସାହୁଙ୍କ ସମେତ ଦୁଇ ନାବାଳକ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି l ଏମାନଙ୍କ ଠାରୁ 25ଟି ମୋବାଇଲ, 2ଟି ଲାପଟୋପ ଓ ଗୋଟିଏ KTM ବାଇକ ଯବତ କରିବା ସହ ଏମାନଙ୍କ ନାମରେ ମୁନିଗୁଡା ଥାନା କେଶରେ ନମ୍ବର 164/20, ଦଫା 457/380 ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ରାୟଗଡା ଏସପି ଶ୍ରବଣ ବିବେକ ଏମ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି l