IBN ଓଡ଼ିଶା ବ୍ୟୁରୋ

ହାଜତ ମୃତ୍ୟୁ: ବିଦା ହେଲେ ପୁରୀ ଏସପି ଅଖିଳେଶ୍ୱର ସିଂ

ଭୁବନେଶ୍ୱର(IBN ଓଡିଶା ବ୍ୟୁରୋ): ପୁରୀ ହାଜତମୃତ୍ୟୁ ଘଟଣାରେ ଏସପି ଅଖିଳେଶ୍ୱର ସିଂଙ୍କୁ ରାଜ୍ୟ ସରକାର ବଦଳି କରିଛନ୍ତି। ବିଜେପି ଏହି ପ୍ରସଙ୍ଗରେ ଆଜି ଉଭୟ ଜାତୀୟ ମାନବାଧିକାର କମିଶନ ଓ ରାଜ୍ୟ ମାନବାଧିକାର କମିଶନଙ୍କୁ ଫେରାଦ ହେବା ତଥା ବିଭିନ୍ନ ମହଲରୁ ଚାପ ପଡ଼ିବାପରେ ରାଜ୍ୟ ସରକାର ଶେଷରେ ବାଧ୍ୟ ହୋଇ ଶ୍ରୀ ସିଂଙ୍କୁ ପୁରୀ ଏସପି ପଦରୁ ହଟାଇଛନ୍ତି।ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପୁରୀ ଏସପି ଅଖିଳେଶ୍ୱର ସିଂଙ୍କୁ ବଦଳି କରାଯାଇ ହେଡକ୍ୱାର୍ଟର୍ସ ଏସପି ଭାବେ ଅବସ୍ଥାପିତ କରାଯାଇ ଥିବାବେଳେ ସମ୍ବଲପୁର ଏସପି କେ.ବିଶାଳ ସିଂଙ୍କୁ ପୁରୀ ଏସପି ଦାୟିତ୍ୱ ନ୍ୟସ୍ତ ହୋଇଛି।ସୂଚନାଯୋଗ୍ୟ, ଗତକାଲି ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରେ ଦୁଇଟି ହାଜତମୃତ୍ୟୁ ଘଟଣା ପଦାକୁ ଆସିଥିଲା। ବିରୋଧୀ ଦଳ ଏହାକୁ ମୁଖ୍ୟ ପ୍ରସଙ୍ଗ କରି ଆଜି ବିଧାନସଭାରେ ହଟ୍ଟଗୋଳ କରିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button