ଆସିଲା ପ୍ରକୃତ ସତ୍ୟ ! ଯୋଗାଣ ଅଧିକାରୀ ଙ୍କୁ ବଦନାମୀ କରିବାକୁ ବିରୋଧୀ ଙ୍କ ଷଡଯନ୍ତ୍ର।
IBN ଓଡିଶା(ବ୍ୟୁରୋ):-ଯାଜପୁର, ଧର୍ମଶାଳା:-ଗତ କିଛି ଦିନ ଧରି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ରେ ରାସନ ଦୁର୍ନୀତି କୁ ନେଇ ଅନେକ ଗଣମାଧ୍ୟମ ରେ ଖବର ପ୍ରସାରଣ ହୋଇଥିଲା।ଆଉ ଯାହାକୁ ଦେଖି କିଛି ବିରୋଧୀ ଗୋଷ୍ଠି ଫାଇଦା ଉଠାଇଥିଲେ।ତେବେ ନିଜକୁ ନିଜେ ହିରୋ ଦେଖେଇ ହବା ପାଇଁ ଲାଗିପଡିଲେ ଧର୍ମଶାଳା ର ଯୋଗାଣ ଅଧିକାରୀ ଜଗମୋହନ ଦାସ ଙ୍କ ପଛରେ।କେଉଁଠି କାହାର ରାସନ କଟିବା, କାହାର ଆଧାର ସଂଯୋଗ ନହେବା, କାହାର ଦୁଇ ମହଲା କୋଠାଘର ପାଇଁ କାର୍ଡ କଟିବା ତ ଆଉ କାହାର ଯାନବାହାନ ପାଇଁ କଟିବା ଆଦି ଅନେକ ସମଷ୍ୟା କୁ ନେଇ ସଠିକ ସତ୍ୟ କୁ ନଦେଖି କିଛି ବିରୋଧୀ ଗୋଷ୍ଠି ହୀନ ଚକ୍ରାନ୍ତ କରିଛନ୍ତି।ତେବେ ସୂଚନା ମୁତାବକ ଅନେକ ଗରିବ ହିତାଧିକାରୀ ଙ୍କୁ ମଧ୍ୟ ଯୋଗଣା ଅଧିକାରୀ ବହୁତ ସାହାଯ୍ୟ ସହଯୋଗ କରିଛନ୍ତି।ଆଉ ଯେଉଁଠି ବିରୋଧୀ ଲାଗିପଡିଛନ୍ତି କିଛି ମିଛ କଥା କୁ ନେଇ ଜଣେ ସଚୋଟ ଅଫିସର କୁ ବଦନାମୀ କରିବା ପାଇଁ।ଆମ ର ଅନୁସନ୍ଧାନ ଟିମ ଙ୍କ ସୂଚନା ମୁତାବକ ଧର୍ମଶାଳା ରେ ବିରୋଧୀ ଆଗାମୀ ଇଲେକ୍ସନ କୁ ଆଖି ଆଗରେ ରଖି ବିଭିନ୍ନ ପ୍ରକାର ର ଭେଳିକି ଦେଖେଇ ଅନେକ ଲୋକଙ୍କୁ ହାତ କରି ଏମିତି କି ଗଣମାଧ୍ୟମ କୁ ମିଛ ପ୍ରତିକ୍ରିୟା ଦେଇ ଯୋଗାଣ ଅଧିକାରୀ ଙ୍କୁ ଧର୍ମଶାଳା ରୁ ବାହାର କରିବାକୁ ଲାଗି ପଡିଛନ୍ତି।କାରଣ ଆଜି କାଲି ଜଣେ ସଚୋଟ ଅଫିସର ଗୋଟେ ଅଫିସ ରେ ତିଷ୍ଠି ବା କଷ୍ଟ କର ହୋଇପଡ଼ିଲାଣି।ଯେତେବେଳେ ମୋ ସରକାର ଯୋଜନା ସରକାର କରିଛନ୍ତି ଜଣେ ଅଫିସର ଦୁର୍ନୀତି କରିବା ପାଇଁ ଶହେ କୁ ଶହେ ଚିନ୍ତା ମଧ୍ୟ କରୁଛି।ହେଲେ ଏଠି ପୁରା ଓଲଟା। ଅନୁସନ୍ଧାନ ମୁତାବକ ବିରୋଧୀ କିଛି ଟଙ୍କା ପାଇଁ ଏମିତି ହୀନ ଚକ୍ରାନ୍ତ କରିଥିବାର ଏବେ ସାଧାରଣ ରେ ଚର୍ଚ୍ଚା ଜୋର ଧରୁଛି।କାରଣ ସବୁ ଠୁ ବଡ କଥା ହେଉଛି କି ଆଗରୁ ସବୁ ଠିକ ଠାକ ଥିଲା ହେଲେ ଚଳିତ ବର୍ଷ କିଛି ବିରୋଧୀ ଗୋଷ୍ଠି ଅନେକ ହିତାଧିକାରୀ ଙ୍କୁ ହାତ କରି ଜଣେ ସଚୋଟ ଅଫିସର ଙ୍କୁ ବଦନାମ କରିବାକୁ ପ୍ରାଣ ପଣେ ଲାଗି ପଡିଛନ୍ତି।ତେବେ ଏଭଳି ବିରୋଧୀ ଙ୍କ ହୀନ ଚକ୍ରାନ୍ତ କୁ ଅନେକ ବୁଦ୍ଧି ଯିବି ରେ ତୀବ୍ର ନିନ୍ଦା କରାଯାଇଛି।