ରାଜ୍ୟ

ରାଜ୍ୟରେ ପ୍ରଚଣ୍ଡ ଖରା : ସବୁଠାରୁ ଉତ୍ତପ୍ତ ସହର ବାଲେଶ୍ୱର – Ibnodisha

[ad_1]

ଭୁବନେଶ୍ଵର : ରାଜ୍ୟରେ ପୁଣି ଉପର ମୁହାଁ ହୋଇଛି ତାପମାତ୍ରା। ଗତକାଲି ରାଜ୍ୟର ୧୮ ସହରରେ ପାରଦ ଲମ୍ବ ଡ଼ିଆଁ ମାରି ୪୦ ଡ଼ିଗ୍ରୀ ଟପିଥିବା ବେଳେ ଆଜି ସକାଳୁ ତାତିର ତାଉ ବଢିଯାଇଛି । ଯାହା ଜଣାପଡୁଛି ଆଜି ପାରଦ ୪୫ ଡିଗ୍ରୀ ପଟିପାରେ। ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଆଜି ସକାଳ ସାଢ଼େ ୮ଟା ସୁଦ୍ଧା ବାଲେଶ୍ବର ୩୪.୪ ଡିଗ୍ରୀ ତାପମାତ୍ରା ସହ ସବୁଠାରୁ ଉତ୍ତପ୍ତ ସହର ଭାବେ ପରିଗଣିତ ହୋଇଛି । ସେହିପରି ରାଜଧାନୀ ଭୁବନେଶ୍ବର ତାପମାତ୍ରା ୩୨.୬ ଡିଗ୍ରୀ, ଚାନ୍ଦବାଲିରେ ୩୨.୬, ପୁରୀରେ ୩୨.୪, କେନ୍ଦୁଝରରେ ୩୧.୨, ଝାରସୁଗୁଡ଼ା ଓ ଗୋପାଳପୁରରେ ତାପମାତ୍ରା ୩୧.୪ ଡିଗ୍ରୀ, ହୀରାକୁଦରେ ୩୧ ଡିଗ୍ରୀ, ରାଉରକେଲାରେ ୩୦ଡିଗ୍ରୀ, ପାରାଦୀପରେ ୩୦.୮ଡିଗ୍ରୀ ଓ ସମ୍ବଲପୁରରେ ୩୦.୪ ଡିଗ୍ରୀ ରେକର୍ଡ ହୋଇଛି । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ବର୍ତ୍ତମାନ ବାୟୁମଣ୍ଡଳର ନିମ୍ନ ଭାଗରେ ରାଜ୍ୟକୁ ପଶ୍ଚିମ ତଥା ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବେଶ ସହ ସୂର୍ଯ୍ୟ କିରଣର ତୀବ୍ରତା ମଧ୍ୟ ବୃଦ୍ଧି ପାଉଛି । ଏଥ‌ିପାଇଁ ଆଗାମୀ ୪ରୁ ୫ ଦିନ ମଧ୍ୟରେ ରାଜ୍ୟରେ ଅନେକ ସ୍ଥାନରେ ଦିନ ତାପମାତ୍ରା ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ ହେବା ସହ ୧୭ ରୁ ୨୦ ତାରିଖ ମଧ୍ୟରେ କିଛି ଜିଲ୍ଲାରେ ୪୩ ରୁ ୪୫ଡିଗ୍ରୀ ଯାଏଁ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି। ଏଭଳି ପାଣିପାଗ ସ୍ଥିତିକୁ ଲକ୍ଷ୍ୟ କରି ବିଭାଗ ତରଫରୁ ଆଗାମୀ ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ଗ୍ରୀଷ୍ମ ପ୍ରବାହ (ହିଟ୍ ୱେଭ୍) ଚେତାବନୀ ଜାରି କରାଯାଇଛି। ମଙ୍ଗଳବାର ରାଜ୍ୟର ୩୦ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ବା ଏହାଠାରୁ ଅଧିକ ରହିବାର ସମ୍ଭାବନା ରହିଛି। ଭୁବନେଶ୍ବର, କଟକ, ଭବାନୀପାଟଣା ଓ ଝାରସୁଗୁଡ଼ାରେ ଦିନର ସର୍ବୋଚ୍ଚ ତାପମାତ୍ରା ୪୩ ଡିଗ୍ରୀ ଛୁଇଁପାରେ ବୋଲି କେନ୍ଦ୍ର ଆକଳନ କରିବା ସହ ମାଲକାନଗିରି, ପାରଳାଖେମୁଣ୍ଡି, ଟିଟିଲାଗଡ଼, ବଲାଙ୍ଗିର, ବୌଦ୍ଧ, ରାଉରକେଲା, ବାରିପଦା ଓ ନୟାଗଡ଼ ଆଦି ସ୍ଥାନରେ ତାପମାତ୍ରା ୪୨ ଡିଗ୍ରୀ ରହିପାରେ। ସେହିପରି ନୂଆପଡ଼ା, ରାୟଗଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଅନୁଗୋଳ, କେନ୍ଦୁଝର, ଯାଜପୁର, ଭଦ୍ରକ, ବାଲେଶ୍ବର, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଖୋର୍ଦ୍ଧାରେ ତାପମାତ୍ରା ୪୧ ଡିଗ୍ରୀ ରହିପାରେ ବୋଲି କହିଛି। ଅନ୍ୟପକ୍ଷରେ ଏପ୍ରିଲ ୧୮ ତାରିଖରେ ଟିଟିଲାଗଡ଼ ଓ ବଲାଙ୍ଗିରର ତାପମାତ୍ରା ୪୫ ଡିଗ୍ରୀ ଏବଂ ଭୁବନେଶ୍ୱର, କଟକ, ବୌଦ୍ଧ, ଭବାନୀପାଟଣା, ଅନୁଗୋଳ ଓ ଝାରସୁଗୁଡ଼ାରେ ୪୪ ଡିଗ୍ରୀ ରହିବା ନେଇ କେନ୍ଦ୍ର ଆକଳନ କରିଛି I ତାପମାତ୍ରା ବୃଦ୍ଧି ସହ ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ୩-୫ ଡିଗ୍ରୀ ପର୍ୟ୍ୟନ୍ତ ଅଧ୍ଯକ ରହିବାର ସମ୍ଭାବନା ରହିଛି । ଦିନ ୧୧ ଟାରୁ ଅଫରାହ୍ନ ୩ ପର୍ୟ୍ୟନ୍ତ ଖରାର ପ୍ରକୋପ ସର୍ବାଧ‌ିକ ରହୁଥ‌ିବାରୁ ଏହି ସମୟ ମଧ୍ୟରେ ବାହାରକୁ ନ ଯିବା ପାଇଁ ପାଣିପାଗ କେନ୍ଦ୍ର ଲୋକମାନଙ୍କୁ ପରାମର୍ଶ ଦେଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button