ରାଜ୍ୟ

ଓଡିଶାରେ ଏଥର ନିଅଣ୍ଟିଆ ବର୍ଷା, ଦେଶରେ ସ୍ୱାଭାବିକଠାରୁ ଅଧିକ – Ibnodisha

[ad_1]

ଭୁବନେଶ୍ୱର : ଚଳିତବର୍ଷ ଓଡ଼ିଶାରେ ନିଅଣ୍ଟିଆ ବର୍ଷା ହେବ । ଦେଶରେ ସ୍ଵାଭାବିକଠାରୁ ଅଧିକ ବର୍ଷା ହେବାକୁ ଥିବାବେଳେ ଓଡ଼ିଶାରେ କିନ୍ତୁ କମ୍ ବର୍ଷା ହେବ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁକୁ ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏସ୍‌) ଏଭଳି ଆକଳନ କରିଛି। ବିଭାଗ ପକ୍ଷରୁ ସୋମବାର ୨୦୨୪ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ପାଇଁ ଦୀର୍ଘମିଆଦୀ ଆକଳନ ଜାରି କରାଯାଇଛି । ଏହି ଆକଳନ ଅନୁସାରେ, ଚଳିତବର୍ଷ ଦେଶରେ ସ୍ଵାଭାବିକଠାରୁ ଅଧିକ ଅର୍ଥାତ୍ ୨୦୨୪ ମୌସୁମୀ ଋତୁ(ଜୁନ୍‌ରୁ ସେପ୍ଟେମ୍ବର)ରେ ୧୦୬ ପ୍ରତିଶତ ବର୍ଷିବ। ପୂରା ଦେଶରେ ୮୭ ସେଣ୍ଟିମିଟରରୁ ଅଧିକ ବର୍ଷା ହେବ। ତେବେ ଓଡ଼ିଶା ସମେତ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରେ ବି ନିଅଣ୍ଟିଆ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି । ତେବେ ଖୁବ୍‌ଶୀଘ୍ର ପାଣିପାଗରେ ଏଲ୍‌-ନିନୋ କଣ୍ଡିଶନ୍‌ ସରିବ। ମୌସୁମୀ ଋତୁ ଆରମ୍ଭର ଏହା କ୍ରମେ ଦୁର୍ବଳ ହେବାର ସମ୍ଭାବନା ରହିଛି। ମୌସୁମୀର ଦ୍ୱିତୀୟାର୍ଦ୍ଧ ବେଳକୁ ଲା-ନିନା ସକ୍ରିୟ ହେବ । ଲା-ନିନା କଣ୍ଡିଶନ ରହିଲେ ଭଲ ବର୍ଷା ହେବ । ପୂର୍ବରୁ ୨୨ବର୍ଷ ହେବ ମୌସୁମୀ ଋତୁରେ ଲା-ନିନା ସକ୍ରିୟ ରହିଛି। ତେଣୁ ସ୍ଵାଭାବିକଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି । ତେବେ ଚଳିତବର୍ଷ କେବେ ମୌସୁମୀ କେରଳ ଛୁଇଁବ, ସେନେଇ ମେ’ ମାସରେ ତାହା ଆକଳନ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଆଇଏମ୍‌ ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି, ଉତ୍ତର-ପଶ୍ଚିମ, ପୂର୍ବ ଏବଂ ଉତ୍ତର ପୂର୍ବ ରାଜ୍ୟର କିଛି ଅଞ୍ଚଳକୁ ବାଦ୍ ଦେଲେ ଦେଶର ଅଳଂକାଂଶ ସ୍ଥାନରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି। ଭାରତରେ ଭଲ ମୌସୁମୀ ବର୍ଷା କରାଉଥିବା ଲା-ନିନା ସ୍ଥିତି ଅଗଷ୍ଟ- ସେପ୍ଟେମ୍ବର ସୁଦ୍ଧା ସକ୍ରିୟ ହେବାର ସମ୍ଭାବନା ରହିଥିବା ସେ ସୂଚନା ଦେଇଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button