ବ୍ରାଉନସୁଗାର ଜବତ : ଦୁଇ ଜଣ ଗିରଫ – Ibnodisha
[ad_1]
ନିରାକାରପୁର,୧୩/୩: ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଅନ୍ତର୍ଗତ କମାଗୁରୁ ଓ ଜଂକିଆ ଅଞ୍ଚଳକୁ ପୁରୀରୁ ବ୍ରାଉନସୁଗାର ଆସି ବିକ୍ରି ହେଉଥିବା କଥା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ବ୍ରାଉନସୁଗାର ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତକାଲି ପୁରୀରୁ ଜଂକିଆ ଅଞ୍ଚଳକୁ ବ୍ରାଉନସୁଗାର ଆସୁଛି ଖବର ପାଇ ଖୋରଧା ଏସପି ଓ ଏସଡିପିଓ ଙ୍କ ନିର୍ଦ୍ଦେଶରେ ଜଂକିଆ ଥାନା ଆଇଆଇସି ପ୍ରଜ୍ଞା ରିତମ୍ଭରା କରଙ୍କ ନେତୃତ୍ୱରେ ଏ ଆଇ ତୁଷାର ପରିଡ଼ା, ଏ ଏସ ଆଇ ବିଦ୍ୟାଧର ମଲ୍ଲିକ , ଏ ଏସ ଆଇ ପ୍ରମୋଦ କୁମାର ଦଳେଇ ସମେତ ଅନ୍ୟ ପୋଲିସ କର୍ମଚାରୀ ମାନେ କମାଗୁରୁ ଜଙ୍ଗଲ ନିକଟରେ ଏକ ଅଟୋ ରିକ୍ସା ନଂ ଓଡି ୧୩ ଏଲ ୯୧୮୪ କୁ ଅଟକାଇଥିଲେ। ପୁରୀ ରୁ ଆସିଥିବା ଟି ସୋମନାଥ ରେଡ୍ଡୀ ଓ ବି ଗଣେଶ ରେଡ୍ଡୀ କୁ ଗିରଫ କରି ସେମାନଙ୍କ ଠାରୁ ୧୩.୨୯ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଉଭାୟଙ୍କୁ ପୋଲିସ ଗିରଫ କରି କେସ ନଂ ୯୯/୨୪ ରେ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।ଏହି ଜବତ ବ୍ରାଉନ ସୁଗାର ର ଆନୁମାନିକ ମୂଲ୍ୟ ଏକ ଲକ୍ଷ ୨୦ ହଜାର ଟଙ୍କା ହେବା ସହିତ ଗିରଫ ଟି ସୋମନାଥ ପ୍ରକୃତ ଘର ଛତ୍ରପୁର ଥାନା କରତୁଲି ଓ ବି ଗଣେଶ ଘର ଉକ୍ତ ଥାନା ଅନ୍ତର୍ଗତ କତୁଆରୀ ହୋଇଥିବାବେଳେ ସେମାନେ ଜନ୍ମରୁ ପୁରୀ ଷ୍ଟେସନ ନିକଟରେ ରହୁଥିବା ଜଣାପଡିଛି।
[ad_2]




