IBN ଓଡ଼ିଶା ବ୍ୟୁରୋ

ସ୍ଵାମୀ ଓ ସ୍ତ୍ରୀ କଳହ କରିବା ଭୁଲିଯିବେ, ମାତ୍ର 2 ମିନିଟ ଏହାକୁ ଦେଖନ୍ତୁ…

। ସୂଚନା ଅନୁସାରେ ବିବାହ ସମୟରେ ସ୍ଵାମୀ ଓ ସ୍ତ୍ରୀ ସାରା ଜନ୍ମ ପାଇଁ ସାଥି ହୋଇ ରହିବେ ବୋଲି ଦୁହେଁ ଦୁହିଙ୍କୁ ପ୍ରତିଜ୍ଞା କରିଥାନ୍ତି । ଦମ୍ପତି ଜୀବନରେ ଆସୁଥିବା ଛୋଟ ବଡ ଭୁଲ୍ କୁ କ୍ଷମା କରିବେ ବୋଲି ଉଭୟ କଥା ଦେଇଥାନ୍ତି । ତଥାପି ବହୁତ ସମୟରେ ପ୍ରାୟତଃ ଦାମ୍ପତ୍ୟ ଜୀବନରେ ପାରିବାରିକ ତଥା ଅନ୍ୟ କିଛି କାରଣକୁ ନେଇ ସମସ୍ଯା ଲାଗିରହିଥାଏ । ଯେଉଁ କାରଣରୁ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ।

 

ଦାମ୍ପତ୍ୟ ଜୀବନରୁ ସମସ୍ଯାକୁ ଦୂରରେ ରଖିବା ପାଇଁ ଏହି ଉପାୟ କରନ୍ତୁ । ପ୍ରତ୍ଯେକ ପୂର୍ଣ୍ଣିମା ଦିନ ସକାଳୁ ଉଠି ଘରର ମୁଖ୍ୟ ଦ୍ଵାର ସାମ୍ନାରେ ଆମ୍ବ ଡାଳ ଗୁନ୍ଥିକି ଟଙ୍ଗାନ୍ତୁ । ୨ ରୁ ୩ ଦିନ ପରେ ଏହା ଶୁଖିଯିବା ଦ୍ଵାରା ଏହାକୁ କାଢି ପାଣିରେ ଭସାଇ ଦିଅନ୍ତୁ । ଏହି ଉପଚାର କରିବା ଦ୍ଵାରା ଗୃହ କ୍ଲେଶ ହେବାର ସମ୍ଭାବନା ନଥାଏ । ପାରିବାରିକ ଶାନ୍ତି ଆସିଥାଏ । ପ୍ରତ୍ଯେକ ଦିନ ଠାକୁର ପୂଜା କରି ସାରିବା ପରେ ସବୁ ରୁମ୍ ରେ ଶଙ୍ଖ ବଜାନ୍ତୁ ।

ଏହା କରିବା ଦ୍ଵାରା ଘର ପରିବାରରେ ଶାନ୍ତିର ମାହୋଲ ବନିବା ସହ ମା ଲକ୍ଷ୍ମୀଙ୍କ କୃପାଦ୍ରୁଷ୍ଟି ମଧ୍ୟ ସେହି ଘର ଉପରେ ପଡିଥାଏ । ଆପଣ ପ୍ରତି ପୂର୍ଣ୍ଣିମା ଦିନ ସକାଳୁ ଉଠି ଶୀଘ୍ର ଗାଧୋଇ ପଡନ୍ତୁ । ଖଣ୍ଡ ହଳଦୀକୁ ବାଟନ୍ତୁ । ତାପରେ ବଟାଯାଇଥିବା ହଳଦୀକୁ ନେଇ ଘରର ମୁଖ୍ୟ ଦ୍ଵାରା ସାମ୍ନାରେ ଓମ୍ ଚିହ୍ନ ଅଙ୍କନ କରନ୍ତୁ ।

 

ଏହା ଦ୍ଵାରା ଘରକୁ ନକରାତ୍ମକ ଶକ୍ତି ପ୍ରବେଶ କରିପାରେ ନାହିଁ । ଘରେ ଲାଫିଙ୍ଗ ବୁଦ୍ଧ ରଖିବା ଦ୍ଵାରା ସୁଖ ସମୃଦ୍ଧି ବଢିଥାଏ । ଲାଫିଙ୍ଗ ବୁଦ୍ଧକୁ ନିଜେ କିଣିକି ଆଣନ୍ତୁ । କେହି ଯେମିତି ତାହା ଆପଣଙ୍କୁ ଗିଫ୍ଟ ସଦୃଶ ଦେଇନଥିବ । ନିଜେ କିଣି ଆଣିଥିବା ଲାଫିଙ୍ଗ ବୁଦ୍ଧକୁ ଘରର ମୁଖ୍ୟ ଦ୍ଵାର ପଟକୁ ମୁହଁ କରି ରଖିବା ଦ୍ବାରର ଘରର କଳହ ଦୂର ହେବା ସହିତ ଘରେ ଶୌହାର୍ଦ୍ଧ୍ୟ ବୃଦ୍ଧି ହୋଇଥାଏ ।

ଯଦି ଘରେ କୌଣସି ପ୍ରକାରର ବ୍ୟବହାରରେ ଆସୁନଥିବା ଜିନିଷ ରହିଥାଏ । ତେବେ ତାହାକୁ ନିହାତି ଭାବରେ ଘରୁ କାଢିଦେବା ଉଚିତ । ଯାହା ଦ୍ଵାରା ଘର ସୁଖମୟ ପରିବେଶରେ ପୂର୍ଣ୍ଣ ରହିବ । କାରଣ ଅଦରକାରୀ ଜିନିଷ ପଡି ରହିବା ଦ୍ଵାରା ଘରେ ନକରାତ୍ମକ ଊର୍ଜା ବଢିବା ସହ ଦାମ୍ପତ୍ୟ ଜୀବନ ମଧ୍ୟ କଳହ ପୂର୍ଣ୍ଣହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button