IBN ଓଡ଼ିଶା ବ୍ୟୁରୋ

କେଉଁ କାରଣ ପାଇଁ ଜନ୍ମ ହୁଅନ୍ତି ଜାଆଁଳା ଶିଶୁ ? ଜାଣନ୍ତୁ କ’ଣ କହୁଛି ବିଜ୍ଞାନ…

। ସୂଚନା ଅନୁସାରେ ଜଣେ ମହିଳା ଗର୍ଭବତୀ ହେବା ପରେ ତାର ଗୋଟିଏ ପୁଅ କିମ୍ବା ଗୋଟିଏ ଝିଅ ସନ୍ତାନ ଜନ୍ମ ହୋଇଥାଏ । ଏହା ସହିତ ବେଳେ କିଛି ଗର୍ଭବତୀ ମହିଳା ମାନଙ୍କର ଯାଁଳା ସନ୍ତାନ ଜନ୍ମ ମଧ୍ୟ ହୋଇଥାଏ । ମେଡିକାଲ୍ ବିଜ୍ଞାନରେ ଗୋଟିଏ ସ୍ପମ ରେ କେବଳ ଗୋଟିଏ ଶିଶୁ ଜନ୍ମ ହୋଇଥାଏ । ଯେତେବେଳେ ମହିଳା ଶରୀର ଭିତରକୁ ସ୍ପମ ଯାଇଥାଏ । ତେବେ ଅଣ୍ଡା ତାକୁ ଏକ ପ୍ରକାର ଶିଲ୍ କରିଦେଇଥାଏ । ଏହା ପରେ ଅନ୍ୟ ସ୍ପମ ଶରୀରକୁ ପ୍ରବେଶ କରିପାରିନଥାଏ ।

 

ଯାଁଳା ଶିଶୁ ଦୁଇ ପ୍ରକାରର ହୋଇଥାନ୍ତି । ପ୍ରଥମ ହେଉଛି ମୋନୋଯାଇଗୋଟିକ ଓ ଅନ୍ୟଟି ଡାଇଯାଇଗୋଟିକ । ମହିଳା ଶରୀରରେ ଥିବା ଅଣ୍ଡା ସ୍ପମ ସହିତ ମିଶି ଭୃଣ ସୃଷ୍ଟି କରିଥାଏ । ବେଳେବେଳେ ଏହାର ଫଟିଲାଇଜେସନ ପ୍ରକ୍ରିୟାରେ ଗୋଟିଏ ନୁହେଁ ବଂର ଦୁଇଟି ଛୁଆ ଜନ୍ମ ହୋଇଯାଇଥାନ୍ତି । ଏହି ପ୍ରକ୍ରିୟାରେ ଦୁଇ ଏକା ଭଳି ପୁଅ କିମ୍ବା ଦୁଇ ଝିଅ ସନ୍ତାନ ଜନ୍ମ ହୋଇଥାନ୍ତି ।

ଯେଉଁ ମାନେ ଦେଖିବା ପାଇଁ ସଂପୂର୍ଣ୍ଣ ଏକା ଭଳି  ହୋଇଥାନ୍ତି । ଏପରିକି ତାଙ୍କ DNA ପ୍ରାୟ ସମାନ ରହିଥାଏ କିନ୍ତୁ ଫିଙ୍ଗର ପ୍ରିଣ୍ଟ ଅଲଗା ରହିଥାଏ । ଏମାନେ ମୋନୋଯାଇଗୋଟିକ ପକ୍ରିୟାରେ ଅନ୍ତର୍ଭୁକ୍ତ । ବେଳେ ମହିଳା ଶରୀରରେ ଦୁଇଟି ଅଣ୍ଡା ଜାତ ହୋଇଥାଏ ଓ ଏହା ଫଟିଲାଇଜେସନ କରିବା ପାଇଁ ଦୁଇଟି ଶୂକ୍ରାଣୁ ଆବଶ୍ୟକ କରିଥାଏ ।

 

ଏହି ପକ୍ରିୟାରେ ଦୁଇଟି ପୃଥକ ଭ୍ରୁଣ ପ୍ରସ୍ତୁତ ହୋଇଥାଏ । ଏହି ପକ୍ରିୟାରେ ସୃଷ୍ଟି ହେଉଥିବା ଜାଆଁଳା ସନ୍ତାନ ମାନେ ଦେଖିବାକୁ ଭିନ୍ନ ଭିନ୍ନ ହୋଇଥାନ୍ତି । ଏହା ସହିତ ଏମାନଙ୍କର ଚାଲି ଚଳଣି ଓ ସ୍ବଭାବରେ ଭିନ୍ନତା ପରିଲକ୍ଷିତ କରାଯାଇଥାଏ । ଏମାନେ ଡାଇଯାଇଗୋଟିକ ପ୍ରକ୍ରିୟାର ଅନ୍ତରଭୁକ୍ତ । ପରିସଙ୍ଖ୍ୟାଁ ଅନୁଯାଇ ପ୍ରତି ୪୦ ପ୍ରସବ ମଧ୍ୟରୁ ଗୋଟିଏ ଜାଆଁଳା ସନ୍ତାନ ସୃଷ୍ଟି ହୋଇଥାଏ ।

ଏଥି ମଧ୍ୟରୁ ୩ ଭାଗରୁ ୧ ଭାଗ ମୋନୋଜାଇଗୋଟିକ ଓ ୩ ଭାଗରୁ ୨ ଭାଗ ଡାଇଯାଇଗୋଟିକର ହୋଇଥାନ୍ତି । ପରୀକ୍ଷାରୁ ଅନୁମାନ କରାଯାଉଅଛି । ଗତ ଦୁଇ ଦଶନ୍ଧି ମଧ୍ୟରେ ଜାଆଁଳା ପିଲାଙ୍କ ଜନ୍ମ ହାର ସଂଖ୍ୟା ବାଢୁଛି । ପ୍ରଥମ କାରଣରେ ମହିଳା ମାନେ ବିଳମ୍ବରେ ଗର୍ଭବତୀ ହେଉଛନ୍ତି । ଦିତୀୟରେ ଯଦି ଘର ପରିବାରରେରେ ଜାଆଁଳା ଶିଶୁ କାହାର ଜନ୍ମ ହୋଇଥାଏ । ତେବେ ଅନୁବଂଶିକ ଭାବେ ମଧ୍ୟ ସେହି ପରିବାରରୁ ଅନ୍ୟ କାହାର ମଧ୍ୟ ଜାଆଁଳା ସନ୍ତାନ ଜନ୍ମ ହୋଇଥାଏ ।

 

ଜାଆଁଳା ଶିଶୁ ହେବାର ଥିଲେ ଗର୍ଭବତୀ ମହିଳା ପାଖରେ ଅନେକ ଲକ୍ଷଣ ମଧ୍ୟ ପ୍ରକାଶ ପାଇଥାଏ । ଗର୍ଭବତୀ ମହିଳାକୁ ଅଧିକ ଭୋକ ଲାଗିବା, ଅଧିକ ବ୍ଲିଡିଙ୍ଗ ହେବା ଏପରି ଦେଖା ଯାଇଥାଏ । ବାନ୍ତି ମଧ୍ୟ ଅଧିକ ପରିମାଣରେ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button