IBN ଓଡ଼ିଶା ବ୍ୟୁରୋ

ସ୍ତ୍ରୀର ଏହି ଭୁଲ ସ୍ବାମୀ ଜୀବନରେ ମହା ବିପଦ, କଣ ଆପଣ ଏମିତି ଭୁଲ କରୁ ନାହାନ୍ତି ତ ?

। ହିନ୍ଦୁ ଧର୍ମ ରେ ନାରୀ ଙ୍କୁ ଶକ୍ତି ସ୍ୱରୂପା ବୋଲି କୁହାଯାଇଥାଏ । ଏହି କାରଣରୁ ଘର ର ଝିଅ ବୋହୂ ଙ୍କୁ ଘରର ଲକ୍ଷ୍ମୀ ବୋଲି କୁହାଯାଏ । ଘର ର ଝିଅ ବୋହୂ ମାନେ ଯେପରି କର୍ମ ମାନ କରିଥାନ୍ତି ଘର ର ଉନ୍ନତି ସେହି ରୂପେ ହୋଇଥାଏ । ଯଦି ଘର ର ମହିଳା ମାନେ ଧର୍ମ ର ବିପରୀତ ରେ ଯାଇ କର୍ମ କରନ୍ତି ତେବେ ସେହି ଘରେ ସବୁବେଳେ ଧନ ର ଅଭାବ ଦେଖା ଦେଇଥାଏ ।

 

ତେଣୁ ଘରେ ସୁଖ ଶାନ୍ତି ଆଣିବା ପାଇଁ ଘରର ନାରୀ ମାନଙ୍କୁ ସବୁବେଳେ ବୁଝି ବିଚାରି ଶାସ୍ତ୍ର ଅନୁସାରେ ପ୍ରତ୍ୟେକ କର୍ମ କରିବା ଉଚିତ୍ । ବନ୍ଧୁଗଣ ଅନେକ ଥର ଦେଖିବାକୁ ମିଳେ, ଆଜିର ସମୟ ରେ ଅନେକ ନାରୀ ମଝି ସିନ୍ଥି ରେ ସିନ୍ଦୂର ପିନ୍ଧିବା ସ୍ଥାନରେ ସାଇଡ ରେ ସିନ୍ଦୂର ପିନ୍ଧିଥାନ୍ତି, ଯାହା ଉଚିତ୍ ହୋଇ ନଥାଏ । ଶାସ୍ତ୍ର ଅନୁସାରେ ନାରୀ ମାନେ ମଝି ସିନ୍ଥିରେ ସିନ୍ଦୂର ପିନ୍ଧିବା ଦ୍ଵାରା ସ୍ବାମୀ ଓ ପରିବାର ର ମଙ୍ଗଳ ହୋଇଥାଏ ।

ଏହାଛଡା ନାରୀ ମାନଙ୍କୁ କେବେ ମଧ୍ଯ ହାତରେ ସିନ୍ଦୂର ପିନ୍ଧିବା ଠିକ୍ ହୋଇ ନଥାଏ । ସିନ୍ଦୂର ସବୁବେଳେ ରୂପା କଣ୍ଟା ବା ଝିଙ୍କ କାଠିରେ ହିଁ ପିନ୍ଧିବା ମଙ୍ଗଳ ଦାୟକ ହୋଇଥାଏ । ଯଦି ଆପଣ ଏହା ସଂଗ୍ରହ କରି ପାରୁ ନାହାଁନ୍ତି, ତେବେ ଆପଣ ତୁଳସୀ କାଠିରେ ମଧ୍ଯ ସିନ୍ଦୂର ପିନ୍ଧି ପାରନ୍ତି କିନ୍ତୁ ହାତରେ କେବେ ମଧ୍ୟ ସିନ୍ଦୁର ପିନ୍ଧିବା ଠିକ୍ ନୁହେଁ ।

 

କାରଣ ଏହା ଦ୍ବାରା ସ୍ୱାମୀର ଉନ୍ନତି ସ୍ଥାନରେ ସ୍ବାମୀ ବର୍ବାଦି ଆଡ଼କୁ ଯାଇଥାଏ । ପୂଜା ସମୟ ରେ ତଳେ ବସି ପୂଜା କରିବା ଦ୍ୱାରା ପୂଜାର କୌଣସି ଫଳ ପ୍ରାପ୍ତ ହୋଇ ନଥାଏ । ତେଣୁ ସବୁବେଳେ ପୂଜା ସମୟ ରେ ପିଢ଼ା କିମ୍ବା କୌଣସି ଆସନ ରେ ବସି ହିଁ ପୂଜା କରିବା ଉଚିତ୍ । ଗାଧୋଇବା ସମୟ ରେ ଯଦି ଶରୀର ରେ କୌଣସି ବସ୍ତ୍ର ନ ରଖାଯାଏ, ତେବେ ଏହା ଦ୍ବାରା ଘର କୁ ଦୁର୍ଭିକ୍ଷତା ମାଡ଼ି ଆସିଥାଏ । ବନ୍ଧୁଗଣ ଗୁରୁବାର ଦିନ ସନ୍ଧ୍ୟା ସମୟରେ ଠାକୁର ଘର କାନ୍ଥ ରେ ଝିଟିପିଟି ଦେଖିଲେ ଅତ୍ୟନ୍ତ ଶୁଭ ହୋଇଥାଏ ।

 

ଏହି ସମୟ ରେ ମନରେ କୌଣସି ମାନସିକ କାମନା କରି ଠାକୁର ଙ୍କ ଘରୁ ହଳଦୀ ମିଶ୍ରିତ ଅରୁଆ ଚାଉଳ ଆଣି ଝିଟିପିଟି ଉପରେ ଅକ୍ଷତ ଦେଲେ କରିଥବା ମାନସିକ ଟି ଶୀଘ୍ର ପୂରଣ ହୋଇଥାଏ । ଯେଉଁ ବି କାମ କରୁଛନ୍ତି, ଚେଷ୍ଟା କରନ୍ତୁ ଟିକେ ନୀତିନିୟମ ଅନୁସାରେ କରିବାକୁ ।

କାରଣ ଆପଣ ମାନେ ହେଉଛନ୍ତି ଘର ର ଲକ୍ଷ୍ମୀ । ଆପଣ ଯଦି ଉତ୍ତମ କର୍ମ କରନ୍ତି ତେବେ ଆପଣଙ୍କ ଘର ର ଉନ୍ନତି ଖୁବ୍ ଶୀଘ୍ର ହେବ । ଓ ଘର ଧନ ଧାନ୍ୟ ରେ ପୂରି ଯିବ ।

Related Articles

Leave a Reply

Your email address will not be published. Required fields are marked *

Back to top button