IBN ଓଡ଼ିଶା ବ୍ୟୁରୋ

ମୁଣ୍ତରେ ଥଣ୍ଡା ତେଲ ମାଲିସ୍ କରୁଥିଲେ ସାବଧାନ! ମସ୍ତିଷ୍କର ସ୍ନାୟୁକୁ ଦୁର୍ବଳ କରିବା ସହ କରୁଛି ଏହିସବୁ କ୍ଷତି

ବର୍ତ୍ତମାନର ବ୍ୟସ୍ତ ବହୁଳ ଜୀବନରେ ମୁଣ୍ଡ ବିନ୍ଧା ଏକ ପ୍ରମୁଖ ସମସ୍ୟା ଭାବେ ଦେଖା ଦେଇଛି। ମୁଣ୍ଡ ବିନ୍ଧା, କେଶ ଝଡ଼ିବା ଏବଂ ନିଜକୁ ରିଲାକ୍ସ ଫିଲ କରାଇବା ପାଇଁ ଅନେକ ସମୟରେ ନିଜ ମୁଣ୍ଡରେ ଥଣ୍ଡା ତେଲର ପ୍ରୟୋଗ କରିଥାଉ। ଯାହା ଆମକୁ କିଛି ସମୟର ଆରାମ ମଧ୍ୟ ଦେଇଥାଏ। ହେଲେ କଣ ଆପଣ ଜାଣନ୍ତି ଏହାର କୁ ପ୍ରଭାବ ଆମ ଶରୀର ଉପରେ କେତେ ରହିଛି।

Thanda tel malish

ଏହା ମୁଣ୍ଡ ବିନ୍ଧା ଦୂର କରିବାର ଏକ ମାଧ୍ୟମ ହୋଇଥିବା ବେଳେ ବାସ୍ତବରେ କିନ୍ତୁ ଏହାର ପ୍ରୟୋଗ ଭବିଷ୍ୟତରେ ଅଧିକ ମୁଣ୍ଡ ବିନ୍ଧା କରାଇ ଥାଏ। ଏହା ଯୋଗୁଁ ବ୍ରେନ୍ ଷ୍ଟୋକ, ଦୃଷ୍ଟି ଶକ୍ତିରେ ହ୍ରାସ ଆଦି ସମସ୍ୟା ମଧ୍ୟ ଦେଖା ଦେଇଥାଏ। ତେବେ ପୁରୁଷଙ୍କ ତୁଳନାରେ ମହିଳା ମାନେ ଏହାର ବ୍ୟବହାର ଅଧିକ କରିଥାନ୍ତି। ଯେଉଁଥି ପାଇଁ ମହିଳା ମାନଙ୍କ ଠାରେ ଏ ନେଇ ଅଧିକ ସମସ୍ୟା ଦେଖା ଦେଇଥାଏ।ବିଏଚ୍ୟୁର ସ୍ନାୟୁ ବିଜ୍ଞାନ ବିଭାଗରେ ପ୍ରତି ମାସ ପଚାଶରୁ ଏପରି ଅଧିକ ମାମଲା ଆସୁଛି। ବିଏଚ୍ୟୁର ସ୍ନାୟୁ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ଭିଏନ୍ ମିଶ୍ର କହିଛନ୍ତି ଯେ ଥଣ୍ଡା ତେଲର ବ୍ୟବହାର ନିଶା ସେବନ ପରି ହୋଇଥାଏ। ଏଥିରେ ଅଧିକ ପରିମାଣର କର୍ପୁର ରହିଥାଏ। ଯାହା କି ଦୃଷ୍ଟି ଶକ୍ତି ହରାଇବା ଓ ମସ୍ତିଷ୍କ ରୋଗର କାରଣ ଅଟେ।

ତାଙ୍କ କହିବା ଅନୁସାରେ ତେଲରେ କର୍ପୁରର ପରିମାଣ ୧୧ଏମକ୍ୟୁ ହେବା ଉଚିତ୍। କିନ୍ତୁ ଏହା ଠାରୁ ଅଧିକ କର୍ପୁର ବ୍ୟବହାର କରାଯାଉଛି ଥଣ୍ଡା ତେଲ ଗୁଡିକରେ। କିଛି ତେଲରେ ତ ୨୦ ରୁ ୨୫ ଏମକ୍ୟୁ କର୍ପୁର ବ୍ୟବହାର କରାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button