IBN ଓଡ଼ିଶା ବ୍ୟୁରୋ

ଏହି ଛୋଟ ଭୁଲ ଯୋଗୁଁ ଅନେକ ଚେଷ୍ଟା ପରେ ମଧ୍ୟ ମାଁ ହୋଇପାରୁନାହାଁନ୍ତି ଅନେକ ମହିଳା, ଜାଣନ୍ତୁ ଏହାର କାରଣ ଏବଂ ନିରାକାରଣ

ବିବାହ ପରେ ଦିନେ ମାଆ ହେବାର ସ୍ୱପ୍ନ ପ୍ରାୟ ସମସ୍ତ ମହିଳାମାନଙ୍କର ରହିଥାଏ। କିନ୍ତୁ, ଦୁର୍ଭାଗ୍ୟବଶତଃ ସମସ୍ତଙ୍କୁ ଏହି ସୁଯୋଗ ପ୍ରାପ୍ତ ହୋଇନଥାଏ। ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ ଏଭଳି ଅନେକ କାରଣ ହେତୁ ମହିଳାମାନେ ଗର୍ଭବତୀ ହେବାଠାରୁ ବଞ୍ଚିତ ହୋଇଥାନ୍ତି। କେବଳ ଯେ ସହର ତାହା ନୁହେଁ ବରଂ ଗାଁରେ ମଧ୍ୟ ଏଭଳି ସମସ୍ୟା ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି।Pregnancy problem

ବର୍ଷ ବର୍ଷ ଧରି ଚେଷ୍ଟା କରିବା ପରେ ଏବଂ ବିଭିନ୍ନ ପ୍ରକାର ବ୍ୟୟବହୁଳ ଟେଷ୍ଟ ଏବଂ ଔଷଧ ଖାଇବା ପରେ ମଧ୍ୟ ମହିଳାମାନଙ୍କୁ କୌଣସି ସୁଫଳ ମିଳିପାରୁନାହିଁ। ମୁମ୍ବାଇର ଏକ ଡାକ୍ତରଖାନାରେ କରାଯାଇଥିବା ଏକ ଅନୁସନ୍ଧାନ ଅନୁଯାୟୀ, ଗର୍ଭଧାରଣରେ ସମସ୍ୟା ହେତୁ, ୩୦ରୁ ୩୫ ବର୍ଷ ବୟସ୍କା ମହିଳାଙ୍କ ମଧ୍ୟରୁ ୫୪ ପ୍ରତିଶତ, ଯେଉଁମାନେ AMH ପ୍ରଜନନ ପରୀକ୍ଷା କରିଥିଲେ, ସେମାନଙ୍କର ଅଣ୍ଡାର ଗୁଣ ଖରାପ ଥିଲା କିମ୍ବା ବହୁତ କମ୍ ସଂଖ୍ୟାରେ ଅଣ୍ଡା ତିଆରି ହେଉଥିଲା।

Sugar

ତେବେ, ଏଠାରେ ପ୍ରଶ୍ନ ଉଠୁଛି ଏଭଳି ସମସ୍ୟା କଣ ପାଇଁ ଦେଖା ଦେଉଛି? ମହିଳାମାନଙ୍କ ବ୍ୟସ୍ତବହୁଳ ଜୀବନଶୈଳୀ ଏବଂ ମୋଟପା ହେତୁ ସେମାନଙ୍କ ରକ୍ତରେ ସର୍କରା ବୃଦ୍ଧି ପାଉଛି ଯାହାକି ଗର୍ଭଧାରଣ ନ କରି ପାରିବାର ପ୍ରଥମ କାରଣ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ପ୍ରି-ଡାଇବେଟିସ୍ କିମ୍ବା ଡାଇବେଟିସ୍ ହେବା PCOD, PCOS ପରି ରୋଗ ମଧ୍ୟ ସୃଷ୍ଟି କରିପାରେ ବୋଲି କୁହାଯାଉଛି।

Pregnancy problem

ତେବେ, ଯଦି କେହି ମହିଳା ଏଭଳି ସମସ୍ୟା ଦେଇ ଗତି କରୁଛନ୍ତି ତେବେ, ପ୍ରଥମେ ନିଜର ସୁଗାର ଟେଷ୍ଟ କରିବା ସହିତ ଡାଇବେଟିସ୍ ଅଛି କି ନାହିଁ ତାହା ଜାଣି ରଖିବା ନିହାତି ଦରକାର ଅଟେ। ଟେଷ୍ଟ କରିବା ପାଇଁ ମାତ୍ର ୫୦-୧୦୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଡାଇବେଟିସ ନଥିଲେ ହିଁ ପୁନର୍ବାର ଗର୍ଭଧାରଣ କରିବା ପାଇଁ ଚେଷ୍ଟା କରିବାକୁ ପରାମର୍ଶ ଦିଆଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button