IBN ଓଡ଼ିଶା ବ୍ୟୁରୋ

ଟେକ୍ସାସ୍ ପରେ ନ୍ୟୁୟର୍କ ରାସ୍ତାରେ ବିମାନ ଦୁର୍ଘଟଣା, ୧ ମୃତ…, ୪୮ ଘଣ୍ଟାରେ ଦ୍ଵିତୀୟ ଘଟଣା

ଆମେରିକାର ନ୍ୟୁୟର୍କର ୱେଷ୍ଟଚେଷ୍ଟର କାଉଣ୍ଟିରେ ଗୁରୁବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ନ୍ୟୁୟର୍କ ରାଜପଥରେ ଏକ ଛୋଟ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ସମୟରେ ବିମାନରେ ଦୁଇ ଜଣ ଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି ।

ଦୁର୍ଘଟଣା ପରେ ରାସ୍ତାରେ ଲମ୍ବା ଟ୍ରାଫିକ୍ ଜାମ୍ ସୃଷ୍ଟି ହୋଇଥିଲା । ମାନହଟନଠାରୁ ପ୍ରାୟ ୪୦ କିଲୋମିଟର ଉତ୍ତର-ପୂର୍ବରେ ଥିବା ହାରିସନସ୍ଥିତ ଇଣ୍ଟରଷ୍ଟେଟ୍ ୬୮୪ରେ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା । ଦୁର୍ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ଦୁର୍ଘଟଣାର ଶିକାର ହୋଇଥିବା ବିମାନ ଦେଖିବାକୁ ମିଳୁଛି ।

ଏ ସମ୍ପର୍କରେ ରାଜ୍ୟପାଳ କ୍ୟାଥି ହୋଚୁଲ କହିଛନ୍ତି ଯେ ଦୁର୍ଘଟଣା ପରେ ଏଣେତେଣେ ବିଛୁରିତ ହୋଇ ପଡ଼ିଥିବା ବିମାନ ଇନ୍ଧନକୁ ସଫା କରିବା ପାଇଁ ପରିବେଶ ସୁରକ୍ଷା ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଦୁର୍ଘଟଣା ଘଟିଥିବା ରାସ୍ତାରେ ଯାତାୟାତ ବନ୍ଦ କରି ଦିଆଯାଇଛି । ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସେ କହିଛନ୍ତି, ଏହି ଦୁଃଖଦ ଘଟଣାରେ ପୀଡ଼ିତଙ୍କ ପରିବାର ପ୍ରତି ମୋର ସମବେଦନା । ଆହତଙ୍କ ଶୀଘ୍ର ଆରୋଗ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି ।

Related Articles

Leave a Reply

Your email address will not be published. Required fields are marked *

Back to top button