IBN ଓଡ଼ିଶା ବ୍ୟୁରୋ

ଘରେ ରଖନ୍ତୁ ଏହି ଫୋଟୋ, ଅର୍ଥର ଅଭାବ ସବୁଦିନ ପାଇଁ ଦୂରେଇ ଯିବ,ଦେଖନ୍ତୁ କେଉଁ ଫୋଟୋ ରଖିବେ ଏବଂ କେଉଁଟି ନୁହେଁ

ବନ୍ଧୁଗଣ ଆମ ଘରେ ଯେଉଁ ଫୋଟୋ ସବୁ ଲଗାଇ ଥାଉ ତାହାକୁ ଆମେ ସବୁବେଳେ ଦେଖିଥାଉ । ଫୋଟୋ ଉପରେ ଆମର ନଜର ପଡୁଛି । ଯାହା ଫଳରେ ଆମର ଜୀବନ ଶୈଳୀ ଓ ଭାଗ୍ୟ ଉପରେ ଏହାର ପ୍ରଭାବ ବହୁ ମାତ୍ରା ରେ ରହୁଛି । ତେଣୁ ବାସ୍ତୁ ସାଷ୍ଟ ଓ ଧର୍ମ ପୁରାଣ ଆଦିରେ ଏହି ସବୁ ବର୍ଣ୍ଣନା ବହୁତ ସୁନ୍ଦର ଭାବେ କରା ଯାଇଛି । ଯାହାର ପାଳନ ଆମେ ମାନେ କରିଲେ ସୁଖୀ ଜୀବନ ବିତାଇ ପାରିବା ।

ସୁଖୀ ପରିବାର ଆମେ ସୃଷ୍ଟି କରି ପାରିବା । ଆଜି ଆମେ ଆପଣଙ୍କୁ କହିବୁ ଘରେ କେଉଁ କେଉଁ ଫୋଟୋ ରଖିଲେ ତାହାର ପ୍ରଭାବ କଣ ହୋଇଥାଏ । ଘରେ ରାମାୟଣ ବା ମହାଭାରତର କୌଣସି ପ୍ରକାରର ଯୁଦ୍ଧ ର ଫୋଟୋ ରଖନ୍ତୁ ନାହି । କୌଣସି ପ୍ରକାରର ପୌରାଣିକ ବା ଯୁଦ୍ଧ ର ଫୋଟୋ ଘରେ ରଖିବା ଦ୍ଵାରା ବହୁ ମାତ୍ରା ରେ ଖରାପ ପ୍ରଭାବ ପଡିଥାଏ । ଏହା ସହ ଘରେ ଝଗଡା ହୋଇଥାଏ ।

କିନ୍ତୁ ପ୍ରଭୁ ଶ୍ରୀ ରାମଙ୍କର ଦରବାର ଲାଗିଥିବା ଫୋଟୋ ଯଦି ଆପଣ ଘରେ ରଖନ୍ତି ତେବେ ତାହା ନିଷ୍କିନ୍ତ ଭାବେ ସୁଖ, ସୌଭାଗ୍ୟ ଓ ପରିବାର ଲୋକଙ୍କ ମଧ୍ୟରେ ପ୍ରେମ, ଏକତା, ସଦଭାବନା ବୃଦ୍ଧି ପାଇବ । ଭଗବାନ ଶ୍ରୀ କୃଷ୍ଣଙ୍କର ଗୋଟେ ଗୋଡ ରେ ଠିଆ ହୋଇ ବଂଶୀ ଧ୍ୱନି କରୁଥିବେ ଓ ତାଙ୍କ ପଛରେ ଗୋ-ମାତା ଥିବେ ସେଭଳି ଫୋଟୋ ଘରେ ରଖିଲେ ସୌଭାଗ୍ୟ ବୃଦ୍ଧି ଘଟିବା ସହ ଧନ ପ୍ରାପ୍ତିର ମାର୍ଗ ଖୋଲିଥାଏ ।

ଘୁଷୁରି, ଶିଆଳ, ସାପ, ଗଧ, ପେଚା, କାଉ ମାନଙ୍କର ଫୋଟୋ ଘରେ ଭୁଲରେ ରଖନ୍ତୁ ନାହି । ଏହା ଦ୍ଵାରା ନିଶ୍ଚୟ କର୍ମ କ୍ଷେତ୍ରରେ ବା ରୋଜଗାର ରେ ବାଧା ଦେଖାଯିବ । ଆପଣଙ୍କର କର୍ମ ସଂସ୍ଥା ରେ ସମସ୍ଯା ହେବା ସହ ଯାହା ଇନକମ କରୁଥିବେ ତାହା ଅଯଥାରେ ଖର୍ଚ୍ଚ ହେବାରେ ଲାଗିବ । ଏଭଳି ଫୋଟୋ କୁ ବର୍ଜନ କରନ୍ତୁ । କିନ୍ତୁ ଆପଣ ନିଜର ବେଡ ରୁମରେ ଲଭ ବାର୍ଡ ର ଫୋଟୋ ଲଗାଇଲେ ସ୍ଵାମୀ ସ୍ତ୍ରୀ ଙ୍କ ମଧ୍ୟରେ ସମ୍ପର୍କ ବା ବଣ୍ଡିଙ୍ଗ ବହୁତ ମଜବୁତ ହୋଇଥାଏ ।

ଗୃହର ମୁଖ୍ୟ ଦ୍ଵାରରେ ଭଗବାନ ଗଣେଶ, ଓମ, ମୀନ, ଗାୟତ୍ରୀ ମନ୍ତ୍ର, ମଙ୍ଗଳ କଳସ ଆଦିର ଫୋଟୋ ଲଗାଇ ପାରିବେ । ଯାହା ଦ୍ଵାରା ଘର ଭିତରକୁ ଯେଉଁ ଖରାପ ଶକ୍ତି ଥିବ ତାହା ଦୂର ହୋଇଯିବ । ଯେବେ ପୁଷ୍କରିଣୀ, ହ୍ରଦ, ପାଣି, ନଦୀ, ପୋଖରୀ ହେଉ ରାଜହଂସ ପହଁରୁ ଥିବାର ଫୋଟୋ ଘରେ ଲଗାଇଲେ ଅତ୍ୟନ୍ତ ଶୁଭ ହୋଇଥାଏ ।

ଏହା ଦ୍ଵାରା ଧନ ଆସିବାର ମାର୍ଗ ଦେଖାଇ ଥାଏ । ଆପଣ ମାନେ ଏହି ସବୁ ଫୋଟୋ ନିଶ୍ଚୟ ଘରେ ଆଣି ଲଗାନ୍ତୁ । ଏହା ଦ୍ଵାରା ଘରେ ସୁଖ, ସମୃଦ୍ଧି, ସୌଭାଗ୍ୟ ବୃଦ୍ଧି ହେବ ସହ ଧନ ପ୍ରାପ୍ତି ର ନୂତନ ମାର୍ଗ ମିଳିଥାଏ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button