IBN ଓଡ଼ିଶା ବ୍ୟୁରୋ

ଥଣ୍ଡା, କାଶ ଓ କଫ ଏକା ଥରେ ଭଲ ହେଇଯିବ, ବାସ କରନ୍ତୁ ଏହି ଘରୋଇ ଉପାୟ

ବନ୍ଧୁଗଣ ବଦଲୁଥିବା ପାଣିପାଗ ତାହା ଋତୁ ର କାରଣ ରୁ ସମସ୍ତ ଙ୍କୁ ଥଣ୍ଡା କାଶ ଭଳି ସମସ୍ଯା ହୋଇଥାଏ । ତେବେ ଯଦି ଆପଣଙ୍କୁ ମଧ୍ୟ ଏହିଭଳି କିଛି ସମସ୍ଯା ଥାଏ, ତେବେ ଆପଣ ମଧ୍ୟ ଆଜିର ଏହି ଉପଚାର ଟିକୁ ଘରେ ପ୍ରସ୍ତୁତ କରି ବ୍ୟବହାର କରି ନିଜର ଏହି ଥଣ୍ଡା ଜନିତ ସମସ୍ଯା କୁ ଦୂର କରି ପାରିବେ । ତାହାସହ ଆଜିର ଏହି ଉପଚାର ଟି କୁ ବ୍ୟବହାର କରିବା ଦ୍ଵାର ଆପଣ ଙ୍କ ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢିଯିବ ।

ଆଜିର ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ ପ୍ରଥମେ ୧୦୦ ଗ୍ରାମ ଅଦା ର ଆବଶ୍ୟକ ପଡିବ । ଅଦା ଆପଣ ଙ୍କର ଥଣ୍ଡା କାଶ କୁ ଦୂର କରିବା ପାଇଁ ଖୁବ ଅଧିକ ଲାଭଦାୟୀ ଅଟେ । ପ୍ରତିଦିନ କିଛି ମାତ୍ରାରେ ଅଦା ର ସେବନ କରିବା ଦ୍ଵାରା କେବେ ମଧ୍ୟ ଥଣ୍ଡା କାଶ ଭଳି ସମସ୍ଯା ର ସମ୍ମୁଖୀନ ହେବାକୁ ପଡି ନଥାଏ ।

ଆଜିର ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣ ସର୍ବପ୍ରଥମେ କିଛି ଅଦା କୁ ନେଇ ତାହାକୁ ଭଲ ଭାବରେ ଧୋଇ ସଫା କରି ଦିଅନ୍ତୁ । ଏହାପରେ ଆପଣ ସେହି ଅଦା କୁ ନିଆଁ ରେ ପୋଡି ଦିଅନ୍ତୁ । ଅଦା କୁ ଏପରି ସାମାନ୍ୟ ପୋଡି ତାହାର ବ୍ୟବହାର କରିବା ଦ୍ଵାରା ତାହାର ଗୁଣ ଦୁଇ ଗୁଣ ଅଧିକ ବଢି ଯାଇଥାଏ ।

ଅଦା ର ଚୋପା ଗୁଡିକ ପୋଡି ପୋଡି କଳା ହୋଇଯିବା ପରେ ସେ ଗୁଡିକ ଥଣ୍ଡା ପାଣି ସାହାର୍ଯ୍ୟ ରେ ଭଲ ଭାବରେ ଧୋଇ ସଫା କରି ସେହି ଚୋପା ଗୁଡିକୁ ସଫା କରି ଦିଅନ୍ତୁ । ଏହି ପରି ଅଦା କୁ ଅଳ୍ପ ପୋଡି ବ୍ୟବହାର କରିଲେ, ଏହା ଶରୀର କୁ କୌଣସି ପ୍ରକାରର କ୍ଷତି ପହଞ୍ଚାଇ ନଥାଏ ।

ବର୍ତ୍ତମାନ ଆପଣ ସେହି ଅଦା ର ଖଣ୍ଡ କୁ ଛୋଟ ଛୋଟ ଖଣ୍ଡ କରି ନିଅନ୍ତୁ । ଏହା ପରେ ଅଦାରେ କିଛି ଗୋଲମରୀଚ ଓ ୫ ଟି ଗୋଟା ଲବଙ୍ଗ ଓ ଏକ ଖଣ୍ଡ ଡାଲଚିନି ପକାଇ ତାହାକୁ ଗ୍ରାଇଣ୍ଡିଙ୍ଗ ଜାର ରେ ପକାଇ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରି ନିଅନ୍ତୁ । ଏକ କଢେଇ କୁ ଗ୍ଯାସ ରେ ବସାଇ ସେହି ଅଦାକୁ ପକାନ୍ତୁ ।

ବର୍ତ୍ତମାନ କିଛି ସମୟ ପରେ ସେଥିରେ କିଛି ଗୁଡ ପକାଇ ଦିଅନ୍ତୁ । କିଛି ସମୟ ଏହାକୁ ଭାଜି ସାରିଲା ପରେ ଏଥିରେ ଅଧ ଚାମଚ ଗୁଜୁରାତି ଗୁଣ୍ଡ, ଅଧ ଚାମଚ କଳା ଲୁଣ, ଅଧ ଚାମଚ ହଳଦୀ ଗୁଣ୍ଡ, ଅଧ ଚାମଚ ଭଜା ଜୀରା ଗୁଣ୍ଡ ଓ ଅଧ ଚାମଚ ସନ୍ଧେବ ଲୁଣ ପକାନ୍ତୁ ।

ବର୍ତ୍ତମାନ ଆପଣ ଏହାକୁ ଭଲ ଭାବରେ କିଛି ସମୟ ପାଇଁ ଭାଜନ୍ତୁ । ଏହି ସବୁ କିଛି ସମୟ ଧରି ଭଲ ଭାବରେ ଭାଜି ସାରିଲା ପରେ ଏହାକୁ ଏକ ପାତ୍ରରେ କାଢି ନିଅନ୍ତୁ । ଏହାକୁ ଆପଣ ଫ୍ରିଜରେ ରଖି ଷ୍ଟୋର ମଧ୍ୟ କରି ପାରିବେ । ଆପଣ ଚାହିଁଲେ ଆପଣ ଏଥିରେ ଲେମୁ ରସର ମଧ୍ୟ ବ୍ୟବହାର କରି ପାରିବେ ।  ଆପଣ ଏହାକୁ ଦିନ ର ଯେ କୌଣସି ସମୟ ଚାହିଁବେ ସେ ସମୟ ରେ ବ୍ୟବହାର କରି ପାରିବେ ।

ଛୋଟ ପିଲାଙ୍କୁ ଏହାର ମାତ୍ର ଅଧ ଚାମଚ ସେବନ କରିବାକୁ ଦିଅନ୍ତୁ । ଏହା ବ୍ଯତୀତ ବଡ ଲୋକ ମାନେ ଏହାର ଏକ ଚାମଚ ସେବନ କରି ପାରିବେ । ଧ୍ୟାନ ଦେବେ ଏହାକୁ ଖାଇବାର ପରେ ଆପଣ ସଙ୍ଗେ ସଙ୍ଗେ ପାଣିର ବ୍ୟବହାର କରିବେ ନାହିଁ । ନଚେତ ଆପଣ ଙ୍କୁ ଏହାର ଲାଭ ଦେଖିବାକୁ ମିଳିବ ନାହିଁ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଏହାକୁ ଆପଣ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

More Cool Stuff

Related Articles

Leave a Reply

Your email address will not be published. Required fields are marked *

Back to top button