IBN ଓଡ଼ିଶା ବ୍ୟୁରୋ

ସ୍ୱାମୀଙ୍କ ନାମରେ ମେହେନ୍ଦୀ ଲଗାଇଲେ ମହିଳା ପୋଲିସ କର୍ମଚାରୀ, ଡ୍ୟୁଟି ସହିତ ରଖିଲେ କରଓ୍ୱା ଚୌଥ ବ୍ରତ

ରଓ୍ୱା ଚୌଥ ପାଇଁ ହାତରେ ମେହେନ୍ଦୀ ଲଗାଇଲେ ମହିଳା ପୋଲିସ କର୍ମଚାରୀ । ଖାକି ବର୍ଦ୍ଦିରେ ଦେଶ ସେବାର ଜୋଶ୍‌ ଭିତରେ ସ୍ୱାମୀଙ୍କ ମଙ୍ଗଳ ମନାସିଲେ ଏହି ମହିଳା ପୋଲିସ କର୍ମଚାରୀ । ପୂରା ଉତ୍ସାହର ସହିତ କରଓ୍ୱା ଚୌଥ ବ୍ରତର ସମସ୍ତ ପ୍ରସ୍ତୁତି କରିଛନ୍ତି ଏମାନେ । ଡ୍ୟୁଟି ଭିତରେ ଟିକିଏ ସମୟ ବାହାର କରି ଜଣେ ଜଣଙ୍କ ହାତରେ ଲଗାଇ ଦେଇଛନ୍ତି ମେହେନ୍ଦୀ ।

ଏମିତି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଝାନ୍‌ସିରେ । ଏଠାରେ ମହିଳା କନଷ୍ଟେବଳ, ଏସ୍‌ଏଚ୍‌ଓ ଓ ଏସ୍‌ଏସ୍‌ଆଇ ସମସ୍ତେ ମିଶି ହାତରେ ମେହେନ୍ଦୀ ଲଗାଇଛନ୍ତି । ଏହାସହ ଗୀତ ମଧ୍ୟ ଗାଇଛନ୍ତି ।

ଝାନ୍‌ସିର ଏକ ଥାନାରେ ମହିଳା ପୋଲିସ କର୍ମଚାରୀମାନେ ବ୍ରତ ପାଇଁ ନିଆରା ଢଙ୍ଗରେ ପ୍ରସ୍ତୁତି କରିଛନ୍ତି । ଦେଶ ସେବା ଏବଂ କର୍ତ୍ତବ୍ୟ ପାଳନ ସହିତ ପରମ୍ପରାକୁ ମଧ୍ୟ ଜାବୁଡ଼ି ଧରିଛନ୍ତି ।

ମହିଳା ଥାନା ଅଧିକାରୀ କିରନ ରାଓ୍ୱତ କହିଛନ୍ତି, ଆମେ ପରିବାର ପରାମର୍ଶ କେନ୍ଦ୍ରରେ ଡ୍ୟୁଟି କରୁଥିଲୁ । ଯେତେବେଳେ ଫୁର୍‌ସତ ମିଳିଲା, ସମସ୍ତେ ହାତରେ ମେହେନ୍ଦୀ ଲଗାଇବା ଆରମ୍ଭ କଲୁ । ଏଠି ସମସ୍ତେ ବିବାହିତ ।

ଜଣେ ମହିଳା କନଷ୍ଟେବଳ କହିଛନ୍ତି, ଆଗ ଡ୍ୟୁଟି । ଆମେ ସମସ୍ତେ ପ୍ରଥମେ ନିଜ ଡ୍ୟୁଟିକୁ ପ୍ରାଥମିକତା ଦେଇଥାଉ । ଟିକିଏ ସମୟ ମିଳିବା ପରେ ଏହି ପ୍ରସ୍ତୁତି କଲୁ । ଡ୍ୟୁଟି ପରେ ଥାନାରେ ମେହେନ୍ଦୀ ଲଗାଇଲୁ । ଏହା ସହିତ ଉତ୍ସବ ମଧ୍ୟ ପାଳନ କରିବୁ ।

Related Articles

Leave a Reply

Your email address will not be published. Required fields are marked *

Back to top button