ଦେଶ

ଚନ୍ଦ୍ରର ଦକ୍ଷିଣ ମେରୁରେ ଓହ୍ଲାଇନି ଚନ୍ଦ୍ରଯାନ-୩, ଚୀନ ବୈଜ୍ଞାନିକଙ୍କ ବିବାଦୀୟ ଦାବି – Ibnodisha

[ad_1]

ନୂଆଦିଲ୍ଲୀ: ଭାରତର ଚନ୍ଦ୍ରଯାନ-୩କୁ ନେଇ ଚୀନର ଜଣେ ବରିଷ୍ଠ ବୈଜ୍ଞାନିକ ବିବାଦୀୟ ବୟାନ ଦେଇଛନ୍ତି। ସେ ଦାବି କରିଛନ୍ତି ଯେ ଭାରତର ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିନଥିଲା। ଭାରତୀୟ ବୈଜ୍ଞାନିକମାନେ ଏବେ ବିକ୍ରମ ଲ୍ୟାଣ୍ଡର ଓ ପ୍ରଜ୍ଞାନ ରୋଭରକୁ ଉଠାଇବାକୁ ଚେଷ୍ଟା କରୁଥିବା ବେଳେ ଚୀନର ଏହି ଆଶ୍ଚର୍ଯ୍ୟଜନକ ଦାବି ଆସିଛି। ସେପଟେ ବିଶ୍ୱର ଅନ୍ୟ ବୈଜ୍ଞାନିକମାନେ ଚୀନର ଦାବିକୁ ଖଣ୍ଡନ କରି କହିଛନ୍ତି ଯେ ଦକ୍ଷିଣ ମେରୁରେ ଭାରତର ଚନ୍ଦ୍ରଯାନ-୩ ଅବତରଣ ଠିକ୍ ଥିଲା ।

ଚୀନର ପ୍ରଥମ ଚନ୍ଦ୍ର ଅଭିଯାନର ମୁଖ୍ୟ ବୈଜ୍ଞାନିକ ତଥା ଚୀନର ମହାକାଶ ବିଜ୍ଞାନୀ ଓୟାଙ୍ଗ  ଜିୟୁଆନ୍ ବୁଧବାର ଏହି ମନ୍ତବ୍ୟ ଦେଇଛନ୍ତି। ସେ ଆହୁରି ମଧ୍ୟ ଦାବି କରିଛନ୍ତି ଯେ ମହାକାଶଯାନ ଚନ୍ଦ୍ରର ଦକ୍ଷିଣ ମେରୁର ଆଖପାଖ ଅଂଚଳରେ ବି ଅବତରଣ କରିନଥିଲା।  ଚାଇନିଜ୍ ଏକାଡେମୀ ଅଫ୍ ସାଇନ୍ସର ସଦସ୍ୟ ଓୟାଙ୍ଗ ସାଇନ୍ସ ଟାଇମ୍ସ ଖବରକାଗଜକୁ କହିଛନ୍ତି, ଚନ୍ଦ୍ରଯାନ-୩ର ଅବତରଣ ସ୍ଥଳ ଚନ୍ଦ୍ରର ଦକ୍ଷିଣ ମେରୁରେ ନଥିଲା । ଚନ୍ଦ୍ରର ଦକ୍ଷିଣ ମେରୁ କେଉଁଟା ତାହାକୁ ନେଇ ଭିନ୍ନ ଭିନ୍ନ ଅବଧାରଣା ରହିଛି ବୋଲି ସେ କହିଛନ୍ତି ।

ଚନ୍ଦ୍ରର ଦକ୍ଷିଣ ମେରୁରେ ଭାରତର ଚନ୍ଦ୍ରଯାନ-୩ର ସଫଳ ଅବତରଣକୁ ନେଇ ବିଶ୍ବର ଅନ୍ୟ ବୈଜ୍ଞାନିକମାନେ ପ୍ରଶ୍ନ କିମ୍ବା ବିବାଦ କରିନାହାନ୍ତି। ଏପରିକି ନାସା ଏବଂ ୟୁରୋପୀୟ ମହାକାଶ ଏଜେନ୍ସି ସଫ୍ଟ ଲ୍ୟାଣ୍ଡିଂ ପାଇଁ ଇସ୍ରୋ ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଛନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button