ଦେଶ
ବଦଳିଲା ମିଜୋରାମ୍ ଭୋଟ ଗଣତି ତାରିଖ, ୩ ପରିବର୍ତ୍ତେ ୪ ତାରିଖରେ ହେବ ଗଣତି – Ibnodisha

[ad_1]
ନୂଆଦିଲ୍ଲୀ: ବଦଳିଲା ମିଜୋରାମ ବିଧାନସଭା ନିର୍ବାଚନର ଭୋଟଗଣତି ତାରିଖ । ରବିବାର ପରିବର୍ତ୍ତେ ସୋମବାର (ଡିସେମ୍ବର ୪) ଭୋଟ୍ ଗଣତି ହେବ ବୋଲି ଶୁକ୍ରବାର ଦିନ ନିର୍ବାଚନ କମିସନ ସୂଚନା ଦେଇଛନ୍ତି। ରାଜ୍ୟର ଲୋକମାନଙ୍କ ଦାବିକୁ ମାନି କମିସନ ଏହି ନିଷ୍ପତ୍ତି ନେଇଛନ୍ତି । ମିଜୋରାମବାସୀଙ୍କ ପାଇଁ ରବିବାରର ବିଶେଷ ମହତ୍ତ୍ୱ ରହିଛି। କାରଣ ରାଜ୍ୟର ପ୍ରାୟ ୮୭ ପ୍ରତିଶତ ଲୋକ ଖ୍ରୀଷ୍ଟଧର୍ମାବଲମ୍ବୀ ଓ ସେମାନେ ରବିବାର ପ୍ରାର୍ଥନା କରିବାକୁ ଚର୍ଚ୍ଚ ଯାଆନ୍ତି।
୩ ତାରିଖ ରବିବାର ପଡ଼ୁଥିବାରୁ ଏହାକୁ ବଦଳାଇବାକୁ ଲୋକେ ଦାବି କରିଥିଲେ । ଏହି କାରଣରୁ ତାରିଖରେ ପରିବର୍ତ୍ତନ କରାଯାଇଛି । ମିଜୋରାମର ୪୦ଟି ଆସନ ପାଇଁ ନଭେମ୍ବର ୭ତାରିଖରେ ମତଦାନ ହୋଇଥିଲା। ନିର୍ବାଚନ କମିସନଙ୍କ ମୂଳ ନିଷ୍ପତ୍ତି ଅନୁସାରେ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ଦିନ ଅର୍ଥାତ୍ ଡିସେମ୍ବର ୩ ତାରିଖରେ ବି ମିଜୋରାମରେ ଗଣତି ହୋଇ ନିର୍ବାଚନ ଫଳାଫଳ ଆସିବାର ଥିଲା।
[ad_2]



