ଦେଶ

କାନପୁର ଆଇଆଇଟିରେ ଓଡ଼ିଆ ଗବେଷିକାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର – Ibnodisha

[ad_1]

କାନପୁର : କାନପୁର ଆଇଆଇଟିରେ ଗବେଷଣାରତ ଓଡ଼ିଆ ଯୁବତୀଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏ ଆର୍ ଟାୱାର ହଷ୍ଟେଲର ଦ୍ୱିତୀୟ ମହଲାର ଏକ ରୁମରୁ ତାଙ୍କର ଝୁଲନ୍ତା ମୃତଦେହ ଜବତ କରାଯାଇଛି। ମୃତ ଯୁବତୀ ଜଣଙ୍କ ହେଲେ କଟକର ପଲ୍ଲଭୀ ଚିଲକା। ସେ IIT କାନପୁରରେ ପ୍ରୋଜେକ୍ଟ ଏକଜିକ୍ୟୁଟିଭ ଅଫିସର ଭାବେ କାର୍ଯ୍ୟରତ ଥିଲେ। ୩ ଦିନ ପୂର୍ବେ ପଲ୍ଲଭୀ ହଷ୍ଟେଲକୁ ଆସି ରହିଥିଲେ। ଅପରାହ୍ନରେ ସଫେଇ କର୍ମଚାରୀ ତାଙ୍କ ରୁମ୍ ସଫା କରିବାକୁ ଯାଇଥିଲେ। ଭିତରୁ କବାଟ ବନ୍ଦ ଥିବା ସେ ଦେଖିଥିଲେ। ବାହାରୁ ଡାକିଲେ ମଧ୍ୟ ଭିତରୁ କିଛି ଶୁଣିବାକୁ ମିଳିନଥିଲା।ତେବେ କବାଟ ଭିତରକୁ ସେ ଚାହିବାରୁ ପଲ୍ଲଭୀଙ୍କ ମୃତଦେହ ଫ୍ୟାନରେ ଝୁଲୁଥିବା ଦେଖିଥିଲେ। ଖବର ପାଇ କଲ୍ୟାଣପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଥିଲା। ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ମାନସିକ ଚାପ ଯୋଗୁଁ ଆତ୍ମହତ୍ୟା କରିଥିବା ନେଇ ପୁଲିସ ସନ୍ଦେହ କରୁଛି। ଆଇଆଇଟି କାନପୁର ପକ୍ଷରୁ ଏକ ବିବୃତ୍ତିରେ ଏହି ଆତ୍ମହତ୍ୟା ଘଟଣା ନେଇ ଉଦ୍‌ବେଗ ପ୍ରକାଶ କରାଯାଇଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button