ଦେଶ

ବ୍ରିଟେନରେ ବ୍ୟାପୁଛି କୋଭିଡର ନୂଆ ଭାରିଆଣ୍ଟ ‘ଏରିସ୍’, ଏସିଆରେ ବି ସଂକ୍ରମଣ ବଢିବା ଆଶଙ୍କା – Ibnodisha

[ad_1]

ଲଣ୍ଡନ: କିଛିଦିନର ବ୍ୟବଧାନ ପରେ ପୁଣି ଥରେ କାୟା ମେଲାଇଛି କୋଭିଡ୍ । ଏବେ ଇଂଲଣ୍ଡରେ ଏରିସ୍ ବା ଇଜି.୫.୧ ନାମକ ଏକ ନୂଆ କୋଭିଡ୍ ଭାରିଆଣ୍ଟ ଏବେ ଚିନ୍ତାର କାରଣ ପାଲଟିଛି। ସମଗ୍ର ବ୍ରିଟେନରେ ଏହା ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଜୁଲାଇ ୩୧ତାରିଖରେ ପ୍ରଥମେ ଏହାକୁ ଭାରିଏଣ୍ଟ ଭାବେ ଚିହ୍ନଟ କରାଯାଇଥିଲା। ଏରିସ୍ ହେଉଛି ଓମିକ୍ରୋନ୍ ଷ୍ଟ୍ରେନ୍ ର ଏକ ସବ୍-ଭାରିଏଣ୍ଟ। ଏହା ଏବେ ଦ୍ବିତୀୟ ସର୍ବାଧିକ ସଂକ୍ରମଣଶୀଳ ଭାରିଆଣ୍ଟ ରେ ପରିଣତ ହୋଇଛି, ପ୍ରତି ୧୦ ଟି କୋଭିଡ୍ ମାମଲା ମଧ୍ୟରୁ ଗୋଟିଏ ଏରିସ ମାମଲା ବାହାରୁଛି । ଏହି ନୂତନ କୋଭିଡ୍ ଭାରିଏଣ୍ଟରୁ କରୋନା ସଂକ୍ରମଣ ବୃଦ୍ଧି ଏପରି ଏକ ସମୟରେ ଘଟିଛି ଯେତେବେଳେ ଇଂଲଣ୍ଡର ଡାକ୍ତରଖାନାରେ ରୋଗୀ ସଂଖ୍ୟା ବଢିଚାଲିଛି । ଖରାପ ପାଗ ଏବଂ ଲୋକଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା ଏହାକୁ ଆହୁରି ବଢ଼ାଇ ଦେଇଛି। ଜୁଲାଇ ୧୦ରୁ ଆରମ୍ଭ ହୋଇଥିବା ସପ୍ତାହରେ ବ୍ରିଟେନର ପ୍ରାୟ ୧୧.୮% କୋଭିଡ୍ ମାମଲା ଏରିସ୍ ସଂକ୍ରମଣ ଥିବା ଜଣାପଡ଼ିଥିଲା।

ଏଭଳି ପରିସ୍ଥିତିରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ ଘଣ୍ଟି ବଜାଇଛନ୍ତି। ଓମିକ୍ରୋନ୍, ଆର୍କ୍ଟୁରସ୍ ଓ ଏରିସ୍ ଉପପ୍ରଜାତିରୁ କୋଭିଡର ଆଉ ଏକ ବଡ଼ ଲହର ଆସିବାର ଆଶଙ୍କା ରହିଛି ବୋଲି ସେ ଚେତାବନୀ ଦେଇଛନ୍ତି। ବିଶେଷ କରି ଏସୀୟ ଦେଶଗୁଡ଼ିକରେ ଏରିସ୍ ସଂକ୍ରମଣର ଆନ୍ତର୍ଜାତିକ ମାମଲା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button