ରାଜ୍ୟ

ଗଞ୍ଜେଇ ଜବତ: ୩ ଯୁବକ ଗିରଫ – Ibnodisha

[ad_1]

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅଧୀନ ଚାକୁଣ୍ଡା ହାଟପଦା ନିକଟରେ ପାଟ୍ରୋଲିଂ କରୁଥିବା ରାମନାଗୁଡା ଥାନା ପୁଲିସ ଚଢାଉ କରି ୬୩ କେଜି ଗଞ୍ଜେଇ ଜବତ କରିଛି। ଏଥିସହ ଏହି କାରବାରରେ ସମ୍ପୃୃକ୍ତି ଅଭିଯୋଗରେ ୩ଜଣ ଅଭିଯୁକ୍ତଙ୍କୁ ପୁଲିସ  ଗିରଫ କରିଛି। ସେମାନେ ହେଲେ ଗଜପତି ଜିଲ୍ଲା ଅଡବା ଥାନା ଅଞ୍ଚଳର ରମାକାନ୍ତ ନାୟକ, ପ୍ରଦୀପ ଚନ୍ଦ୍ର ନାୟକ,ମୁନା ବେହେରା।

ସୂଚନାନୁଯାୟୀ ମୋହନାରୁ ରାୟଗଡ଼ା ରେଲୱେ ଷ୍ଟେସନ ଦେଇ ନାଗପୁରକୁ ଉକ୍ତ ଗଞ୍ଜେଇ ଚାଲାଣ ହେବାକୁଥିବା ବେଳେ କୈାଣସି ସୁତ୍ରରୁ ଥାନା ଏସ ଆଇ ବାବୁଲା ପ୍ରଧାନ ଖବର ପାଇ ସଦଳବଳେ ଚାକୁଣ୍ଡା ହାଟପଦା ନିକଟରୁ ୩ ଅଭିଯୁକଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୬୩ କେଜି ଗଞ୍ଜେଇ ଜବତ କରାଯିବା ସହ ୩ଟି ମୋବାଇଲ ଓ ୪ ହଜାର୯ଶହଟଙ୍କା ଜବତ କରାଯାଇଥିବା ଥାନାଧିକାରୀ ସୁନିତା ବେହେରା ସୂଚନା ଦେଇଛନ୍ତି।

ଏ ନେଇ ରାମନାଗୁଡା ଥାନା ପୁଲିସ ଏନ୍‌ଡିପିଏସ୍‌ ଦଫା ୨୦ ବି ଅନୁଯାୟୀ ଏକ କେସ୍‌ (ନଂ. ୭୩/୨୩) ରୁଜୁ କରି ଏହାର ତଦନ୍ତ ଭାର ଆଇଆଇସି ସୁନୀତା ବେହେରା ନେଇ ତଦନ୍ତ ଆରମ୍ଭ କରିଛନ୍ତି। ଗଞ୍ଜେଇ ଚୋରା କାରବାରରେ ସମ୍ପୃୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ଲାଗି ପୁଲିସ ତନାଘନା ଚଳାଇଛି। ଗିରଫ ଅଭିଯୁକ୍ତମାନଙ୍କୁ ପଚରାଉଚରା ପରେ ସୋମବାର କୋର୍ଟ ଚାଲାଣ କରାଯିବ ବୋଲି ଥାନା ଅଧିକାରୀ ସୁନିତା ବେହେରା ପ୍ରକାଶ କରିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button