ଅପରାଧ

ସ୍ୱାମୀକୁ ମାରିଦେଲେ ଶ୍ୱଶୁର ଘର ଲୋକେ, ଅଭିଯୋଗ ଆଣିଲେ ସ୍ତ୍ରୀ – Ibnodisha

[ad_1]

ଭଦ୍ରକ :ଜଣେ ମହିଳାଙ୍କ ସ୍ୱାମୀଙ୍କୁ ହତ୍ୟା କରି ଜୀବନ ହାରିଥିବାର ରୂପ ଦେଇଛନ୍ତି ଶ୍ୱଶୁର ଘର ଲୋକେ, ତେଣୁ ନବଜାତ ଶିଶୁପୁତ୍ର କୁ ଧରି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣିରେ ଗୁହାରୀ କରିଛନ୍ତି ମହିଳା । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ବୋଡ଼କ ପଞ୍ଚାୟତ ଅଧିନସ୍ଥ ଅଣ୍ଡରେଇ ଗାଁରୁ । ଏହି ଗାଁର ଗୁନେନ୍ଦ୍ର ମଳିକଙ୍କ ଝିଅ ପ୍ରତିମା, ସାବରଙ୍ଗ ଥାନା ଅଧିନସ୍ଥ ବାଲିବିଲି ଗାଁର ତପନ ମଳିକଙ୍କୁ ବିବାହ କରିଥିଲେ । ବିବାହର ଦୁଇ ବର୍ଷ ପରେ ଚଳିତ ମାସ ୨ ତାରିଖରେ ପ୍ରତିମା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି । ଯାହାକୁ ନେଇ ତପନ ବେଶ୍‌ ଖୁସି ଥିଲେ । ମାତ୍ର ଶିଶୁର ସ୍ୱାସ୍ଥ୍ୟବସ୍ଥା ହଠାତ ଖରାପ ହେବାରୁ ଶିଶୁକୁ ଭଦ୍ରକ ମେଡିକାଲରୁ କଟକ ଶିଶୁ ଭବନକୁ ସ୍ଥାନାନ୍ତର ହୋଇଥିଲା । ଉଭୟ ସ୍ୱାମୀ ସ୍ତ୍ରୀ ଶିଶୁକୁ ନେଇ କଟକରେ ଥିଲେ । ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇବେ ବୋଲି ସେମାନେ ନିଷ୍ପତି ନେଇଥିଲେ । ତପନଙ୍କ ପରିବାରରୁ ଫୋନ୍ ଆସିଥିଲା, ଜମି ବିକ୍ରି କରାଯିବ ଘରକୁ ଆସ ବୋଲି କୁହାଯାଇଥିଲା । ଏନେଇ ତପନ ଗତ ଶୁକ୍ରବାର ଦିନ ଘରକୁ ଆସିଥିଲେ । ଘରେ ପହଞ୍ଚିବା ପରେ ଘର ଲୋକେ ଗାଳି ଗୁଲଜ କରିବା ସହିତ ତାଙ୍କୁ ମାଡ ମାରିବାକୁ ଧମକ ଦେଇଥିଲେ । ସମସ୍ତ କଥା ତପନ ଫୋନ୍ ଯୋଗେ ନିଜ ସ୍ତ୍ରୀ ପ୍ରତିମାଙ୍କୁ ଜଣାଇଥିଲେ । ବିକ୍ରି ହୋଇଥିବା ଚାଷ ଜମି ଟଙ୍କା ମାଗିବାରୁ ଶନିବାର ସନ୍ଧ୍ୟାରେ ତପନଙ୍କୁ ସେମାନେ ମାରିଦେଇ ଥିଲେ ଏବଂ ପରେ ତପନ ଜୀବନ ହାରିଥିବାର ରୂପ ଦେଇଥିଲେ ତପନଙ୍କ ନିଜ ପରିବାର ଲୋକେ । ଏଭଳି କିଛି ଅଭିଯୋଗ କରିଛନ୍ତି ପ୍ରତିମା । ଏପରିକି ନବଜାତ ଶିଶୁପୁତ୍ର ସହ ମେଡିକାଲରେ ଚିକିତ୍ସାଧିନ ଥିବାବେଳେ ପ୍ରତିମାଙ୍କୁ ନଜଣାଇ ସେମାନେ ତପନଙ୍କ ମରଶରୀରକୁ ପୋଡି ଦେଇଛନ୍ତି ବୋଲି ପ୍ରତିମା ଅଭିଯୋଗ କରିଛନ୍ତି । ବାପଘର ଲୋକଙ୍କ ଠାରୁ ଖବର ପାଇ ପ୍ରତିମା ରବିବାର ସାବରଙ୍ଗ ଥାନାରେ ଦ୍ୱାରସ୍ଥ ହୋଇଥିଲେ ମାତ୍ର ପୋଲିସଠାରୁ ନ୍ୟାୟ ନମିଳିବାରୁ ତିହିଡି ବ୍ଲକ ପରିସରରେ ଆୟୋଜିତ ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଶିବିରରେ ପ୍ରତିମା ନିଜ ଶିଶୁ ପୁତ୍ର କୁ ନେଇ ଜିଲ୍ଲାପାଳଙ୍କୁ ଗୁହାରୀ କରିଥିଲେ । ସ୍ୱାମୀଙ୍କୁ ହତ୍ୟା କରିଥିବା ଅଭିଯୁକ୍ତମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ତେବେ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ପରେ ପ୍ରତିମା ସାବରଙ୍ଗ ଥାନାକୁ ଯାଇଥିଲେ । ତପନଙ୍କ ଶୁଦ୍ଧିକ୍ରିୟା ଲାଗି ପ୍ରତିମାଙ୍କୁ ପୋଲିସ ହେପାଜତରେ ଶ୍ୱଶୁର ଘର ଲୋକଙ୍କ ସହ ବାଲିବିଲିକୁ ପଠା ଯାଇଥିବା ଜଣାଯାଇଛି । ପୋଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରିବା ସହିତ ଘଟଣାର ଅଧିକ ତଦନ୍ତ ଆରମ୍ଭ କରିଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button