ଅପରାଧ

ଚାରି ଡକାୟତ ଗିରଫ

 

IBN ଓଡିଶା(ବ୍ୟୁରୋ):-ଆସିକା : ଡକାୟତି ଉଦ୍ୟମ ପଣ୍ଡ । ପୋଲିସକୁ ମିଳିଲା ବଡ ସଫଳତା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଆସିକାର ଦାଶନାପଲ୍ଲୀ ବିଶ୍ରାମଗାର ଠାରେ । ଆଜି ସକାଳୁ କିଛି ଦୁର୍ବୁତ୍ତ ଡକାୟତି କରିବାକୁ ଆସିଥିବା ବେଳେ, କୌଣସି ସୂତ୍ରରୁ ଖବର ପାଇ ପୋଲିସ ଘଟଣା ସ୍ଥଳେ ପହଁଚିଥିଲା । ପୋଲିସ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ, ସେପଟେ କୌଣସି ମତେ ମୁଖ୍ୟ ମାଷ୍ଟର ମାଇଣ୍ଡ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ନେଇ ଆସିକା ଏସ୍.ଡି.ପି.ଓ ଉମାଚରଣ ସିଂ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି । ଏହି ଡକାୟତି ଘଟଣାରେ ଗିରଫ ହୋଇଥିବା ଅଭିୁଯୁକ୍ତମାନେ ହେଲେ ଆସିକା କଲେଜ ଛକର ଅନନ୍ତ ନାରାୟଣ ପଟ୍ଟନାୟକ, କବିସୂର୍ଯ୍ୟନଗର ଥାନା ଅଧିନ ବାଲିଛାଇ ଫାଣ୍ଡି ଇଲାକା ବାଲିଛାଇ ର ବିପିନ ଜେନା, ସାହାସପୁର ଗ୍ରାମର ସତ୍ୟ ପାତ୍ର, ଧରାକୋଟର କୁନା ସ୍ୱାଇଁ ଓ ଫେରାର ହୋଇଯାଇଥିବା ମୁଖ୍ୟ ଅଭିଯୁକ୍ତ ମାଷ୍ଟର ମାଇଣ୍ଡ ହେଲା ଆସିକା କଲେଜ ଛକ କୋଟିବାଡିର ସୂର୍ଯ୍ୟ ପାତ୍ର ।ସେମାନଙ୍କ ନିକଟରୁ ୫ଟି ଜୀବନ୍ତ ବୋମା, ୧ ଟି ପିସ୍ତଲ,୨ଟି ୭.୬୫ ଏମଏମ ଜୀବନ୍ତ କାଟ୍ରିଜ, ୪ଟି କଳା ମାସ୍କ, ଗୋଟିଏ ଚିଲି ପାଉଡର ପ୍ୟାକେଟ, ୩ଟି ଧାରୁଆ ଖଣ୍ଡା,୨ଟି ମୋଟର ଚେନ୍ କ୍ରାଙ୍କ ଦ୍ୱାରା ନିର୍ମିତ ମାରଣାସ୍ତ୍ର ଓ ୨ଟି ମୋଟର ସାଇକେଲ ଜବତ କରିଛି ପୋଲିସ। ଅଭିଯୁକ୍ତ ମାନଙ୍କ ନାମରେ ପୂର୍ବରୁ ଅନେକ ମାମଲା ରହିଥିବା ନେଇ ଆସିକା ଏସଡିପିଓ ଉମା ଶଙ୍କର ସିଂ ଓ ଆସିକା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ପ୍ରଦାନ କରିଛନ୍ତି । ଅଭିଯୁକ୍ତଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରିବା ସହ ଫେରାର ହୋଇଥିବା ଅଭିଯୁକ୍ତକୁ ଧରିବା ପାଇଁ ତଦନ୍ତ ଜାରି ରଖିଛି ପୋଲିସ ।

Related Articles

Leave a Reply

Your email address will not be published. Required fields are marked *

Back to top button