ସ୍ୱାସ୍ଥ୍ୟ

ରାଜଧାନୀରେ ବଢୁଛି ଡେଙ୍ଗୁ ଭୟ, ୩୦୦ ଟପିଲାଣି ଆକ୍ରାନ୍ତଙ୍କ ସଂଖ୍ୟା

ଏଲ୍‌ ବ୍ୟୁରୋ: ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ମୌସୁମୀ ବର୍ଷାରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ରାଜଧାନୀ ଭୁବନେଶ୍ୱରରେ ଗତକାଲି ସୁଦ୍ଧା ୩୧୧ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ବର୍ଷା କାରଣରୁ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ତେବେ ଡେଙ୍ଗୁକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

 

ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି, ରାଜ୍ୟରେ ଡେଙ୍ଗୁ ସ୍ଥିତି ଉଦବେଗଜନକ। ରାଜ୍ୟରେ ହଜାରେ ପାର କରିଛି ରୋଗୀଙ୍କ ସଂଖ୍ୟା। ଗତବର୍ଷ ଏହି ସମୟରେ ୬୦୦ ଡେଙ୍ଗୁ ରୋଗୀ ଥିଲେ। ଏବର୍ଷ ରୋଗୀଙ୍କ ସଂଖ୍ୟା ବଢ଼ି ୧୦୭୬ରେ ପହଞ୍ଚିଛି। ଖୋର୍ଦ୍ଧାରେ ସର୍ବାଧିକ ୨୯୦, ସୁନ୍ଦରଗଡ଼ରେ ୨୧୦ ଚିହ୍ନଟ କରାଯାଇଛି। ମଶା ବଂଶ ବୃଦ୍ଧିକୁ ରୋକାଯିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି।।

Related Articles

Leave a Reply

Your email address will not be published. Required fields are marked *

Back to top button