ଦେଶ

ଇଚ୍ଛାମୃତ୍ୟୁ ମାଗିଲେ ମହିଳା ଜଜ୍‌; ଉଦ୍‌ବେଗ ପ୍ରକାଶ କଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି – Ibnodisha

[ad_1]

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଜଣେ ମହିଳା ବିଚାରପତିଙ୍କ ଇଚ୍ଛାମୃତ୍ୟୁ ଭାଇରାଲ ଚିଠି ଉପରେ ସିଜେଆଇ ଡି.ୱାଇ ଚନ୍ଦ୍ରଚୂଡ ଆହ୍ଲାବାଦ ହାଇକୋର୍ଟରୁ ରିପୋର୍ଟ ଆଣିବାକୁ କହିଛନ୍ତି । ସୂଚନାନୁସାରେ, ବିଳମ୍ବିତ ରାତିରେ ସିଜେଆଇ ସୁପ୍ରିମକୋର୍ଟର ସେକ୍ରେଟେରୀ ଜେନେରାଲ ଅତୁଲ ଏମ କୁରହେକରଙ୍କୁ ଆହ୍ଲାବାଦ ହାଇକୋର୍ଟ ପ୍ରଶାସନରୁ ଷ୍ଟାଟସ ରିପୋର୍ଟ ମାଗିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେକ୍ରେଟେରୀ ଜେନେରାଲ ଆହ୍ଲାବାଦ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କୁ ଚିଠି ଲେଖି ମହିଳା ବିଚାରପତିଙ୍କ ଦ୍ୱାରା ଦିଆଯାଥିବା ସମସ୍ତ ଅଭିଯୋଗ ସମ୍ପର୍କରେ ସୂଚନା ମାଗିଛନ୍ତି ।ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ପଦକ୍ଷେପ ନିଆଯାଇଛି ।

ସେପଟେ ଆହ୍ଲାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ମଧ୍ୟ ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି । ଭାଇରାଲ ହୋଇଥିବା ଚିଠି ଅନୁଯାୟୀ ୟୁପିର ଜଣେ ମହିଳା ଜଜ୍ ତାଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ ଇଚ୍ଛାମୃତ୍ୟୁ ଦାବି କରିଛନ୍ତି । ମହିଳା ଜଜ୍‌ଙ୍କ ଅଭିଯୋଗ ଅନୁଯାୟୀ, ଏକ ପୋଷ୍ଟିଂ ସମୟରେ ଜିଲା ଜଜ୍ ଓ ତାଙ୍କ ସହଯୋଗୀମାନେ ତାଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା ଦେଇଥିଲେ । ଏପରିକି ତାଙ୍କୁ ରାତିରେ ଭେଟିବା ଲାଗି ମଧ୍ୟ କହିଥିବା ଚିଠିରେ ଉଲ୍ଲେଖ କରିଛନ୍ତି । ଏ ନେଇ ସେ ଗତ ଜୁଲାଇ ମାସରେ ହାଇକୋର୍ଟର ଆଭ୍ୟନ୍ତରୀଣ କମିଟିରେ ଅଭିଯୋଗ ବି କରିଥିଲେ । ଅଭିଯୋଗ ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବାରୁ ସେ ନିରାଶ ହୋଇ ମହିଳା ଜଜ୍ ଇଚ୍ଛାମୃତ୍ୟୁ ଦାବି କରି ଏକ ଚିଠି ଲେଖିଛନ୍ତି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button