ଦେଶ

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଗୋଟିଏ ପରିବାରର ୫ ମୃତ – Ibnodisha

[ad_1]

ଜୟପୁର: ରାଜସ୍ଥାନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମୁହାଁମୁହଁ ଧକ୍କା ହେଲା କାର ଏବଂ ଟ୍ରକ । ସକାଳୁ ସକାଳୁ ଘଟିଥିବା ଏହି ଭୟଙ୍କର ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ ହୋଇଛି । ବିକାନେର ଜିଲ୍ଲାର ନୋଖା ଥାନା ଅଞ୍ଚଳର ଏକ୍ସପ୍ରେସ ୱେରେ ଏହି ଦୁର୍ଘଟଣା ଘଟିଛି । ମୃତକ ୫ ଜଣ ଟାଭେରାରେ ଯାତ୍ରା କରୁଥିବା ନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ନୋଖା ଥାନା ଅଞ୍ଚଳର ଏକ୍ସପ୍ରେସ ୱେରେ ଏକ ଟ୍ରକ ଏବଂ ଟାଭେରା ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଟାଭେରା ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଚୁନା ହୋଇଯାଇଛି । ଏହି ଦୁର୍ଘଟଣାରେ ଟାଭେରାରେ ଯାତ୍ରା କରୁଥିବା ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ତେବେ ମୃତକମାନେ ଗୋଟିଏ ପରିବାରର ବୋଲି ସୂଚନା ରହିଛି । ଦୁର୍ଘଟଣା ବିଷୟରେ ଖବର ପାଇ ନୋଖା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ସ୍ଥାନୀୟ ପୋଲିସ ଅଧିକ୍ଷକ ତେଜସ୍ୱିନୀ ଗୌତମଙ୍କ କହିବା ଅନୁସାରେ, ଟାଭେରାରେ ରହିଥିବା ୫ ଜଣ ପ୍ରାଣ ହରାଇଛନ୍ତି ।

ଏମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା, ଦୁଇ ଜଣ ପୁରୁଷଙ୍କ ସମେତ ଜଣେ ଛୁଆ ଥିଲା । ସମସ୍ତ ମୃତକ ଗୋଟିଏ ପରିବାରର ଥିଲେ । ଦୁର୍ଘଟଣା ଏତେ ଭୟଙ୍କର ହୋଇଥିଲା ଯେ, ଘଟଣାସ୍ଥଳରେ ହିଁ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ସମସ୍ତ ମୃତଦେହକୁ ଉଦ୍ଧାର କରାଯାଇ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏକ୍ସପ୍ରେସରେ ୱେରେ ଏହି ଦୁର୍ଘଟଣା ହୋଇଥିବା ବେଳେ କାର ଏବଂ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁଇ ଯାନ ଦ୍ରୁତ ଗତିରେ ଯାଉଥିବାରୁ ଏତେ ବଡ ଦୁର୍ଘଟଣା ଘଟିଯାଇଛି । ଦୁର୍ଘଟଣାରେ ଟାଭେରା ଟ୍ରକ ତଳେ ଚାପି ହୋଇଯାଇଥିଲା । ଦୁର୍ଘଟଣାଗସ୍ତ ହୋଇଥିବା ଟାଭେରା ଗାଡି ଗୁଜୁରାଟ ବୋଲି ଅନୁମାନ କରାଯାଉଛି । ପ୍ରାଥମିକ ସୂଚନା ଅନୁସାରେ, ଟାଭେରାରେ ଗୋଟିଏ ପରିବାରର ୫ଜଣ ଗୁଜୁରାଟରୁ ରାଜସ୍ଥାନ ଆସୁଥିଲେ । ହେଲେ ଭୟଙ୍କର ଦୁର୍ଘଟଣାରେ ପୁରା ପରିବାର ଶେଷ ହୋଇଯାଇଛି । ଏହି ବିଷୟରେ ଖବର ପାଇ ସ୍ଥାନୀୟ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଟ୍ରକ ଏବଂ ଟାଭେରାକୁ ଅଲଗା କରିବା ସହିତ ମୃତଦେହକୁ ଉଦ୍ଧାର କରାଯାଇଛି । ମୃତଦେହଗୁଡିକୁ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ତଦନ୍ତ ଆରମ୍ଭ କରିଛି ପୋଲିସ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button