IBN ଓଡ଼ିଶା ବ୍ୟୁରୋ

ଥଣ୍ଡାଦିନେ ଗାଧୋଇବା ପାଇଁ ସାବୁନ ବଦଳରେ ବ୍ୟବହାର କରନ୍ତୁ ଏହି ଜିନିଷ, ତ୍ୱଚାରେ ଦେଖାଯିବ ନୂଆ ଚମକ

ଥଣ୍ଡାଦିନେ ତ୍ୱଚା ଏବଂ ଚେହେରାର ଧ୍ୟାନ ରଖିବା ଅତ୍ୟନ୍ତ ଆବଶ୍ୟକ। ତ୍ୱଚାକୁ ସଫା କରିବା ପାଇଁ ଯଦି ଆପଣ ମଧ୍ୟ ସାବୁନର ବ୍ୟବହାର କରୁଥାନ୍ତି ତେବେ ଏବେ ହି ଆପଣ ଏହାକୁ ବ୍ୟବହାର କରିବା ବନ୍ଦ କରିଦିଅନ୍ତୁ। କାରଣ ସାବୁନ ଲଗାଇ ସଫା କରିବା ଦ୍ୱାରା ତ୍ୱଚା ଶୁଷ୍କ ହୋଇଯାଏ। ସାବୁନ ପରିବର୍ତ୍ତେ ଆପଣମାନେ ଏହି ଘରୋଇ ଜିନିଷ ବ୍ୟବହାର କରିବା ଦ୍ୱାରା ତ୍ୱଚା ପାଇଁ ଲାଭକାରୀ ହେବା ସହ ଗୋରାପଣ ମଧ୍ୟ ପାଇପାରିବେ। ତେବେ ଜାଣନ୍ତୁ କଣ ରହିଛି ସେହି ଘରୋଇ ଉପାୟ।

shop-କ୍ଷୀରରେ ମଶ୍ଚରାଇଜର ରହିଥାଏ, ଯାହା ଆମ ତ୍ୱଚାରୁ ଶୁଷ୍କତା ଦୂର କରିବା ସହ ରଙ୍ଗ ମଧ୍ୟ ବଦଳାଇଥାଏ। ଏହିକାରଣରୁ ଆପଣ ଗାଧୋଇବା ସମୟରେ ଟାେଓ୍ଵଲକୁ କ୍ଷୀରରେ ଭିଜାଇ ସେଥିରେ ହାଲୁକା ଭାବେ ଘଷି ହୋଇ କିଛି ସମୟ ପରେ ଗରମ ପାଣିରେ ଗାଧାନ୍ତୁ।

-ଗାଧୋଇବା ପାଣିରେ ଏକ ଚାମଚ ଲୁଣ ଏବଂ ଫିଟିକିରି ମିଶାଇ ଗାଧୋଇବା ଦ୍ୱାରା ଣକ୍ତ ସଂଚାଳନ ସଠିକ ରୂପେ ହୋଇଥାଏ। ଏହାବ୍ୟତୀତ ଥକାପଣ ଦୂର ହେବା ସହ ମସଲ୍ସର ଯନ୍ତ୍ରଣାରୁ ଆରାମ ମିଳିଥାଏ।

body-ସପ୍ତାହରେ ଦୁଇଥର ନିଜ ଶରୀରକୁ ସଫା କରିବା ପାଇଁ ସାବୁନ ପରିବର୍ତ୍ତେ ଉବଟନ ବ୍ୟବହାର କରନ୍ତୁ। ଉବଟନ ପ୍ରସ୍ତୁତ କରିବା ପାଇଁ ବେସନରେ ଅଳ୍ପ କିଛି କ୍ଷୀର ମିଶାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଏହି ମିଶ୍ରଣକୁ କିଛି ସମୟ ଶରୀରରେ ଲଗାଇ ଛାଡି ଦିଅନ୍ତୁ। ୧୫ ରୁ ୨୦ ମିନିଟ୍‌ ପରେ ଶରୀରକୁ ଭଲଭାବେ ଘଷି ସଫା କରିଦିଅନ୍ତୁ। ଏହାଦ୍ୱାରା ଆପଣଙ୍କ ତ୍ୱଚାରୁ ଶୁଷ୍କତା ଦୂର ହେବା ସହ ତ୍ୱଚା ସଫା ଦେଖାଯାଇଥାଏ।

-ଗାଧୋଇବା ପାଣିରେ ୪ ରୁ ୫ ଟେବୁଲସ୍ପୁନ ବେକିଂ ସୋଢା ପକାଇବା ଦ୍ୱାରା ଶରୀରରୁ ବିଷ ପଦାର୍ଥ ବାହାରକୁ ବାହାରି ଯାଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button