IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଶରୀରରେ ଅଧିକ ହିମୋଗ୍ଲୋବିନ୍‌ ମଧ୍ୟ ହୋଇଥାଏ କ୍ଷତିକାରକ, କଣ ଆପଣଙ୍କର ଅଛି କି ରକ୍ତର ମାତ୍ରା ଅଧିକ

ଶରୀରରେ କୌଣସି ପୋଷକର ମାତ୍ରା ଅଧିକ କିମ୍ବା କମ୍ ହେଲେ ତାହା ଶରୀରକୁ କ୍ଷତି ପହଞ୍ଚାଇଥାଏ। ଆପଣ ଜାଣି ଆଶ୍ଚର୍ଯ୍ଯ ହେବେ ଯେ ଶରୀରରେ ହିମୋଗ୍ଲୋବିନର ପରିମାଣ ଅଧିକ ହେଲେ ମଧ୍ୟ ତାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ଶରୀରରେ ଆଇରନର ପରିମାଣ କମ୍ ହେଲେ ହିମୋଗ୍ଲୋବିନ୍ ମଧ୍ୟ କମ୍ ହୋଇଥାଏ। ଏହିକାରଣରୁ ଏମିନିଆ ରୋଗ ହେବାର ସମ୍ଭାବନା ଅଧିକ ରହିଥାଏ। ଅପରପାର୍ଶ୍ବରେ ଶରୀରରେ ହିମୋଗ୍ଲୋବିନର ପରିମାଣ ଅଧିକ ହେଲେ ତାହା ହିମୋକ୍ରୋମୋଟୋସିସର ଭଳି ସମସ୍ୟାର କାରଣ ପାଲଟିଥାଏ। ଆଜି ଆମେ ଆପଣଙ୍କୁ ଶରୀରରେ ହିମୋଗ୍ଲୋବିନର ପରିମାଣ ଅଧିକ ହେଲେ କେଉଁ ସମସ୍ୟା ଦେଖାଦେଇଥାଏ ତାହା ବିଷୟରେ କହିବାକୁ ଯାଉଛୁ।

-ଶରୀରରେ ହିମୋଗ୍ଲୋବିନର ପରିମାଣ ଅଧିକ ହେଲେ ପେଟ ଯନ୍ତ୍ରଣା ହେବା ସହ ପାଚନକ୍ରିୟାରେ ଅସୁବିଧା ଲାଗିଥାଏ। ଯଦି ଆପଣଙ୍କର ମଧ୍ୟ ଏହିଭଳି ସମସ୍ୟା ରହିଛି ତେବେ ଶୀଘ୍ର ଡ଼ାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

blood-ଶରୀରରେ ହିମୋଗ୍ଲୋବିନର ପରିମାଣ ଅଧିକ ହେଲେ ଦାନ୍ତ ଏବଂ ନାକରୁ ରକ୍ତ ବାହାରିଥାଏ। ଏହା ମସ୍ତିଷ୍କରେ ମଧ୍ୟ ପ୍ରଭାବିତ କରିଥାଏ। ଏହାଦ୍ବାରା ଆଖିକୁ ସଠିକ୍ ଭାବେ ଦେଖା ନଯିବା ସହ କିଛି କାମ କରିବାପରେ ଦୁର୍ବଳ ଅନୁଭବ ହୋଇଥାଏ।

ଶରୀରରେ କେତେ ପରିମାଣର ହିମୋଗ୍ଲୋବିନ୍ ରହିବା ଆବଶ୍ୟକ

ମହିଳାଙ୍କ ଶରୀରରେ ୧୨ ରୁ ୧୬ ଗ୍ରାମ ହିମୋଗ୍ଲୋବିନ୍ ରହିବା ଜରୁରୀ । ସେହିପରି ପୁରୁଷଙ୍କ ଶରୀରରେ ୧୪ ରୁ ୧୮ ଗ୍ରାମ ହିମୋଗ୍ଲୋବିନ୍ ରହିବା ଉଚିତ୍। ସେହିପରି ଗୋଟିଏ ମଧ୍ୟ ବୟସ୍କ ପୁଅର ଶରୀରରେ ୧୨.୪ ରୁ ୧୪.୯ ଗ୍ରାମ୍ ହିମୋଗ୍ଲୋବିନ୍ ଏବଂ ଝିଅ ଶରୀରରେ ୧୧.୭ ରୁ ୧୩.୮ ଗ୍ରାମ ହିମୋଗ୍ଲୋବିନ୍ ରହିବା ଆବଶ୍ୟକ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button