ଦେଶ

ସୁପ୍ରିମକୋର୍ଟଙ୍କ ଆଉ ଏକ ବଡ଼ ରାୟ; କର୍ମକ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ଏକ ସାମ୍ବିଧାନିକ ଅଧିକାର, ସୁବିଧା ନୁହେଁ – Ibnodisha

[ad_1]

ନୂଆଦିଲ୍ଲୀ: ରବିବାର ଏକ ମାମଲାର ଆବେଦନ ଉପରେ ଶୁଣାଣି କରିବାକୁ ଯାଇ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ଦେଶର କର୍ମଜୀବୀ ମହିଳାଙ୍କ ସପକ୍ଷରେ ଏକ ବଡ଼ ରାୟ ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, କର୍ମକ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ ଏକ ସାମ୍ବିଧାନିକ ଅଧିକାର, ଏହା ସେମାନଙ୍କ ପାଇଁ ସୁବିଧା ନୁହେଁ । ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବା ଅବସରରେ ହିମାଚଳ ପ୍ରଦେଶ ସରକାରଙ୍କୁ ଶିଶୁଙ୍କ ଯତ୍ନ ନେବା ପାଇଁ କର୍ମଜୀବୀ ମହିଳାଙ୍କୁ ଛୁଟି ପ୍ରଦାନ କରାଯିବା କ୍ଷେତ୍ରର ସମସ୍ତ ଦିଗ ଉପରେ ପୁନଃବିଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏତଦ୍‌ବ୍ୟତୀତ କର୍ମଜୀବୀ ମହିଳାଙ୍କ ବିଶେଷ ଅଧିକାର ପ୍ରତି ରାଜ୍ୟ ସରକାର କଦାପି ଅଣଦେଖା କରିପାରିବେ ନାହିଁ ବୋଲି ଉଲ୍ଲେଖ କରି ସୁପ୍ରିମକୋର୍ଟ ହିମାଚଳ ପ୍ରଦେଶ ସରକାରଙ୍କୁ ଏକ ୩ ଜଣିଆ କମିଟି ଗଠନ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏହି କମିଟି, କର୍ମଜୀବୀ ମହିଳା ବା ମା’ମାନଙ୍କୁ ସେମାନଙ୍କ ନବଜାତ ଶିଶୁ ଏବଂ ବିଶେଷ ଆବଶ୍ୟକତା ଥିବା ପିଲାମାନଙ୍କ ପ୍ରତିପୋଷଣ ପାଇଁ ଛୁଟି ପ୍ରଦାନ କରାଯିବାର ସମସ୍ତ ଦିଗ ଉପରେ ବିଚାର କରିବା ପୂର୍ବକ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏପରି ଘଟଣାରେ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିବାକୁ ଏବଂ ସ୍ୱତନ୍ତ୍ର ଭାବେ ଏପ୍ରକାର ଘଟଣାରେ କର୍ମଜୀବୀ ମହିଳାଙ୍କୁ କିପରି ଛୁଟି ପ୍ରଦାନ କରାଯାଇପାରିବ ସେନେଇ ବିଚାରବିମର୍ଶ କରିବା ପୂର୍ବକ ଆସନ୍ତା ଜୁଲାଇ ୩୧ ତାରିଖ ସୁଦ୍ଧା ଏକ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିବାକୁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୫ରେ ହେବ ବୋଲି ସୁପ୍ରିମକୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି । ଶୁଣାଣି କାଳରେ ସିଜେଆଇ ଜଷ୍ଟିସ୍ ଚନ୍ଦ୍ରଚୂଡ କହିଛନ୍ତି, “କର୍ମକ୍ଷେତ୍ରରେ ମହିଳାଙ୍କ ଅଂଶଗ୍ରହଣ” ଭାରତୀୟ ସମ୍ବିଧାନ ଧାରା ୧୯ (୧) (ଜି) ବ୍ୟତୀତ ଧାରା ୧୪, ୧୫ ଏବଂ ୨୧ ଅନ୍ତର୍ଗତ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ଏକ ସୁରକ୍ଷିତ ସାମ୍ବିଧାନିକ ଅଧିକାର । ଏକ ମଡେଲ ନିଯୁକ୍ତିଦାତା ଭାବେ ରାଜ୍ୟ ସରକାର, କର୍ମଜୀବୀ ମହିଳାଙ୍କ ଏହି ସ୍ୱତନ୍ତ୍ର ଅଧିକାର ତଥା ବିଶେଷ ଚିନ୍ତାଧାରା ପ୍ରତି କଦାପୀ ଉଦାସୀନ ମନୋଭାବ ଗ୍ରହଣ କରିପାରିବେ ନାହିଁ । ନିଜ ଶିଶୁର ଯନ୍ନ ନେବା ପାଇଁ ଆଗତ ଛୁଟି ଆବେଦନକୁ ଗ୍ରହଣ କରାନଗଲେ ଜଣେ କର୍ମଜୀବୀ ମହିଳା ଛାଡିବାକୁ ବାଧ୍ୟ ମଧ୍ୟ ହୋଇପାରନ୍ତି, ଯାହାକି ନ୍ୟାୟସଂଗତ ନୁହେଁ । ରାଜ୍ୟର ନୀତି ସ୍ଥିର ହେବା ଆବଶ୍ୟକ ଏବଂ ସାମ୍ବିଧାନିକ ସୁରକ୍ଷା ଏବଂ ସୁରକ୍ଷା ସହିତ ସିଙ୍କ୍ରୋନାଇଜ୍ ହେବା ଆବଶ୍ୟକ ବୋଲି ଖଣ୍ଡପୀଠ କହିଛନ୍ତି ।

ହିମାଚଳ ପ୍ରଦେଶର ନାଲାଗଡ ଅଞ୍ଚଳରେ ଥିବା ଏକ ସରକାରୀ ମହାବିଦ୍ୟାଳୟରେ ଭୂଗୋଳ ବିଭାଗର ସହକାରୀ ପ୍ରଫେସର ଭାବେ କାର୍ଯ୍ୟରତ ଶାଲିନୀ ଧରମଣିଙ୍କ ଦ୍ୱାରା ଦାଖଲ କରାଯାଇଥିବା ଏକ ଆବେଦନ ଉପରେ ଶୁଣାଣି କରିବାକୁ ଯାଇ ସିଜେଆଇ ଏହି ନିର୍ଦ୍ଦେଶ ଦେଇଛନ୍ତି । ଶାଲିନୀଙ୍କ ୧୪ ବର୍ଷର ପୁଅ ଥିବା ବେଳେ ସେ ମାନସିକ ଏବଂ ଶାରୀରିକସ୍ତରରେ ଭିନ୍ନକ୍ଷମ । ସୁତରାଂ ପୁଅକୁ ସ୍ୱତନ୍ତ୍ର ଭାବେ ମା’ ଅର୍ଥାତ୍ ଶାଲିନୀଙ୍କ ଆବଶ୍ୟକତା ରହୁୂଛି । ଏନେଇ ଶାଲିନୀ ଶିଶୁ ଯତ୍ନ ପାଇଁ ଉଦ୍ଦିଷ୍ଟ କେନ୍ଦ୍ରୀୟ ସିଭିଲ୍ ସର୍ଭିସ (ଛୁଟି) ନିୟମ-୧୯୭୨ର ଧାରା ୪୩-ସି ଅନ୍ତର୍ଗତ ନିଜ କାର୍ଯ୍ୟଦିବସରେ ଅତିରିକ୍ତ ଛୁଟି ପାଇଁ ଆବେଦନ କରିଥିଲେ ।

କିନ୍ତୁ ହିମାଚଳ ସରକାରଙ୍କ ପକ୍ଷରୁ ନଭେମ୍ବର ୧୬,୨୦୧୮ରେ ଶାଲିନୀଙ୍କ ଆବେଦନକୁ ଖାରଜ କରିଦିଆଯାଇଥିଲା ଏବଂ ଯୁକ୍ତି ଦର୍ଶାଯାଇଥିଲା ଯେ, ରାଜ୍ୟ ସରକାର ଶିଶୁ ଯତ୍ନ ଛୁଟି ନିୟମକୁ ମାନୁନାହାନ୍ତି, ସୁତରାଂ ଏପ୍ରକାର ଛୁଟି ପ୍ରଦାନ କରାଯାଇପାରିବନି । ରାଜ୍ୟ ସରକାରଙ୍କ ଏପ୍ରକାର ନିର୍ଦ୍ଦେଶ ପରେ ବାଧ୍ୟ ହୋଇ ଶାଲିନୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ହାଇକୋର୍ଟ ମଧ୍ୟ ରାଜ୍ୟ ସରକାର ଧାରା ୪୩ (ସି)କୁ ପ୍ରତ୍ୟାହାର କରିସାରିଥିବା ଦର୍ଶାଇ ତାଙ୍କ ଆବେଦନକୁ ଏପ୍ରିଲ୍ ୨୩, ୨୦୨୧ରେ ଖାରଜ କରିଦେଇଥିଲେ । ପରେ ଶାଲିନୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ରାଜ୍ୟ ସରକାର ଏବଂ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ୍ କରିଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button