ଦେଶ

ଉମର ଖାଲିଦଙ୍କ ଜାମିନ ଶୁଣାଣିରୁ ଓହରିଲେ ଜଷ୍ଟିସ୍ ପ୍ରଶାନ୍ତ ମିଶ୍ର – Ibnodisha

[ad_1]

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାରେ ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ଛାତ୍ର ତଥା ସାମାଜିକ କର୍ମୀ ଉମର ଖାଲିଦଙ୍କ ଜାମିନ ଆବେଦନର ଶୁଣାଣିରୁ ସୁପ୍ରିମ୍ କୋର୍ଟର ବିଚାରପତି ପ୍ରଶାନ୍ତ କୁମାର ମିଶ୍ର ନିଜକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ଆଜି ସକାଳେ ଜଷ୍ଟିସ୍ ଏଏସ୍ ବୋପାନ୍ନା ଓ ଜଷ୍ଟିସ୍ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହେବାର ଥିଲା। ଜଷ୍ଟିସ ମିଶ୍ର ଏହି ଖଣ୍ଡପୀଠରୁ ବାହାରିବା ପରେ ଏବେ ଏହି ମାମଲାକୁ ସୁପ୍ରିମକୋର୍ଟର ଅନ୍ୟ ଏକ ଖଣ୍ଡପୀଠକୁ ହସ୍ତାନ୍ତର କରାଯିବ ।

ଅକ୍ଟୋବର ୨୦୨୨ରେ ଦିଲ୍ଲୀ ହାଇକୋର୍ଟ ଖାଲିଦଙ୍କ ଜାମିନ ନାମଞ୍ଜୁର କରିଥିଲେ । ଏହି ରାୟକୁ ଚ୍ୟାଲେଞ୍ଜ କରି ସେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଖାଲିଦଙ୍କୁ ସେପ୍ଟେମ୍ବର ୨୦୨୦ରେ ଦିଲ୍ଲୀ ପୋଲିସ ଗିରଫ କରିଥିଲା ଏବଂ ଅପରାଧିକ ଷଡ଼ଯନ୍ତ୍ର, ଦଙ୍ଗା, ବେଆଇନ ସମାବେଶ ଏବଂ ବେଆଇନ କାର୍ଯ୍ୟକଳାପ (ନିରୋଧ) ଆଇନ (ୟୁଏପିଏ) ଅଧୀନରେ ଅନ୍ୟାନ୍ୟ ଅପରାଧରେ ଅଭିଯୁକ୍ତ ଥିଲା।

ମାର୍ଚ୍ଚ ୨୦୨୨ରେ ଦିଲ୍ଲୀର କରକରଡୁମା କୋର୍ଟ ତାଙ୍କୁ ଜାମିନ ଦେବାକୁ ମନା କରିଦେଇଥିଲେ। ଏହାପରେ ଖାଲିଦ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସେଠାରୁ ବି ତାଙ୍କୁ କୌଣସି ଆଶ୍ବସ୍ତି ମିଳିନଥିଲା । ଏହା ପରେ ସେ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ। ଜାମିନ ଆବେଦନ ଉପରେ ଚଳିତ ବର୍ଷ ମେ ମାସରେ ସର୍ବୋଚ୍ଚ ନ୍ୟାୟାଳୟ ଦିଲ୍ଲୀ ପୁଲିସକୁ ନୋଟିସ୍ ଜାରି କରିଥିଲେ।

 



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button