ଦେଶ

‘ସା ରେ ଗା ମା ପା ୨୦୨୩’ ବିଜେତା ହେଲେ ଆଲବର୍ଟ କାବୋ ଲେପଚା – Ibnodisha

[ad_1]

ନୂଆଦିଲ୍ଲୀ: ଜି ଟିଭିର ବହୁତ ଲୋକପ୍ରିୟ ସୋ ‘ସା ରେ ଗା ମା ପା ୨୦୨୩’ ପ୍ରିମିୟରର ତିନିମାସ ପରେ ନଭେମ୍ବର ୨୬ ରବିବାର ଦିନ ଗ୍ରାଣ୍ଡ୍ ଫାଇନାଲ୍ ଶେଷ ହୋଇଛି । ଏହା ସହିତ ଏହି ସିଜିନ୍‌ର ବିଜେତା ମଧ୍ୟ ମିଳିଛନ୍ତି । ପଶ୍ଚିମବଙ୍ଗର କାଲିମ୍ପଙ୍ଗରୁ ଆଲବର୍ଟ କାବୋ ଲେପଚାଙ୍କୁ ମ୍ୟୁଜିକ୍ ଟିଭି ରିଆଲିଟି ସୋ ର ବିଜେତା ଘୋଷଣା କରାଯାଇଛି । ପୂରା ସିଜିନ୍‌ରେ ଦର୍ଶକମାନେ ହିମେଶ ରେଶମିଆ, ଅନୁ ମଲିକ୍ ଏବଂ ନୀତି ମୋହନ ସୋ ରେ ଗୀତ ସେନ୍ସେସ୍ ଗାଇଡ୍ କରିଥିବା ଦେଖିବା ପାଇଁ ମିଳିଛି । ସେହି ସମୟରେ ସୋ ର ହୋଷ୍ଟ ଭାବରେ ଆଦିତ୍ୟ ନାରାୟଣ ସମସ୍ତଙ୍କୁ ବହୁତ ମନୋରଞ୍ଜନ କରିଛନ୍ତି ।

ଗ୍ରାଣ୍ଡ ଫାଇନାଲରେ ଆଲବର୍ଟ କାବୋ ଲେପଚାଙ୍କୁ ‘ସା ରେ ଗା ମା ପା ୨୦୨୩’ ର ବିଜେତା ଘୋଷଣା କରାଯାଇଛି । ଗ୍ରାଣ୍ଡ ଫାଇନାଲ୍‌ରେ ଆଲବର୍ଟଙ୍କୁ ଟ୍ରଫି ଦିଆଯାଇଛି । ସେହି ସୋ ରେ ଫାଇନାଲିଷ୍ଟ ନିଶା ଶର୍ମା ପ୍ରଥମ ରନର୍ ଅପ୍ ହୋଇଥିଲେ ଏବଂ ରଣିତା ବାନାର୍ଜୀ ଦ୍ୱିତୀୟ ରନର୍ ଅପ୍ ହୋଇଥିଲେ ।

ସା ରେ ଗା ମା ୨୦୨୩ ରେ ଜିତିବା ପରେ ‘ସ୍ୱପ୍ନ ସାକାର ହେଲା’ ବୋଲି ଆଲବର୍ଟ କହିଛନ୍ତି । ସା ରେ ଗା ମା ୨୦୨୩ ର ଟ୍ରଫି ଜିତିବା ପରେ ଆଲବର୍ଟ କହିଛନ୍ତି, ‘‘ଏହା ମୋ ପାଇଁ ଏକ ସ୍ୱପ୍ନ ପରି! ସତ କହିବାକୁ ଗଲେ, ଏହି ପ୍ରତିଯୋଗିତା ଅତ୍ୟନ୍ତ କଷ୍ଟ ଥିଲା କାରଣ ଏହି ସିଜିନ୍‌ରେ ସମସ୍ତ ପ୍ରତିଯୋଗୀ ବହୁତ ଟ୍ୟାଲେଣ୍ଟଟେଣ୍ଟେ ଥିଲେ, ଏବଂ ମୋତେ ସେମାନଙ୍କ ସହ ଷ୍ଟେଜ୍‌ ସେୟାର କରିବା ପାଇଁ ସୁଯୋଗ ମିଳିଥିଲା । ଏହା ସହ ସେ ଏପରି ମଧ୍ୟ କହିଥିଲେ ଯେ ସୋ ରେ ମୋତେ ବହୁତ କିଛି ଶିକ୍ଷିବା ପାଇଁ ମିଳିଛି । ଏପରି ଭାବେ ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେବି କାରଣ ସମସ୍ତଙ୍କ ସମର୍ଥନ ଯୋଗୁ ଆଜି ଏହି ସ୍ଥାନକୁ ଆସିପାରିଛି ।

ଜିଟିଭି ମଧ୍ୟ ଆଲବର୍ଟଙ୍କୁ ଜିତିବାର ଅଭିନନ୍ଦନ ଜଣାଇ ଲେଖିଛନ୍ତି, ‘‘ଆଲବର୍ଟଙ୍କୁ ଅନେକ ଅଭିନନ୍ଦନ, ଏହା ସହ ତାଙ୍କ ଗୀତ ସମସ୍ତଙ୍କ ମନ ଛୁଇଛି ଏବଂ ସମସ୍ତଙ୍କୁ ବହୁତ ପ୍ରେରଣ ମଧ୍ୟ ଦେଇଛି । ଆଲବର୍ଟଙ୍କ ପ୍ରତିଭା ଏବଂ ଉତ୍ସର୍ଗ ଯାଦୁ ପରି ଥିଲା, ଏକ ସୁନ୍ଦର ଚିତ୍ର ସୃଷ୍ଟି କଲା ଯାହା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ସେଥିପାଇଁ ତାଙ୍କୁ ସଂଗୀତ ଭବିଷ୍ୟତ ପାଇଁ ଆମେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛୁ ’’ । ଏହା ସହ ଜି ଟିଭି ତା X ଆକାଉଣ୍ଟରେ ଏହାର ଏକ ଭିଡିଓ ମଧ୍ୟ ସେୟାର କରିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button