IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଗର୍ଭାବସ୍ଥା ସମୟରେ ଆପଣାନ୍ତୁ ଏହି ୫ଟି ପ୍ରାକୃତିକ ଉପାୟ, ଚୁଟ୍‌କିରେ ଦୂର ହୋଇଯିବ କୋଷ୍ଠକାଠିନ୍ୟ ସମସ୍ୟା

ଗର୍ଭାବସ୍ଥା ସମୟରେ କୋଷ୍ଠକାଠିନ୍ୟ ଏକ ସାଧାରଣ ସମସ୍ୟା। ଆଉ ଆପଣ ଏ ବିଷୟରେ କହିବା ପାଇଁ ଆଦୌ ଲାଜ କରିବା ଉଚିତ ନୁହେଁ। ଆଜି ଆମେ ଆପଣଙ୍କୁ ଏଥିରୁ ମୁକୁଳିବାର ଘରୋଇ ଉପାୟ କହିବାକୁ ଯାଉଛୁ।

• ଗର୍ଭାବସ୍ଥା ସମୟରେ କୋଷ୍ଠକାଠିନ୍ୟରୁ ମୁକ୍ତି ପାଇବା ପାଇଁ ଆପଣଙ୍କୁ ପ୍ରଥମେ ତନ୍ତୁଜାତୀୟ ଖାଦ୍ୟ ଖାଇବାକୁ ପଡ଼ିବ। କାରଣ, ଏହା ମଳତ୍ୟାଗକୁ ସହଜ କରିଥାଏ।

a88

• ଆପଣଙ୍କୁ ଏହି ସମୟରେ ପଯ୍ୟର୍ାପ୍ତ ମାତ୍ରାରେ ତରଳ ପଦାର୍ଥ ପିଇବାକୁ ହେବ। ଏମିତି ଅଭ୍ୟାସ ରଖିଲେ, ଆପଣ ମାତ୍ର କିଛି ଦିନ ଭିତରେ ଏହାର ପରିଣାମ ଦେଖିପାରିବେ।

• ଗର୍ଭାବସ୍ଥାର ଅର୍ଥ ଏହା ନୁହେଁ ଯେ ଆପଣଙ୍କୁ ବିଛଣାରେ ଆରାମ କରିବା ନିହାତି ଆବଶ୍ୟକ। ଏହି ସମୟରେ ହାଲ୍‌କା ବ୍ୟାୟାମ କରନ୍ତୁ। ଏହାଦ୍ୱାରା ଆପଣଙ୍କୁ ଫାଇଦା ମିଳିବ। ବାସ୍ତବରେ, ହାଲ୍‌କା ବ୍ୟାୟାମ ଆପଙ୍କୁ ପାଚନରେ ସାହାଯ୍ୟ କରିଥାଏ ଏବଂ କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ଦେଇଥାଏ।

a55

• କୋଷ୍ଠକାଠିନ୍ୟକୁ ଦୂର କରିବା ପାଇଁ ଆପଣ ନିୟମିତ ରୂପରେ ଲେମ୍ବୁ ପାଣି ପିଇବା ଅଭ୍ୟାସ ରଖନ୍ତୁ। କାରଣ, ଏହା ଶରୀରରେ ପିତ୍ତର ଉତ୍ପାଦନକୁ ବଢ଼ାଇଥାଏ। ଏହା ଆଭ୍ୟନ୍ତରୀଣ ମାଂସପେଶୀକୁ ସଙ୍କୁଚିତ କରିବାରେ ସାହାଯ୍ୟ କରିଥାଏ ଏବଂ ମଳତ୍ୟାଗ ସହଜରେ ହୋଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button