IBN ଓଡ଼ିଶା ବ୍ୟୁରୋ

ଶୁଖିଲା କାଶ ପିଛା ଛାଡୁନି କି? ଆପଣଙ୍କ ପାଇଁ ଏହି ୪ଟି ଟିପ୍ସ

ଶୁଖିଲା କାଶ ବାସ୍ତବରେ ବହୁତ ସମସ୍ୟା ସୃଷ୍ଟି କରିଥାଏ। ଏହା ରାତିରେ ଆପଣଙ୍କ ନିଦକୁ ବି ଖରାପ କରିଦେଇଥାଏ। ଏପରି କି, ଦିନବେଳା କାମ କରିବା ବି ମୁସ୍କିଲ ହୋଇଯାଏ। ଯଦିଓ ଏହା ଏକ ସାଧାରଣ ସମସ୍ୟା, କିନ୍ତୁ ଆମକୁ ବହୁତ କଷ୍ଟ ଅନୁଭବ ହୋଇଥାଏ। ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଆପଣ ଏହି ୪ଟି ଟିପ୍ସ ଆପଣାଇ ପାରିବେ।

dry3

• ଲୁଣ ପାଣି ଗର୍ଗଲ କରନ୍ତୁ। ଏହା ଗଳାରୁ କଫ ବାହାର କରିବାରେ ସାହାଯ୍ୟ କରିଥାଏ ଏବଂ ମୁହଁକୁ ହାଇଡ୍ରେଟ୍‌ ରଖିଥାଏ। ଲୁଣରେ ରୋଗ ନିରୋଧୀ ଗୁଣ ଭରି ରହିଥାଏ। ତେଣୁ ଏହା କୌଣସି ବି ମାଇକ୍ରୋବିୟଲ ସଂକ୍ରମଣକୁ ରୋକିବାରେ ସାହାଯ୍ୟ କରିଥାଏ।

• ମହୁରେ ମିଇଶ୍ଚରାଇଜିଂ ଏବଂ ନମନୀୟ ଗୁଣ ରହିଥିବାରୁ ଏହା ଶୁଖିଲା ଗଳାକୁ ଆରାମଦାୟକ କରିଥାଏ। ଏହା ମଧ୍ୟ ଏକ ଆଣ୍ଟିସେପ୍ଟିକ୍‌ ଭଳି କାମ କରିଥାଏ।

dry5

• ଆପଲ୍‌ ସାଇଡର୍‌ ସିରକାକୁ ଆପଣ ଗର୍ଗଲ ରୂପରେ ବ୍ୟବହାର କରିପାରିବେ। ଆଲର୍ଜି କିମ୍ବା ଇନ୍‌ଫେକ୍ସନରୁ ହେଉଥିବା କାଶକୁ ଭଲ କରିବାରେ ଏହା ସାହାଯ୍ୟ କରିଥାଏ।

• ସୁଗାର ଫ୍ରି ଚୁଇଙ୍ଗ୍‌ଗମ ଚୋବାନ୍ତୁ। କାରଣ, ଏଥିରୁ ବାହାରୁଥିବା ଲାଳ ଆପଣଙ୍କ ଶୁଖିଲା ଗଳାକୁ ଉପଶମ ଦେବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button