ମନୋରଞ୍ଜନ

ଗଣତନ୍ତ୍ର ଦିବସ ପାଇଁ ବନାନ୍ତୁ ସ୍ପେଶାଲ ତ୍ରିରଙ୍ଗା ସାଣ୍ଡଓ୍ଵିଚ୍‌, ସମସ୍ତଙ୍କୁ ଆସିବ ପସନ୍ଦ

୨୬ ଜାନୁୟାରୀ ଅର୍ଥାତ୍‌ ଗଣତନ୍ତ୍ର ଦିବସ ର ଗୌରବାନ୍ଵିତ ଦିନ ଅଟେ ଯାହା ପୂରା ଦେଶବାସୀର ମନରେ ମହତ୍ତ୍ୱପୂର୍ଣ୍ଣ ସ୍ଥାନ ରଖିଥାଏ। ଏହି ଦିନକୁ ଆହୁରି ବି ସ୍ପେଶାଲ କରିବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ‘ତ୍ରିରଙ୍ଗା ସାଣ୍ଡଓ୍ଵିଚ୍‌’ବନାଇବାର ରେସିପି ନେଇ ଆସିଛୁ। ତେବେ ଆସନ୍ତୁ ଜାଣିବା ଏହି ରେସିପି ବିଷୟରେ।

ଆବଶ୍ୟକ ସାମଗ୍ରୀ

ବ୍ରେଡ୍‌ ସ୍ଲାଇସ୍‌ – ୮

ମେୟୋନିଜ୍‌ – ୧ ବଡ ପାତ୍ର

ଗାଜର -୧ ପାତ୍ର (କାଟି ରଖିଥିବା)

ପାଳଙ୍ଗ – ୧ ପାତ୍ର (ବଟା ହୋଇଥିବା)

ଲୁଣ – ସ୍ୱାଦାନୁସାରେ

ଚିଲି ଫ୍ଲେକ୍ସ – ୧ ଟେବୁଲ ଚାମଚ

ଟମାଟୋ ସସ୍‌ – ୨ ଟେବୁଲ ଚାମଚ

sandwictchପ୍ରସ୍ତୁତି ପ୍ରଣାଳୀ

-ସର୍ବପ୍ରଥମେ କେସରୀ ରଙ୍ଗ ପାଇଁ ଗୋଟିଏ ପାତ୍ରରେ ଗାଜର, ମେୟୋନିଜ୍‌ ଏବଂ ଲୁଣ ପକାଇ ଏକ ପତଳା ପେଷ୍ଟ ପ୍ରସ୍ତୁତ କରନ୍ତୁ।

-ଏବେ ସବୁଜ ରଙ୍ଗ ପାଇଁ ଅନ୍ୟ ଏକ ପାତ୍ରରେ ପାଳଙ୍ଗରେ ୨ ଟେବୁଲ ଚାମଚ ମେୟୋନିଜ୍‌ ଏବଂ ଲୁଣ ପକାଇ ପେଷ୍ଟ ପ୍ରସ୍ତୁତ କରନ୍ତୁ।

-ଏବେ ଏହି ଦୁଇ ପେଷ୍ଟରେ ଗୋଟିଏ ଟେବୁଲ ଚାମଚ ଟମାଟୋ ସସ୍‌ ପକାଇ ମିକ୍ସ କରନ୍ତୁ।

-ଧଳା ରଙ୍ଗ ପାଇଁ ମେୟୋନିଜର ଏକ ଛୋଟ ପାତ୍ର କାଢ଼ି ଅଲଗା ରଖି ଦିଅନ୍ତୁ।

-ଏବେ ସାଣ୍ଡଓ୍ଵିଜ୍‌ ବନାଇବା ପାଇଁ ପ୍ରଥମେ ସମସ୍ତ ବ୍ରେଡ ସ୍ଲାଇସର ସାଇଟ ଭାଗ କାଟିଦିଅନ୍ତୁ।

-ଏବେ ସବୁଠାରୁ ତଳ ସ୍ଳାଇସରେ ପାଳଙ୍ଗ ପେଷ୍ଟ ଲଗାଇ ଉପରେ ଚିଲି ଫ୍ଲେକ୍ସ ପକାନ୍ତୁ ଏବଂ ବ୍ରେଡ ସ୍ଲାଇସ ରଖି ମେୟୋନିଜ୍‌ ଲଗାନ୍ତୁ।

-ଏବେ ଏହା ଉପରେ ଆଉ ଏକ ବ୍ରେଡ୍‌ ସ୍ଲାଇସ ରଖନ୍ତୁ ଏହା ଉପରେ କମଳା ରଙ୍ଗ ପାଇଁ ଗାଜର ପେଷ୍ଟ ଲଗାନ୍ତୁ ଏବଂ ଚିଲି ଫ୍ଲେକ୍ସ ଲଗାଇ ଉପରେ ଏକ ବ୍ରେଡ୍‌ ସ୍ଲାଇସ୍‌ ରଖନ୍ତୁ।

-ଏବେ ଆପଣଙ୍କ ସାଣ୍ଡଓ୍ଵିଚକୁ ତିନିକୋଣିଆ କରି କାଟି ଦିଅନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button