IBN ଓଡ଼ିଶା ଏକ୍ସକ୍ଲୁସିଭ୍

ସତେଜ ତୁଳସୀ ପତ୍ର ସହ ଖାଆନ୍ତୁ ଏହି ଜିନିଷ, ତୁରନ୍ତ ଆପଣ ଫୁଡ୍‌ ପଏଜନିଂ ସମସ୍ୟାରୁ ପାଇପାରିବେ ମୁକ୍ତି

ଘରେ ହେଉ କିମ୍ବା ବାହାରେ, ଆପଣ ଯଦି ଅଧିକ ଏଣୁତେଣୁ ଖାଦ୍ୟ ଖାଇଦେଇଥାଆନ୍ତି, ତା’ହେଲେ ଫୁଡ୍‌ ପଏଜନିଂ ହେବାର ଯଥେଷ୍ଟ ସମ୍ଭାବନା ଥାଏ। ଏହାଦ୍ୱାରା ଆପଣଙ୍କୁ ଘନ ଘନ ବାନ୍ତି ହୋଇଥାଏ। ମୁଣ୍ଡ ମଧ୍ୟ ବୁଲାଏ। ତେବେ ଖାଦ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ଆପଣ ଏଥିରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପାୟ ଆପଣାଇ ପାରିବେ। ଆସନ୍ତୁ ଜାଣିବା ଏ ସମ୍ପର୍କରେ।

foo3

୧. ଅଦା

ନିୟମିତ ରୂପରେ ଆପଣ ଅଦା ଚା’ ପିଅନ୍ତୁ। ଏହାଛଡ଼ା ଗରମ ପାଣିରେ ଅଦା ଛେଚା ପକାଇ ତାହାକୁ ଏକ ମିନିଟ୍‌ ଯାଏ ଫୁଟିବାକୁ ଦିଅନ୍ତୁ। ତା’ପରେ ଏଥିରେ ସାମାନ୍ୟ ମହୁ ପକାଇ ପିଅନ୍ତୁ।

୨. ଲେମ୍ବୁ

ଏକ ଗ୍ଲାସ ଗରମ ପାଣିରେ ଟିକେ ଲେମ୍ବୁ ରସ ଏବଂ ସ୍ୱାଦ ଅନୁସାରେ ଅଳ୍ପ ଚିନି କିମ୍ବା ମହୁ ପକାଇ ପିଅନ୍ତୁ।

foo5

୩. ପେପରମିଣ୍ଟ ଟି

ଫୁଡ୍‌ ପଏଜନିଂର ଘରୋଇ ଚିକିତ୍ସା କରିବାକୁ ଚାହୁଁଥିଲେ, ଆପଣ ଗୋଟିଏ କପ୍‌ ତାଜା ପେପରମିଣ୍ଟ ଚା’ ପ୍ରସ୍ତୁତ କରିପାରିବେ। ଏହାଛଡ଼ା ପ୍ରତିଦିନ ଚା’ରେ କିଛି ପୁଦିନା ତେଲ ମଧ୍ୟ ମିଶାନ୍ତୁ।

୪. ଆପଲ୍‌ ସାଇଡର ସିରକା

ଏକ କପ୍‌ ଗରମ ପାଣିରେ ୨ ବଡ଼ ଚାମଚ ଆପଲ୍‌ ସାଇଡର ସିରକା ପକାନ୍ତୁ। ଭଲ ଉପଚାର ପାଇଁ ଆପଣ ଏହାକୁ ଦିନକୁ ମାତ୍ର ୨ଥର ହିଁ ସେବନ କରନ୍ତୁ।

foo33

୫. ତୁଳସୀ

ସତେଜ ତୁଳସୀ ପତ୍ର ସେବନ କରନ୍ତୁ। କିଛି ତୁଳସୀ ପତ୍ରରେ ମହୁ ବୁନ୍ଦା ପକାଇ ଖାଆନ୍ତୁ। ଦେଖିବେ, ଫୁଡ୍‌ ପଏଜନିଂ ଭଳି ସମସ୍ୟାରୁ ଆପଣ ଯଥାଶୀଘ୍ର ମୁକୁଳିପାରିବେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button