ଦେଶ

ଆଜିଠାରୁ ଏସୀୟ କ୍ରୀଡ଼ା ମହାକୁମ୍ଭ – Ibnodisha

[ad_1]

ନୂଆଦିଲ୍ଲୀ: ବିଶ୍ବର ଅନ୍ୟତମ ସର୍ବବୃହତ କ୍ରୀଡ଼ା ମହାକୁମ୍ଭ ଏସୀୟ କ୍ରୀଡ଼ାର ୧୯ତମ ସଂସ୍କରଣର ଉଦ୍‌ଘାଟନୀ ଉତ୍ସବ ବିଧିବଦ୍ଧ ଭାବେ ଚୀନର ହ୍ବାଙ୍ଗଝୋରେ ଶନିବାର ସନ୍ଧ୍ୟାରେ ଆୟୋଜିତ ହେବ। ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଉକ୍ତ ପ୍ରତିଯୋଗିତା ଉଦ୍‌ଘାଟିତ ହେବ। ଅକ୍ଟୋବର ୮ ପଯ୍ୟନ୍ତ ଚାଲିବାକୁ ଥିବା ଉକ୍ତ କ୍ରୀଡ଼ା ମହାକୁମ୍ଭ ଉପରେ ସାରା ବିଶ୍ବର ନଜର ରହିଛି। ଏଥିରେ ୪୫ଟି ଏସୀୟ ଦେଶର ପ୍ରତିଯୋଗୀମାନେ ୪୦ଟି କ୍ରୀଡ଼ାର ୪୬୫ଟି ବିଭାଗରେ ପରସ୍ପରକୁ ଟକ୍କର ଦେବେ।

ଉଦ୍‌ଘାଟନୀ ପୂର୍ବରୁ ଭଲିବଲ, ମହିଳା କ୍ରିକେଟ, ନୌଚାଳନା, ଟେବୁଲଟେନିସ ଆଦି କ୍ରୀଡ଼ା ଖେଳାଯାଇବାବେଳେ ୨୩ରୁ ଅନ୍ୟ କ୍ରୀଡ଼ା ଆରମ୍ଭ ହେବ। ୨୦୧୮ ଜାକର୍ତ୍ତା ଏସୀୟ କ୍ରୀଡ଼ାରେ ଭାରତ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। ଏଥିରେ ଭାରତ ୧୬ଟି ସ୍ବର୍ଣ୍ଣ, ୨୪ଟି ରୌପ୍ୟ ଓ ୩୦ଟି କାଂସ୍ୟ ସହ ମୋଟ ୭୦ ପଦକ ପାଇ ୮ମ ସ୍ଥାନରେ ରହିଥିଲା। ଚଳିତ ଥର ୪୦ଟି କ୍ରୀଡ଼ା ଶୃଙ୍ଖଳାରେ ଭାରତରୁ ମୋଟ ୬୫୫ଜଣ ଖେଳାଳି ଅଂଶଗ୍ରହଣ କରୁଛନ୍ତି। ସେମାନଙ୍କ ମଧ୍ୟରୁ ଦୌଡ଼କୁଦରେ ସର୍ବାଧିକ ୬୮ଜଣ ରହିଛନ୍ତି।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button