ରାଜ୍ୟ

ପୁଣି ଲଜ୍ଜା: ତୃତୀୟ ଶ୍ରେଣୀର ଛାତ୍ରୀଙ୍କୁ ଦୁଷ୍କର୍ମ ଆଉ ତାପରେ….. – Ibnodisha

[ad_1]

ରାୟଗଡା: ରାୟଗଡାରେ ଲଜ୍ଜା।  ତୃତୀୟ ଶ୍ରେଣୀର ଛାତ୍ରୀଙ୍କୁ ଦୁଷ୍କର୍ମ  କରାଯାଇଥିବା ଅଭିଯୋଗ ହୋଇଛି । ସ୍କୁଲର ଜଣେ ପିଅନ  ଛାତ୍ରୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଘଟଣାଟି କାଶୀପୁର ବ୍ଲକର ଏକ ଆବାସିକ ବିଦ୍ୟାଳୟରେ ଘଟିଥିବା ଜଣାପଡିଛି। ଦୁଷ୍କର୍ମ ଅଭିଯୋଗ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ସ୍ଥାନୀୟ ଲୋକେ ପୋଲିସ୍ ଗାଡି ଜାଳି ଦେବା ସହ ପୋଲିସ୍ ସେଠାରେ ଲାଠିଚାର୍ଜ କରିଥିବା ଜଣାପଡିଛି। ପୋଲିସର ଏଭଳି କାର୍ଯ୍ୟାନୁଷ୍ଠାନକୁ ନେଇ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି । ଏହି ଘଟଣାକୁ ନେଇ ପିଅନ ଶିବ ପ୍ରସାଦ ମିଶ୍ରଙ୍କୁ ପୋଲିସ୍ ଉଠାଇ ନେଇଛି । ଅଭିଯୁକ୍ତ ପିଅନ ସହ ପୋଲିସ୍ ୬ ଜଣଙ୍କୁ ଅଟକ ରଖିଛି । ଏବଂ ଛାତ୍ରୀଙ୍କ ଅବସ୍ଥା ଗୁରୁତର ଥିବାରୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ, କାଶୀପୁର ବ୍ଲକର ଏକ ଆବାସିକ ବିଦ୍ୟାଳୟରେ ପୀଡିତା ଜଣକ ତୃତୀୟ ଶ୍ରେଣୀର ଛାତ୍ରୀ ବୋଲି କୁହାଯାଇଛି । ଛାତ୍ରୀ ଜଣକ ସେଠାରେ ରହି ପାଠପଢୁଥିଲେ। କିନ୍ତୁ ପିଅନ ଜଣକ ଛାତ୍ରୀଙ୍କୁ ଚକଲେଟ୍ ଦେବା ବାହାନାରେ ପାଖକୁ ଡାକି ଏଭଳି କୁକର୍ମ କରିଥିବା କୁହାଯାଇଛି । ତେବେ, ଦୁଷ୍କର୍ମ ପରେ ଯେତେବେଳେ ନାବାଳିକାଟି କାନ୍ଦିବାକୁ ଲାଗିଲା ସେତେବେଳେ ପୂରା ଘଟଣା ଲୋକଲୋଚନକୁ ଆସିଲା। ଏବଂ ସ୍କୁଲ କର୍ତ୍ତୃପକ୍ଷ ପୋଲିସକୁ ସୂଚନା ଦେଇଥିଲେ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏବଂ ଅଭିଯୁକ୍ତ ପିଅନ ସହ ଅନ୍ୟ ଜଣଙ୍କୁ ଉଠାଇ ନେଇ ଥାନାରେ ଅଟକ ରଖି ପଚରାଉଚରା କରୁଛି । କିଭଳି ସ୍ଥିତିରେ ଏହି ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଚଳାଇଛି ପୋଲିସ୍ । ଏବଂ ପୀଡିତାଙ୍କ ବୟାନ ରେକର୍ଡ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଛି। ସେପଟେ,ସ୍ଥାନୀୟ ଲୋକେ ଡଙ୍ଗାସିଲ୍ ଫାଣ୍ତିକୁ  ଘେରାଉ କରିଛନ୍ତି । ଏବଂ ରାସ୍ତାରେ ଟାୟାର ଜାଳି ଜୋରଦାର ପ୍ରତିବାଦ କରୁଛନ୍ତି। ତେବେ ଅଭିଯୁକ୍ତ ପିଅନ ଜଣକ ଡଂଗାସିଲ ଗାଁର ବୋଲି ଜଣାପଡିଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button