ମନୋରଞ୍ଜନ

ଫେମସ ସିଙ୍ଗର ଅନୁରାଧା ପୌଡୱାଲଙ୍କ ପୁଅ ଆଦିତ୍ୟ ପୌଡୱାଲଙ୍କର ୩୫ ବର୍ଷ ବୟସରେ ହେଲା ନିଧନ, ଶୋକରେ ପୁରା ବଲିଉଡ

ବର୍ତ୍ତମାନ ଗାୟକ ଅନୁରାଧା ପୌଡୱାଲଙ୍କ ପୁଅ ଆଦିତ୍ୟ ପୌଡୱାଲଙ୍କ ଦେହାନ୍ତ ହୋଇଛି। ଆଦିତ୍ୟଙ୍କର 35 ବର୍ଷ ବୟସରେ ଦେହାନ୍ତ ହୋଇଛି। ମିଡିଆ ରିପୋର୍ଟ ଅନୁଯାୟୀ ଆଦିତ୍ୟ କିଛି ସମୟ ପାଇଁ କିଡନୀ ଜନିତ ସମସ୍ୟାରେ ପୀଡିତ ଥିଲେ। ଆଦିତ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏବଂ ଚିକିତ୍ସିତ ହେଉଥିଲେ।

ଆଦିତ୍ୟଙ୍କ ମୃତ୍ୟୁ ଖବର ହେତୁ ପୁରା ଫିଲ୍ମ ଇଣ୍ଡଷ୍ଟ୍ରି ଶୋକରେ ବୁଡି ରହିଛି । ଆଜି ସକାଳେ ଆଦିତ୍ୟ ଦୁନିଆକୁ ବିଦାୟ କହିଛନ୍ତି । ଗାୟକ ଶଙ୍କର ମହାଦେବନ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଆଦିତ୍ୟ ପୌଡୱାଲଙ୍କ ମୃତ୍ୟୁକୁ ନେଇ ଏକ ପୋଷ୍ଟ ସେୟାର କରିଛନ୍ତି।

ଆଦିତ୍ୟଙ୍କ ମୃତ୍ୟୁକୁ ନେଇ ଗାୟକ ଦୁଃଖ ପ୍ରକାଶ କରିଛନ୍ତି। ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏହି ପୋଷ୍ଟ ଲେଖି ସେ କହିଛନ୍ତି, “ଏହି ଖବର ଶୁଣିବା ପରେ ମୁଁ ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି। ଆମର ପ୍ରିୟ ଆଦିତ୍ୟ ପୌଡୱାଲ ଆଉ ନାହାଁନ୍ତି । ସେ କେତେ ଶାନଦାର ମ୍ୟୁଜିସିଆନ ଥିଲେ, ସେ ଜଣେ ସୁନ୍ଦର ମଣିଷ ଥିଲେ, ତାଙ୍କର ସେନ୍ସ ଅଫ ହ୍ୟୁମର ବହୁତ ସୁନ୍ଦର ଥିଲା।”

ଶଙ୍କର ମହାଦେବନ ଆହୁରି ଲେଖିଛନ୍ତି, “ଆମେ ଅନେକ ଥର ଅନେକ ପ୍ରୋଜେକ୍ଟ ରେ ଏକାଠି କାମ କରିଛୁ। କିନ୍ତୁ ଖବର ମତେ ବହୁତ ଭାଙ୍ଗି ଦେଇଛି । ତାଙ୍କ ପରିବାର ପାଇଁ ପ୍ରାର୍ଥନା ! ଲଭ୍ ୟୁ ଆଦିତ୍ୟ … ତୁମ କଥା ମନେ ପଡିବ।”

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button