ଦେଶ

ସ୍ତ୍ରୀକୁ ମାରି ନିଜେ ମରିଲା ସ୍ୱାମୀ – Ibnodisha

[ad_1]

ନୂଆଦିଲ୍ଲୀ: ପ୍ରଥମେ ନିଜ ପତ୍ନୀକୁ ମାରିଲା, ପରେ ନିଜର ଦୁଇ ବର୍ଷର ପୁଅର ମୁଣ୍ତକୁ ପଥରରେ ଛେଚିଲା .. ଏହା ପରେ ବ୍ୟକ୍ତି ଜଣକ ନିଜକୁ ମଧ୍ୟ ଶେଷ କରି ଦେଇଛି । ପତ୍ନୀକୁ ମାରିବା ପରେ ଅଭିଯୁକ୍ତ ଜଣକ ନିଜେ ମଧ୍ୟ ମରି ଯାଇଛି । ଏପରି ବିଭତ୍ସ ତଥା ଭୟାନକ ଘଟଣା ଘଟି ଯାଇଛି ଗୁରୁଗ୍ରାମରେ ।

ପତ୍ନୀଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ଜଣକ ସ୍ଥାନ ଛାଡ଼ି ପଳାଇଥିଲା । ପୋଲିସର ସୂଚନାନୁସାରେ ଅଭିଯୁକ୍ତ ଗାଜିଆବାଦର କୌଶମ୍ବା ମେଟ୍ରୋ ଷ୍ଟେସନରୁ ଡେଇଁ ଆତ୍ମହତ୍ୟା କରିଛି । ତେବେ ଅଭିଯୁକ୍ତ ଜଣକ ହେଲେ ୩୦ ବର୍ଷୀୟ ଗୌରବ ଶର୍ମା । ପତ୍ନୀଙ୍କ ଗଳା କାଟି ହତ୍ୟା କରିବା ପରେ ପଥରରେ ମୁଣ୍ତକୁ ଛେଚି ଦେଇଥିଲା ।

ପରେ ପରେ ନିଜର ଦୁଇ ବର୍ଷର ଛୋଟ ପୁଅର ମୁଣ୍ତକୁ ପଥରରେ ଛେଚିଥିବା ପୋଲିସ ସୂତ୍ରରୁ ପ୍ରକାଶ । କିଛି ବର୍ଷ ପୂର୍ବେ ଲକ୍ଷ୍ମୀ ରାୱତଙ୍କ ସହ ଗୌରବ ଶର୍ମାଙ୍କର ବିବାହ ହୋଇଥିଲା । ପରେ ତାଙ୍କର ପୁଅଟିଏ ମଧ୍ୟ ହୋଇଥିଲା । ଘଟଣା ଦିନ ପଡ଼ୋଶୀଙ୍କର ସନ୍ଦେହ ହେବାରୁ ସେମାନେ ପୋଲିସକୁ ସୂଚନା ଦେଇଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button