ଦେଶ

ସ୍ଥଗିତ ହେଲା ଗଗନୟାନ ମିଶନର ପ୍ରଥମ ପରୀକ୍ଷଣ – Ibnodisha

[ad_1]

ନୂଆଦିଲ୍ଲୀ: ଗଗନୟାନ ମିଶନର ପ୍ରଥମ ପରୀକ୍ଷଣ ସ୍ଥଗିତ ରଖାଯାଇଛି । ଶେଷ ମୁହୂର୍ତ୍ତରେ ଗଗନୟାନ ପରୀକ୍ଷଣ ସ୍ଥଗିତ ରଖାଯିବା ନେଇ ଇସ୍ରୋ ଅଧ୍ୟକ୍ଷ ଘୋଷଣା କରିଛନ୍ତି । ବୈଷୟିକ ତ୍ରୁଟି ଯୋଗୁ ସ୍ଥଗିତ ରଖାଯାଇଛି ଏହି ପରୀକ୍ଷଣ । ବୈଷୟିକ ତ୍ରୁଟିର ଯାଞ୍ଚ କରାଯିବ ବୋଲି କହିଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ । ୨୦୨୫ ସୁଦ୍ଧା ମହାକାଶକୁ ମଣିଷ ପଠାଇବାକୁ ଲକ୍ଷ୍ୟ ରଖିଛି ଇସ୍ରୋ । ସୂଚନା ଅନୁସାରେ ଆଜି ଗଗନୟାନର ପଥମ ପରୀକ୍ଷଣ ହୋଇଥାନ୍ତା । କିନ୍ତୁ ଏହି ପରୀକ୍ଷଣ ବର୍ତ୍ତମାନ ସ୍ଥଗିତ ରଖାଯାଇଛି । ଇସ୍ରୋ ମୁଖ୍ୟ ଏସ. ସୋମନାଥ କହିଛନ୍ତି ଯେ ଆଜି ଯାନର ପରୀକ୍ଷଣ ହୋଇପାରିବ ନାହିଁ ।

ଯାନ ଲଞ୍ଚ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଶେଷ ହୋଇଥିଲା, କିନ୍ତୁ ଲଞ୍ଚ ହେବାର ମାତ୍ର ପାଞ୍ଚ ସେକେଣ୍ଡ ପୂର୍ବରୁ ପରୀକ୍ଷା ମିଶନକୁ ସ୍ଥଗିତ ରଖିବାକୁ ପଡିଛି । ଇସ୍ରୋର ମୁଖ୍ୟ କହିଛନ୍ତି ଯେ ବୈଷୟିକ କାରଣରୁ ଟିଭି- ଡିଡି-୧ ବୁଷ୍ଟରର ଉଡ଼ାଣ ରୋକାଯାଇଛି । ୨୦୪୦ ପାଇଁ ଭାରତର ଗଗନୟାନ ମିଶନ ପ୍ରସ୍ତୁତ ହେଉଛି । ଇସ୍ରୋ ଆଜି ପ୍ରଥମ ଟେଷ୍ଟିଂ ଭାବରେ ଶ୍ରୀହରିକୋଟାରୁ ଏହି ମିଶନ ଲଞ୍ଚ କରି ଏହାର ଲ୍ୟାଣ୍ଡିଙ୍ଗ ବଙ୍ଗୋପସାଗରରେ କରିବାକୁ ଯାଉଥିଲା । ଏହି ମିଶନ ପ୍ରଥମେ ସକାଳ ୮ଟା ସମୟରେ ହେବାର ଥିଲା କିନ୍ତୁ କିଛି କାରଣ ପାଇଁ ଏହି ମିଶନର ଲଞ୍ଚିଂ ଟାଇମ୍‌କୁ ବଢ଼ାଯାଇଥିଲା । ଏହାର ଲଞ୍ଚିଂ ସମୟକୁ ୮.୪୫ ମିନିଟ ରଖାଯାଇଥିଲା । କିନ୍ତୁ ଏହାର ଲଞ୍ଚିଂ କମାଣ୍ଡ ସମୟରେ ଏଥିରେ ଲଗାଯାଇଥିବା କମ୍ପ୍ୟୁଟର ରକେଟ ଏଗ୍ନିଶନ କରିବା ପାଇଁ ଅନୁମତି ଦେଇନଥିଲା । ତେଣୁ ଏହି ଲଞ୍ଚିଂକୁ ସ୍ଥଗିତ ରଖାଯାଇଛି । ଯାନ ବର୍ତ୍ତମାନ ସୁରକ୍ଷିତ ଅଛି । ଏହାର ଯାଞ୍ଚ ଚାଲିଥିବା ସୂଚନା ମିଳିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button