ରାଜ୍ୟ

ବଙ୍ଗୋପସାଗରରେ ଲଘୁଚାପ; ନେଇପାରେ ବାତ୍ୟା ରୂପ – Ibnodisha

[ad_1]

ନୂଆଦିଲ୍ଲୀ: ବଙ୍ଗୋପସାଗରରେ ଲଘୁଚାପ । ଅକ୍ଟୋବର ୨୨ରେ ଘନୀଭୂତ ହୋଇ ଅବପାତ ହେବା ସମ୍ଭାବନା । ଅକ୍ଟୋବର ୨୩ରେ ଗଭୀର ଅବପାତ । ଏହାପରେ ୨୪-୨୫ ତାରିଖରେ ବାତ୍ୟା ରୂପ ନେଇପାରେ । ଏନେଇ ଆକଳନ କରିଛି ସ୍କାଏମେଟ୍। ହେଲେ ବାତ୍ୟା ନେଇ ଆଇଏମ୍‌ଡି କୌଣସି ଆକଳନ କରିନାହିଁ । ଯଦି ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହୁଏ ନାଁ ରହିବ ‘ହମୁନ୍ ‘ । ଏପଟେ ଦକ୍ଷିଣପୂର୍ବ ଆରବ ସାଗରରେ ସୃଷ୍ଟି ହେଲାଣି ଗଭୀର ଅବପାତ । ଆଜି ଏହା ବାତ୍ୟାର ରୂପ ନେବା । ଆସନ୍ତାକାଲି ଭୀଷଣ ବାତ୍ୟାର ରୂପ ନେବ । ବାତ୍ୟା ‘ତେଜ୍ ‘ ଦକ୍ଷିଣ ଓମାନ ଓ ପାର୍ଶ୍ବବର୍ତ୍ତୀ ୟେମେନ ଉପକୂଳ ଅତିକ୍ରମ କରିବ । ତେବେ ଏହାର ପ୍ରଭାବ ଓଡ଼ିଶା ଉପରେ ବିଶେ‌ଷ ରହିବ ନାହିଁ । ୨୩ ତାରିଖ ରାଜ୍ୟର ଉପକୂଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ହାଲୁକା ବର୍ଷା ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଅପ୍ୟପଟେ ଆସନ୍ତା ୪ରୁ ୫ ଦିନ ମଧ୍ୟରେ ରାଜ୍ୟର ଦିନ ଓ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button