ମୁକୁଳିଲେ ପ୍ରଫୁଲ ସାମନ୍ତରା; ହାତମୁହଁ ବାନ୍ଧି ହୋଟେଲରୁ ଉଠାଇ ନେଇଥିଲେ – Ibnodisha
[ad_1]
ରାୟଗଡ଼ା: ରାୟଗଡ଼ାସ୍ଥିତ ଏକ ହୋଟେଲରୁ ଆଜି ଅପରାହ୍ଣ ୩ଟାରେ ନିଖୋଜ ସାମାଜିକ କର୍ମୀ ପ୍ରଫୁଲ୍ଲ ସାମନ୍ତରାଙ୍କୁ ପ୍ରାୟ ୬ ଘଣ୍ଟା ପରେ ବ୍ରହ୍ମପୁରରେ ଉଦ୍ଧାର ହୋଇଛନ୍ତି । ଲୋକଶକ୍ତି ଅଭିଯାନର ସଭାପତି ତଥା ଜଣାଶୁଣା ପରିବେଶବିତ୍ ପ୍ରଫୁଲ ସାମନ୍ତରାଙ୍କୁ ପୁଲିସ ବ୍ରହ୍ମପୁରର ହିଲ୍?ପାଟଣାସ୍ଥିତ ତାଙ୍କ ଘରେ ଆଣି ଛାଡ଼ି ଦେଇଛି । ବ୍ରହ୍ମପୁରସ୍ଥିତ ନିଜ ଘରେ ପହଞ୍ଚିଲା ପରେ ପ୍ରଫୁଲ୍ଲ ସାମନ୍ତରା ଗଣମାଧ୍ୟମକୁ କହିଛନ୍ତି ଯେ, ରାୟଗଡ଼ାର ହୋଟେଲରେ ଥିଲା ବେଳେ କିଛି ଲୋକ ଅଚାନକ ପହଞ୍ଚିଥିଲେ । ସେମାନେ କିଛି ନ କହି ତାଙ୍କର ମୁହଁ ଓ ହାତକୁ କପଡ଼ା ବାନ୍ଧି ଦେଇଥିଲେ । ମୋବାଇଲ୍ ବନ୍ଦ କରିଦେଇଥିଲେ । ତା’ପରେ ବଳପୂର୍ବକ ତାଙ୍କୁ ଟେକିନେଇ ବୋଲେରୋରେ ଭର୍ତ୍ତି କରି ଦେଇଥିଲେ ।
ଏହି ବ୍ୟକ୍ତିମାନେ ସିଧା ସେଠାରୁ ଆଣି ବ୍ରହ୍ମପୁରରେ ପହଞ୍ଚାଇଥିଲେ । ଏହା ପୁଲିସର କାର୍ଯ୍ୟ ହୋଇପାରେ ବୋଲି ଅଭିଯୋଗ କରିଛନ୍ତି ଶ୍ରୀ ସାମନ୍ତରା । ଏହିଘଟଣା ପରେ ନିଜ ପ୍ରତିକ୍ରିୟାରେ ଶ୍ରୀ ସାମନ୍ତରା କହିଛନ୍ତି ଯେ, ଯେଉଁ ପୁଲିସ କର୍ମଚାରୀମାନେ ମତେ ରାୟଗଡ଼ାରୁ ବ୍ରହ୍ମପୁର ଆଣିଥିଲେ, ସେମାନେ କ୍ଷମା ମାଗିଛନ୍ତି । କର୍ମଚାରୀ ହୋଇଥିବାରୁ ଯାହା ଆଦେଶ ମିଳିଲା ତାହା କରିଛୁ ବୋଲି ସେମାନେ ତାଙ୍କୁ କହିଥିବା ସେ ପ୍ରକାଶ କରିଛନ୍ତି । ଯେହେତୁ ତାଙ୍କୁ ବ୍ରହ୍ମପୁର ଉଠାଇ ଆଣିଥିବା ଲୋକମାନେ ନିଜକୁ ହୋଟେଲରେ ପୁଲିସ ବୋଲି ପରିଚୟ ଦେଇଥିଲେ ତେଣୁ ଏହା ପୁଲିସର କାଣ୍ଡ ବୋଲି କହିଛନ୍ତି ଶ୍ରୀ ସାମନ୍ତରା । ଅନ୍ୟପକ୍ଷରେ ଏହା ପୁଲିସ ଛଦ୍ମବେଶୀ କମ୍ପାନି ଗୁଣ୍ଡାଙ୍କ କାମ ହୋଇଥାଇପାରେ ବୋଲି ସେ ସନ୍ଦେହ କରିଛନ୍ତି ।
ପ୍ରଫୁଲ୍ଲ ସାମନ୍ତରାଙ୍କୁ ହୋଟେଲରୁ ଉଠେଇନେଲେ ଅଜଣା ଲୋକ
[ad_2]