ମନୋରଞ୍ଜନ

‘ସ୍ବାମୀ ମୋର ବଦଳି ଗଲେ କି’; ରାଣୀ ମୁଖାର୍ଜ୍ଜୀ – Ibnodisha

[ad_1]

ନୂଆଦିଲ୍ଲୀ: ଅଭିନେତ୍ରୀ ରାଣୀ ମୁଖାର୍ଜ୍ଜୀ ତାଙ୍କ ସ୍ବାମୀଙ୍କୁ ଯେତିକି ଭଲ ପାଆନ୍ତି, ସ୍ବାମୀ ଆଦିତ୍ୟ ଚୋପ୍ରା ବି ସ୍ତ୍ରୀଙ୍କୁ ସେତିକି ଭଲ ପାଆନ୍ତି। ରାଣୀ ଓ ଆଦିତ୍ୟ ପରସ୍ପରକୁ ସମ୍ମାନ କରିବା ସହିତ ଉଭୟ ଉଭୟଙ୍କ କାମକୁ ଖୁବ ପସନ୍ଦ କରିଥାଆନ୍ତି। କିନ୍ତୁ ଉଭୟଙ୍କୁ ଏକାଠି କେବେ କୌଣସି ସ୍ଥାନରେ ବୁଲିବା ଦେଖିବାକୁ ମିଳିନାହିଁ।

ନିକଟରେ ରାଣୀ ଦେଇଥିବା ଏକ ସାକ୍ଷାତକାରେ କହିଛନ୍ତି, ‘ମୋର ସ୍ବାମୀ ଆଦିତ୍ୟ ବେଶୀ ବୁଲାବୁଲି କରିବାକୁ ପସନ୍ଦ କରନ୍ତି ନାହିଁ। ଅଧିକାଂଶ ସମୟ ଘରେ ପରିବାର ସହିତ ରହିବାକୁ ସେ ଭଲ ପାଇ ଥାଆନ୍ତି। ଯିଏବି ତାଙ୍କୁ ପାର୍ଟି ଫଙ୍କସନକୁ ଡାକନ୍ତି ମିଛରେ ଶରୀର ଅସୁସ୍ଥ ଅଛି କହି ରହି ଯାଇଥାଆନ୍ତି। ଏହି ସ୍ବଭାବ ଦେଖି ମୁଁ ସବୁବେଳେ କୁହେ ଆଦିତ୍ୟଙ୍କୁ ଜୀବନସାଥୀ ଭାବେ ବାଛି ମୁଁ ପୂରାପୂରି ଠିକ ନିଷ୍ପତ୍ତି ନେଇଛି।’

ତେବେ ୱେବସିରିଜ ‘ଦ ରୋମାଣ୍ଟିକ୍ସ’ ପରେ ଆଦିତ୍ୟ ଏବେ ଲୋକଙ୍କ ସାମ୍ନାକୁ ଆସୁଛନ୍ତି, ବାହାରକୁ ବାହାରୁଛନ୍ତି। ଲୋକଙ୍କ ସହିତ ପୂର୍ବ ଅପେକ୍ଷା ବେଶୀ ମିଶୁଛନ୍ତି। ଯାହାକୁ ଦେଖି ରାଣୀ ଚିନ୍ତାରେ ପଡ଼ିଯାଇଛନ୍ତି। ସ୍ବାମୀ ତ ମୋର ଏମିତି ନଥିଲେ,ବଦଳି ଗଲେ କି ମୋ ସ୍ବାମୀ ବୋଲି ମଜାଳିଆ ଢ଼ଙ୍ଗରେ କହିଛନ୍ତି ରାଣୀ।

ନିକଟରେ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ ଅଫ ମେଲବର୍ନରେ ରାଣୀ ଜଣେ ବକ୍ତା ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସେ ନିଜର ବ୍ୟକ୍ତିଗତ ଜୀବନର ଏମିତି ଏକ ଦିନ ବିଷୟରେ ଆଲୋଚନା କରିଥିଲେ ଯାହାକୁ ଶୁଣିବା ପରେ ସମସ୍ତେ ଚମକି ଯାଇଥିଲେ।

ରାଣୀ ନିଜ ବ୍ୟକ୍ତିଗତ ଜୀବନ ବିଷୟରେ ଆଲୋଚନା କରି କହିଥିଲେ, ‘ ୨୦୨୦ ମସିହାରେ ମୋର ଗର୍ଭନଷ୍ଟ ହୋଇଥିଲା। ଦ୍ବିତୀୟ ସନ୍ତାନକୁ ଜନ୍ମ ଦେବାକୁ ମୁଁ  ପ୍ରସ୍ତୁତ ହେଉଥିବା ବେଳେ ତାହା ନଷ୍ଟ ହୋଇଯାଇଥିଲା। ‌ସେତେବେଳେ ମୁଁ ୫ମାସର ଗର୍ଭବତୀ ଥିଲି। ଦ୍ବିତୀୟ ସନ୍ତାନ ନଷ୍ଟ ହେବାପରେ ମୁଁ ଦେଖିଥିବା  ସ୍ବପ୍ନ ସେହି ମୁହୂର୍ତ୍ତରେ ହିଁ ଭାଙ୍ଗି ଯାଇଥିଲା। ଦ୍ବିତୀୟ ସନ୍ତାନର ମା’ ହେବାର ସୌଭାଗ୍ୟ ପାଇ ପାରିଲି ନାହିଁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button