ମନୋରଞ୍ଜନ

ଘରେ ରହି ହେଉଛନ୍ତି କି ବୋର, ତେବେ ସନ୍ଧ୍ୟାରେ ବନାନ୍ତୁ ବ୍ରେଡ ହାଲୱା

ଘରେ ରହି ଲୋକଙ୍କୁ ଏବେ ବୋର ଲାଗୁଛି। କିଛି ନୂଆ ବନାଇ ଖାଇବାକୁ ଏହି ସମୟରେ ଇଚ୍ଛା ହେଉଥିବ ନିଶ୍ଚୟ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏକ ବହୁତ ଖାସ ରେସିପି ନେଇ ଆସିଛୁ ଆଉ ତାହା ହେଉଛି ‘ବ୍ରେଡ ହାଲୱା’। ତେବେ ସବୁଠୁ ଖାସ କଥା ହେଉଛି ଏହାକୁ ବନାଇବାକୁ ଆପଣଙ୍କୁ ଜମା ବି ଅଧିକ ସମୟ ଲାଗିବନି। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ଘିଅ – ୨ ବଡ ଚାମଚ

କିସମିସ – ୧୫-୨୦

କାଜୁ – ୧୦-୧୨ଟି

ବାଦାମ – ୭-୮ କଟା ହୋଇଥିବା

ବ୍ରେଡ – ୮ ପିସ

କ୍ଷୀର – ୪୦୦ ମିଲିମିଟର

ଚିନି – ୨୦୦ ଗ୍ରାମ

bredପ୍ରସ୍ତୁତି ପ୍ରଣାଳୀ

-ସର୍ବ ପ୍ରଥମେ ଏକ ପାତ୍ରରେ କ୍ଷୀର ଗରମ କରନ୍ତୁ।

-ଯେତେପର୍ଯ୍ୟନ୍ତ କ୍ଷୀର ଫୁଟୁଥିବା ସେହି ସମୟ ମଧ୍ୟରେ ବ୍ରେଡକୁ ଛୋଟ ଖଣ୍ଡ କରି ଦିଅନ୍ତୁ।

-ଏହା ସହିତ କାଜୁକୁ ଛୋଟ ଛୋଟ କରି କାଟିଦିଅନ୍ତୁ।

-ଯେତେବେଳେ କ୍ଷୀର ହାଲ୍କା ଗରମ ହୋଇଯିବ ତେବେ ଗ୍ୟାସକୁ କମ କରିଦିଅନ୍ତୁ।

-ଏବେ ଏକ ନନଷ୍ଟିକ କଡାରେ ଘିଅ ଗରମ କରନ୍ତୁ। ଯେତବେଳେ ଘିଅ ଗରମ ହୋଇଯିବ ସେଥିରେ ବ୍ରେଡକୁ ପକାଇ ଦିଅନ୍ତୁ।

ଏବେ ଏହାକୁ ଚାଲନ୍ତୁ।

-ଯେତେବେଳେ ବ୍ରେଡ ହାଲ୍କା ମିଳିଯିବ ତେବେ ସେଥିରେ କାଜୁ ଓ କିସମିସ ପକାଇ ଦିଅନ୍ତୁ।

-ଏବେ ଆପଣଙ୍କ ବ୍ରେଡ ହାଲୱା ପ୍ରସ୍ତୁତ ହୋଇଯାଇଛି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button