IBN ଓଡ଼ିଶା ବ୍ୟୁରୋ

ଆଳୁକୁ ବ୍ୟବହାର କରି ପାଇବେ କ୍ଷୀର ଭଳି ଗୋରା ଏବଂ ଚମକଦାର ତ୍ୱଚା, ଥରେ ଲଗାଇ ଦେଖନ୍ତୁ ଏହି ଫେସପ୍ୟାକ

ସବୁ ମହିଳା ଚାହାନ୍ତି ସେ ସୁନ୍ଦର ଏବଂ ଗୋରା ତ୍ୱଚା ପାଇବାକୁ। ଏଥିପାଇଁ ମହିଳାମାନେ ବଜାରରୁ ବିଭିନ୍ନ ପ୍ରକାର ବିଉଟି ସାମଗ୍ରୀ ମଧ୍ୟ କିଣିଆଣନ୍ତି। ନିଜକୁ ଆକର୍ଷଣୀୟ କରିବା ପାଇଁ ଅନେକ ପ୍ରକାର କସମେଟିକର ମଧ୍ୟ ବ୍ୟବହାର କରୁଛନ୍ତି। କିନ୍ତୁ କଣ ଆପଣ ଜାଣନ୍ତି ଆପଣଙ୍କ ଘରେ ଥିବା ଏକ ବ୍ୟବହାର ଜିନିଷରେ ମଧ୍ୟ ଆପଣ ଆପଣଙ୍କ ତ୍ୱଚାକୁ ଚମକି ପାରିବେ। ଏହି ଜିନିଷଟି ହେଉଛି ଆଳୁ, ଏହା ପ୍ରାୟ ସମସ୍ତଙ୍କ ଘରେ ଥିବ। ଆପଣ ଗୋଟିଏ ଆଳୁ ସାହାଯ୍ୟରେ ଗୋରା ଏବଂ ଚମକଦାର ତ୍ୱଚା ପାଇପାରିବେ।ଏଥିପାଇଁ ଆଜି ଆମେ ଆପଣଙ୍କୁ ଆଳୁରେ ପ୍ରସ୍ତୁତ ଫେସପ୍ୟାକ ବିଷୟରେ ଜଣାଇବୁ, ଯାହା ଆପଣଙ୍କ ସ୍କିନ ରୁ ଅତିରିକ୍ତ ତେଲକୁ ସଫା କରିବା ସହିତ ଚେହେରାରେ ଥିବ ମଇଳାକୁ ମଧ୍ୟ ହଟାଇବାରେ ସାହାଯ୍ୟ କରିବ। ତେବେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

skinଆବଶ୍ୟକ ସାମଗ୍ରୀ

ସିଝା ଆଳୁ – ୩

କ୍ଷୀର – ୨ବଡ ଚାମଚ

ଓଟ୍ସ – ୧ ବଡ ଚାମଚ

ଲେମ୍ବୁ ରସ – ୧ ଚାମଚ

potatoଫେସ ପ୍ୟାକ ବନାଇବାର ବିଧି

ଏକ ପାତ୍ରରେ ଆଳୁକୁ ଚକଟି ଦିଅନ୍ତୁ ଏବଂ ସେଥିରେ ଅନ୍ୟ ସବୁ ସାମଗ୍ରୀ ମିଶାନ୍ତୁ। ଏବେ ଏହାକୁ ଭଲଭାବେ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ଏବେ ଏହି ପେଷ୍ଟକୁ ନିଜ ଚେହେରାରେ ପ୍ରାୟ ୩୦ ମିନିଟ ପର୍ଯ୍ୟନ୍ତ ରଖନ୍ତୁ। ଏହାପରେ ଚେହେରାକୁ ସାମାନ୍ୟ ଉଷୁମ ପାଣିରେ ଧୋଇଦିଅନ୍ତୁ। ଏହି ପ୍ରକ୍ରିୟାକୁ ସପ୍ତାହରେ ଦୁଇ ଥର କରନ୍ତୁ ତାପରେ ଫରକ ଆପେ ଜାଣିପାରିବେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button