IBN ଓଡ଼ିଶା ବ୍ୟୁରୋ

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଜନ୍ମ ତାରିଖରୁ ଜାଣିପାରିବେ ଯେ ଆପଣଙ୍କ ଲଭ୍ ମ୍ୟାରେଜ୍ ହେବ କି ଆରେଞ୍ଜ ମ୍ୟାରେଜ୍…

କୁହାଯାଏ ବିବାହ ଯୋଡି ସ୍ଵର୍ଗରୁ ହୋଇଆସିଥାଏ। ଯିଏ ଯାହା ଭାଗ୍ୟରେ ଥାଏ, ଜୀବନ ସାଥି ଭାବରେ ପାଇଥାଏ। କିନ୍ତୁ ଯୁବପିଢି ଭାବିଥାନ୍ତି ଯେ ସେମାନଙ୍କର ପ୍ରେମ ବିବାହ ନା ପରିବାର ନିଷ୍ପତିରେ ବିବାହ ହେବ? ତେବେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଜନ୍ମ ତାରିଖରୁ ଜାଣିପାରିବା ଯେ କିପରି ଭାବେ ବିବାହ ହେବ ।

୧, ୧୦, ୧୯, ୨୮ ତାରିଖ ହେଉଛି ଏହା ସୂର୍ଯ୍ୟଙ୍କର ଅଙ୍କ । ଯେଉଁମାନଙ୍କ ଜନ୍ମ ମାସର ଏହି ତାରିଖରେ ଏମାନେ ସ୍ଵଭାଵରେ ବହୁତ ଲାଜକୁଳା ହେଇଥାନ୍ତି । ଏମାନଙ୍କ ଲାଜୁଆ ସ୍ଵଭାଵ ଯୋଗୁ ସହଜରେ ଏମାନେ ପ୍ରେମକୁ ପ୍ରକାଶ କରିପାରନ୍ତି ନାହିଁ । ତେଣୁ ଏମାନଙ୍କର ପ୍ରେମ ବିବାହ ସମ୍ଭବ ହେଇପାରିନଥାଏ । ଏମାନଙ୍କର ଆରେଞ୍ଜ ମ୍ୟାରେଜ୍ ହେଇଥାଏ।

ଯେଉଁମାନଙ୍କ ଜନ୍ମ ମାସର ୩, ୧୨, ୨୧, ୩୦ ତାରିଖରେରେ ହୋଇଥାଏ । ଏମାନେ ପ୍ରେମରେ ସଫଳ ହେଇଥାନ୍ତି । ପ୍ରେମକୁ ବିବାହ ପର୍ଯ୍ୟନ୍ତ ପହଞ୍ଚାଇବାକୁ ଅନ୍ୟର ସାହାରା ମଧ୍ୟ ନେଇଥାନ୍ତି।

ମାସର ୪, ୧୩, ୨୨, ୩୧ ତାରିଖରେରେ ଜନ୍ମିତ ବ୍ୟକ୍ତି । ଏହା ରାହୁଙ୍କର ଅଙ୍କ । ଏମାନେ ଅନେକଙ୍କୁ ପ୍ରେମ କରିଥାନ୍ତି । ପ୍ରେମ ପ୍ରତି ଏମାନେ ଏତେ ଗମ୍ଭୀର ହୋଇନଥାନ୍ତି । ଏମାନଙ୍କର ପ୍ରେମ ବିବାହ ହେଇପାରିନଥାଏ । ବୈବାହିକ ଜୀବନ ମଧ୍ୟ ଏତେ ଖୁସିରେ ଅତିବାହିତ ହେଇପାରିନଥାଏ ।

ଯେଉଁମାନଙ୍କର ଜନ୍ମ ତାରିଖ ୫, ୧୪, ୨୩ ରେ ହୋଇଥାଏ, ଏମାନଙ୍କର ଜାତକ ଅନୁଯାୟୀ ଏମାନେ ପ୍ରେମ କରିଥିଲେ ମଧ୍ୟ ଅଧିକାଂଶ ପରିବାର ନିଷ୍ପତ୍ତି ଅନୁଯାୟୀ ବିବାହ କରିଥାନ୍ତି ।

ମାସର ୬, ୧୫, ୨୪ ତାରିଖରେ ଜନ୍ମିତ ବ୍ୟକ୍ତି । ଏହା ଶୁକ୍ରର ଅଙ୍କ । ଏମାନେ ଅନେକଙ୍କୁ ପ୍ରେମ କରିଥାନ୍ତି । ଯାହା ଫଳରେ ପ୍ରେମରେ ସଠିକ ସାଥି ଚୟନ କରିପାରିନଥାନ୍ତି । ତଥାପି ଏମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରେମ ବିବାହ ହିଁ କରିଥାନ୍ତି ।

ଯେଉଁମାନଙ୍କର ଜନ୍ମ ତାରିଖ ୭, ୧୬, ୨୫ । ଏହା କେତୁଙ୍କ ଅଙ୍କ । ଏମାନେ ସ୍ଵଭାଵରେ ଭାରି ଲାଜକୁଳା ହୋଇଥିଲେ ମଧ୍ୟ ଏମାନେ ପ୍ରେମ ବିବାହ କରିବାକୁ ପସନ୍ଦ କରିଥାନ୍ତି।

ଯେଉଁମାନଙ୍କର ଯେକୌଣସି ମାସର ୮, ୧୭, ୨୬ ତାରିଖରେ ଜନ୍ମ, ଏହା ଶନିଙ୍କ ଅଙ୍କ । ଏମାନେ ସହଜରେ ପ୍ରେମରେ ପଡ଼ିନଥାନ୍ତି । ବହୁତ କମ ପ୍ରେମରେ ପଡ଼ିଥାନ୍ତି । ଯେଉଁମାନେକି ମୃତ୍ୟୁ ପର୍ଯ୍ୟନ୍ତ ସାଥିକୁ ଭଲ ପାଇଥାନ୍ତି।

ଯେଉଁମାନଙ୍କର ଯେକୌଣସି ମାସର ୯, ୧୮, ୨୭ ଜନ୍ମ ତାରିଖ । ଏହା ମଙ୍ଗଳଙ୍କ ଅଙ୍କ । ଏମାନେ ପ୍ରେମ ବିବାହକୁ ଏତେ ଗୁରୁତ୍ୱ ଦିଅନ୍ତି ନାହିଁ । କିନ୍ତୁ ପ୍ରେମ ବିବାହ ହେଉ କିମ୍ବା, ପରିବାର ନିଷ୍ପତ୍ତରେ ହେଉ, ବିବାହ ପରେ ସାଥିଙ୍କୁ ଏମାନେ ବହୁତ ପ୍ରେମ କରିଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button