IBN ଓଡ଼ିଶା ବ୍ୟୁରୋ

ପ୍ରଥମ ଥର ସେକ୍ସ କରିବା ପରେ ମହିଳାଙ୍କ ଶରୀରରେ ଆସିଥାଏ ଏହି ୫ଟି ବଡ଼ ପରିବର୍ତ୍ତନ

ଶାରୀରିକ ସମ୍ପର୍କ ଅଥବା ଯୌନ ସମ୍ପର୍କ ରଖିବା ମଣିଷ ପାଇଁ ଏକ ସ୍ୱତନ୍ତ୍ର ମୁହୂର୍ତ୍ତ ହୋଇଥାଏ। ପ୍ରଥମ ଥର ପାଇଁ ସେକ୍ସ କରୁଥିଲେ ମଣିଷ ଶରୀରରେ କିଛି ପରିବର୍ତ୍ତନ ଆସିଥାଏ। ଖାସ୍ କରି ମହିଳା ମାନଙ୍କ ଠାରେ ଏହା ଅଧିକ ଦେଖିବାକୁ ମିଳିଥାଏ। ଏପରି ପରିସ୍ଥିତିରେ ସେମାନଙ୍କ ଠାରେ ଉଭୟେ ମାନସିକ ଏବଂ ଶାରୀରିକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ।

୧. ପ୍ରଥମ ଥର ସେକ୍ସ କରିବା ବେଳେ ମହିଳାମାନଙ୍କର ଯୌନାଙ୍ଗର ଇଲାସ୍ଟିସିଟିରେ ଯଥେଷ୍ଟ ଫରକ ପଡିଥାଏ। ସେମାନଙ୍କ ଯୌନାଙ୍ଗ ଷ୍ଟ୍ରେଚେବଲ୍ ହୋଇଥିଲେ ହେଁ ପ୍ରଥମ ସେକ୍ସ ପରେ ହିଁ ସେମାନେ ଏହାର ଅନୁଭବ କରିପାରନ୍ତି।

୨. ପ୍ରଥମ ଥର ପାଇଁ ସେକ୍ସ କରିବା ମହିଳାମାନଙ୍କର ସ୍ତନର ଆକାରରେ ମଧ୍ୟ ଫରକ୍ ଆଣି ଦେଇଥାଏ। କାମଉତ୍ତେଜନା ହେତୁ ସେମାନଙ୍କ ସ୍ତନରେ ରକ୍ତ ସଞ୍ଚାଳନ ବଢ଼ିବା ସହିତ ଏହା ଆକାରରେ ବଡ଼ ହେବାକୁ ଲାଗିଥାଏ। ଏହାର ପ୍ରଭାବ କିଛି ସମୟ ପାଇଁ ନିପଲ୍ସ ଉପରେ ମଧ୍ୟ ପଡିଥାଏ।

୩. ପ୍ରଥମ ଥର ପାଇଁ ସେକ୍ସ କରିବା ସମୟରେ ମହିଳାମାନଙ୍କ ଶରୀରରେ ଏଣ୍ଡୋରଫିନ୍, ଡୋପାମାଇନ୍, ଅକ୍ସିଟୋସିନ୍ ଭଳି ହରମୋନର ସ୍ତର ମଧ୍ୟ ବଢିବାକୁ ଲାଗିଥାଏ। ଏହି ହରମୋନ୍ ହିଁ ସେମାନଙ୍କୁ ଖୁସି ଏବଂ ଶାନ୍ତି ପ୍ରଦାନ କରିଥାଏ।

୪. ପ୍ରଥମ ସେକ୍ସ ସମୟରେ ରକ୍ତ ସଞ୍ଚାଳନ ଅଧିକ ହେତୁ ମହିଳାଙ୍କ ଯୌନାଙ୍ଗରେ ଥିବା କ୍ଲିଟୋରିୟସ୍ ଫୁଲିବାକୁ ଲାଗିଥାଏ। ଏହା ବ୍ୟତୀତ ଗର୍ଭାଶୟରେ ସଂକୋଚନ ଆରମ୍ଭ ହେବାକୁ ଲାଗିଥାଏ।

୫. ସେକ୍ସ କରିବା ପରେ ଶରୀରରେ ରକ୍ତ ପ୍ରବାହ ବୃଦ୍ଧି, ଅମ୍ଳଜାନ ବୃଦ୍ଧି ଏବଂ ଭଲ ହରମୋନ୍ ଉତ୍ପାଦନ ଆରମ୍ଭ ହୋଇ ଯାଇଥାଏ। ଫଳରେ ସେମାନଙ୍କର ତ୍ୱଚା ମଧ୍ୟ ଚମକିବାକୁ ଲାଗିଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button