ଦେଶ

ବିଚ୍ ରାସ୍ତାରେ ୩ ଜଣ ମହିଳାଙ୍କୁ ବିଧା, ଗୋଇଠା ମାରି ଚାଲିଲେ ଜଣେ ଯୁବତୀ – Ibnodisha

[ad_1]

ନୂଆଦିଲ୍ଲୀ: ବାପରେ ଏ ମହିଳାଙ୍କ ସାହସକୁ ତ ଦେଖନ୍ତୁ । କେମିତି ଅନ୍ୟ ୩ ଜଣ ମହିଳାଙ୍କୁ ମାରୁଛନ୍ତି ବିଧା, ଗୋଇଠା, ଚାପୁଡା । କଥା ଶୁଣିବାକୁ ହିଁ ନାରାଜ୍ ବାସ୍ ଦେଖାଇଚାଲିଛନ୍ତି ନିଜର ଗୁଣ୍ଡାରାଜ୍ ଦବଙ୍ଗଗିରି । ନମ୍ରତା ହେଉଛି ଏକ ନାରୀର ପରିଚୟ । ଜଣେ ନାରୀ ଆଉ ଜଣେ ନାରୀକୁ ସମ୍ମାନ ଓ ସହଯୋଗ କରିବା ହେଉଛି ନାରୀ ସମାଜର ଏକ ବଡ଼ ଦାଇତ୍ୱ । ଯେତେବେଳେ ଜଣେ ନାରୀକୁ ପୁରୁଷ ସମାଜ ଖରାପ ଦୃଷ୍ଟିରେ ଦେଖିଥାଏ ସେତେବେଳେ ଜଣେ ନାରୀ ହିଁ ଆଉ ଜଣେ ନାରୀର ଅଧିକ ସହାୟତା ନେଇଥାଏ । ଏମିତିରେ ଅନେକ କିଛି କଥା ଥାଏ ଯାହା କେବଳ ଗୋଟିଏ ନାରୀ ଅନ୍ୟ ଏକ ନାରୀକୁ ହିଁ କହିପାରେ ।

ହେଲେ ଯଦି ଗୋଟେ ନାରୀ ଅନ୍ୟ ନାରୀକୁ ସମ୍ମାନ ଦେବା ବଦଳରେ ତାକୁ ଆକ୍ରମଣ କରେ ସେତେବେଳେ ନାରୀଟିଏ ସମ୍ପୁର୍ଣ୍ଣ ନିରାଶ୍ରୟୀ ପାଲଟିଯାଏ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖା ଦେଇଛି ଯାହାକୁ ନେଇ ସମ୍ପୂର୍ଣ୍ଣ ନାରୀ ସମାଜର ମୁଣ୍ଡ ତଳକୁ ନଇଁ ଯିବ । ଭାଇରାଲ ହେଉଛି ଏହି ଚିତ୍ର । ଯେଉଁଥିରେ ଦେଖିବାକୁ ମିଳୁଛି ଜଣେ ଯୁବତୀଙ୍କ ଦବଙ୍ଗଗିରି । ଜଣେ ମହିଳା ହୋଇ କେମିତି ଆଉ ୩ ଜଣ ମହିଳାଙ୍କ ସହ କରୁଛନ୍ତି ଖରାପ ବ୍ୟବହାର ଆପଣ ଦେଖିପାରୁଥିବେ । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ଜଣେ ମହିଳା ଅନ୍ୟ ତିନିଜଣ ମହିଳାଙ୍କ ସହ ବାଦବିବାଦରେ ଲିପ୍ତ ଥିବା ଦେଖାଯାଇଛି । ଆଉ ସେହି ମହିଳା ଜଣଙ୍କ ଉକ୍ତ ତିନିଜଣ ମହିଳାଙ୍କୁ ବିଚ୍ ରାସ୍ତା ଉପରେ ନିର୍ମମ ଭାବେ ମାଡ଼ ମାରିବାରେ ଲାଗିଛନ୍ତି ।

ବିଧା, ଗୋଇଠା ସାଙ୍ଗକୁ ତାଙ୍କୁ ମୁଥା ପରେ ମୁଥା ମାରି ଚାଲିଛନ୍ତି । କେହି ତାଙ୍କୁ ଆସି ଅଟକାଇବାକୁ ଚେଷ୍ଟା କରୁଥିଲେ ବି ସେ ନ ଅଟକି ଆହୁରି ସେହି ମହିଳା ମାନଙ୍କୁ ମାଡ଼ ମାରିବାରେ ଲାଗିଛନ୍ତି । ତାଙ୍କୁ ଟଣା ଓଟରା କରିବା ସହ ତାଙ୍କ ଡ୍ରେସକୁ ଝିଙ୍କି ପକାଉଥା’ନ୍ତି । ଏହି ସମୟରେ ଜଣେ ମହିଳା ଆକ୍ରମଣରୁ ବର୍ତ୍ତିବା ପାଇଁ ତାଙ୍କୁ ପାଲଟା ଆକ୍ରମଣ ମଧ୍ୟ କରୁଥିବା ଦେଖିବାକୁ ମିଳୁଛି । ତେବେ ଯାହା ସୂଚନା ରହିଛି ଏହି ଭିଡିଓଟି ଚଣ୍ଡିଗଡ଼ ସେକ୍ଟର -୩୪ ଅଞ୍ଚଳରୁ ସାମ୍ନାକୁ ଆସିଛି । ମାଡ଼ ମାରୁଥିବା ମହିଳା ଜଣକ ହେଉଛନ୍ତି ଜଣେ କ୍ୟାବ ଡ୍ରାଇଭର । ଯେତେବେଳେ ଏହି ମହିଳା ଜଣକ ଗାଡି ଚଳାଉଥିଲେ ଏବଂ ରାସ୍ତାର ଭୁଲ ପାର୍ଶ୍ୱରେ ଥିଲେ । ସେତିକିବେଳେ ଏହି ବିବାଦ ଆରମ୍ଭ ହୋଇଥିଲା । ସେ ସେହି ଗାଡ଼ିରେ ଥିବା ଅନ୍ୟ ଏକ କାରକୁ ଧକ୍କା ଦେବା ପଥରେ ଥିଲେ । ଅନ୍ୟ କାରର ବସିଥିବା ଲୋକମାନେ ବାହାରକୁ ଯାଇ ବିରୋଧ କରିବା ସହ ତାଙ୍କୁ ରାସ୍ତାର ଭୁଲ ପାର୍ଶ୍ୱରେ ଗାଡି ଚଳାଇବାକୁ ବାରଣ କରିଥିଲେ । ବାସ୍‌? ଏହି କଥାରୁ ଆରମ୍ଭ ହୋଇଗଲା ଗଣ୍ଡଗୋଳ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button