ବବର ଖାଲସା ଆତଙ୍କବାଦୀ କରଣବୀର ସିଂ ବିରୋଧରେ ରେଡ୍ କର୍ଣ୍ଣର ନୋଟିସ ଜାରି କଲା ଇଣ୍ଟରପୋଲ୍ – Ibnodisha
[ad_1]
ନୂଆଦିଲ୍ଲୀ: ଭାରତୀୟ ସୁରକ୍ଷା ଏଜେନ୍ସିର ଅନୁରୋଧ କ୍ରମେ ଇଣ୍ଟରପୋଲ୍ ବବର ଖାଲସା ଆତଙ୍କବାଦୀ କରଣବୀର ସିଂହ ବିରୋଧରେ ରେଡ୍ କର୍ଣ୍ଣର ନୋଟିସ୍ ଜାରି କରିଛି। ମିଳିଥିବା ସୂଚନା ଅନୁଯାୟୀ, ପଞ୍ଜାବର କପୁରଥଲାର ବାସିନ୍ଦା କରଣବୀର ସିଂହ ଏବେ ପାକିସ୍ତାନରେ ଅଛି। କରଣବୀର ସିଂହ ବବର ଖାଲସା ର ବରିଷ୍ଠ ଆତଙ୍କବାଦୀ ୱାଧୱା ସିଂ ଏବଂ ହରବିନ୍ଦର ସିଂ ରିଣ୍ଡାଙ୍କ ଡାହାଣ ହାତ ବୋଲି କୁହାଯାଉଛି। ୱାଧୱା ସିଂହ ଏବଂ ରିଣ୍ଡା ମଧ୍ୟ ଭାରତରୁ ପଳାୟନ କରି ଆଇଏସଆଇ ସହ ମିଶି ଭାରତରେ ଆତଙ୍କବାଦ ବିସ୍ତାର କରିବା ଲାଗି ପାକିସ୍ତାନରେ ଲୁଚି ରହିଛନ୍ତି । କରଣବୀରଙ୍କ ବିରୋଧରେ ହତ୍ୟା, ବିସ୍ଫୋରକ ତିଆରି, ଆତଙ୍କୀ ପାଣ୍ଠି ଯୋଗାଣ, ଆତଙ୍କବାଦୀ ଷଡ଼ଯନ୍ତ୍ର, ଅସ୍ତ୍ରଶସ୍ତ୍ର ଆଇନ ଆଦି ମାମଲା ରୁଜୁ ହୋଇଛି।
ଗତ ଜୁଲାଇ ୨୩ ତାରିଖରେ ଏନଆଇଏ ବବର ଖାଲସା ଇଣ୍ଟରନ୍ୟାସନାଲ (ବିକେଆଇ) ଏବଂ ଖଲିସ୍ତାନ ଟାଇଗର ଫୋର୍ସ (କେଟିଏଫ) ଭଳି ନିଷିଦ୍ଧ ଆତଙ୍କବାଦୀ ସଂଗଠନର ୬ ଜଣଙ୍କ ବିରୋଧରେ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଥିଲା। ବିକେଆଇର ହରବିନ୍ଦର ସିଂ ସାନ୍ଧୁ ଓରଫ ରିଣ୍ଡା ଏବଂ କେଟିଏଫର ଅର୍ଶଦୀପ ସିଂ ଓରଫ ଅର୍ଶ ଦଳା, ଲଖବୀର ସିଂ ସାନ୍ଧୁ ଓରଫ ଲଣ୍ଡା ବିଦେଶରେ ରହି ଭାରତରେ ଆତଙ୍କବାଦୀ କାର୍ଯ୍ୟକଳାପ କରିବା ପାଇଁ ଏକ ଅପରେଟିଭ୍ ନେଟୱାର୍କ ସୃଷ୍ଟି କରିବାରେ ସମ୍ପୃକ୍ତ ଅଛନ୍ତି ।
[ad_2]